କ୍ରୀଡାଛାତ୍ରୀ ମୃତ୍ୟୁ ଘଟଣା:କିନ୍ନର ସଂଘର ଧାରଣା ଚେତାବନୀ


କେନ୍ଦ୍ରାପଡା ଅଫିସ, ୬।୧୧- କେନ୍ଦ୍ରାପଡା ଜିଲା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଇନ୍ଦାଳୋ ପଞ୍ଚାୟତ ଅଢଙ୍ଗା ଗ୍ରାମସ୍ଥିତ ରୁକ୍ମିଣୀଦେବୀ ବାଳିକା ବିଦ୍ୟାଳୟର ଦଶମଶ୍ରେଣୀ କ୍ରୀଡାଛାତ୍ରୀ କସ୍ତୁରୀ ସାମନ୍ତରାୟଙ୍କର ଅସ୍ବାଭାବିକ ମୃତ୍ୟୁକୁ ଇତିମଧ୍ୟରେ ୪୨ଦିନ ବିତିଯାଇଛି। ଏ ନେଇ ସଦର ଓ ରାଜକନିକା ଥାନାରେ ୨ଟି ମାମଲା ରୂୁଜୁ ହୋଇଛି। ହେଲେ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ। ଏହାକୁ ବିରୋଧ କରି ଯାଜପୁର ଜିଲା ଶାନ୍ତିସେନା କିନ୍ନର ସଂଘ ଆସନ୍ତା ୭ଦିନ ମଧ୍ୟରେ ଲୋୟର ପିଏମଜିରେ ଧାରଣା ଦେବେ ବୋଲି ସେମବାର ସଂଘ ସଭାପତି କାଜଲ କିନ୍ନର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଗତ ୨୨ ତାରିଖରେ ଅନୁଷ୍ଠିତ ଜିଲା କ୍ରୀଡା ଶିବିରରେ ଯୋଗଦେଇ ଅସଦାଚରଣର ଶିକାର ହୋଇଥିବାରୁ କସ୍ତୁରୀ ଆତ୍ମହତ୍ୟା କରିଛନ୍ତି। ତେବେ ଜିଲା ଓ ପୋଲିସ ପ୍ରଶାସନ ଏ ସମ୍ପର୍କରେ ଅଭିଯୋଗ ପାଇ ମଧ୍ୟ ନୀରବଦ୍ରଷ୍ଟା ସାଜିଛି। ପୂର୍ବାହ୍ନରେ ଜିଲାପାଳ ଓ ଏଏସପିଙ୍କ ମିଳିତ ଜନଶୁଣାଣିରେ ଏ ସମ୍ପର୍କରେ ଅଭିଯୋଗପତ୍ର ଦାଖଲ କରିଥିଲେ ମଧ୍ୟ ସୁଫଳ ନ ପାଇବାରୁ କାଜଲ କ୍ଷୋଭ ପ୍ରକାଶ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri