ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତାବସ୍ଥା ଶୋଚନୀୟ


କାଳିଆପାଣି,୫।୧୧(ଡି.ଏନ.ଏ) ସୁକିନ୍ଦା ବ୍ଲକ କଲରଙ୍ଗୀଅତା ଛକଠାରୁ ଡମଶାଳ ନାଳ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତାଟି ଯାଜପୁର ଓ ଢେଙ୍କାନାଳ ଜିଲାକୁ ସଂଯୋଗ କରିଛି। ରାସ୍ତାବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିବାରୁ ଯାତାୟାତ ଅସମ୍ଭବ ପ୍ରାୟ ହୋଇଯାଇଥିଲା। ଫଳରେ ପଞ୍ଚାୟତିରାଜ ବିଭାଗର ସୁକିନ୍ଦା ପଞ୍ଚାୟତ ସମିତି ପକ୍ଷରୁ ଦୁଇ କିସ୍ତିରେ ୫ଲକ୍ଷ ଲେଖାଏଁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା । ୨୦୧୨-୧୩ ଆର୍ଥିକ ବର୍ଷରେ ପଞ୍ଚାୟତ ସମିତି ପକ୍ଷରୁ ୬୦୦ମିଟର ରାସ୍ତା ପାଇଁ ବ୍ୟୟ ଅଟକଳ କରାଯାଇଥିଲା। ଏହାପରେ ୨୦୧୫ମସିହା ଏପ୍ରିଲ ୧୮ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୫ତାରିଖରେ ଶେଷ ହୋଇଥିଲା। ତେବେ ଖରା ଦିନ ହୋଇଥିବାରୁ କଂକ୍ରିଟ ନିର୍ମାଣ ସମୟରେ ପାଣି ଦିଆଯାଇ ନ ଥିଲା। ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ କଂକ୍ରିଟ ରାସ୍ତା ଠିକ ଭାଗ ମାପରେ ହୋଇ ନ ଥିବାରୁ ମାତ୍ର ବର୍ଷେ ପରେ ରାସ୍ତାରୁ କଂକ୍ରିଟ ଉଠିବା ସହ ବର୍ଷା ପାଣି ଜମିବାରେ ଲାଗିଥିଲା। ଫଳରେ ପ୍ରତିଦିନ ଶହଶହ ଗାଡ଼ି ଚଳାଚଳ ଯୋଗୁ ଧିରେଧିରେ ରାସ୍ତାରେ ଛୋଟ ବଡ଼ ଗାତ ସୃଷ୍ଟି ହୋଇ ରାସ୍ତା ପୂର୍ବବସ୍ଥାକୁ ଫେରି ଯାଇଥିବା ଦେଖିବାକୁ ମିଳିଛି। ସରକାରଙ୍କ ଟଙ୍କାକୁ ସିଧାସଳଖ ରାସ୍ତା ନିର୍ମାଣ ମାଧ୍ୟମରେ ଠିକାଦାର ଓ ପ୍ରଶାସନ ହଡ଼ପ କରିଥିବା ନେଇ ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି। ଏ ନେଇ ବିଭାଗୀୟ ଯନ୍ତ୍ରୀ ବାଗରାଇ ମାଝିଙ୍କୁ ପଚାରିବାରୁ, ଏହି ରାସ୍ତା ପୁଣି ଥରେ କଂକ୍ରିଟ କରାଯିବ ବୋଲି କହିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri