ସପ୍ତାହକ ମଧ୍ୟରେ ପାନୀୟ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ


କଳିଙ୍ଗନଗର,୫।୧୧(ଡି.ଏନ୍‌.ଏ.) ଘରେ ଘରେ ପାନୀୟଜଳ ପହଞ୍ଚାଇବାକୁ ସରକାର ଡିଣ୍ଡିମ ପିଟୁଥିବାବେଳେ ଶିଳ୍ପ ସମୃଦ୍ଧ କଳିଙ୍ଗନଗରରେ ଗୋଟିଏ ପିଇବା ପାଣି ପ୍ରକଳ୍ପ ନିର୍ମାଣ ପାଇଁ ୩୬ମାସ ବିତିଯାଇଥିଲେ ବି ଆଜି ପଯର୍‌ୟନ୍ତ ତାହା ଅସଂପୂର୍ଣ୍ଣ ରହିଛି। ଓଭରହେଡ ଟାଙ୍କି ନିର୍ମାଣ କରି ବିଲ ପାଇବା ପରେ ସମ୍ପୃକ୍ତ ଠିକାଦାର ଅଧାରୁ ଛୁ ହୋଇଯାଇଛନ୍ତି। ଫଳରେ ଦାନଗଦୀ ପଞ୍ଚାୟତ ସମିତି ଅଧୀନ ଓଳଲ ଗ୍ରାମର ହଜାରରୁ ଊର୍ଦ୍ଧ୍ୱ ଲୋକ ଜୀବନ ବଞ୍ଚାଇବାକୁ ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି। ପାଣିି ସମସ୍ୟା ସମାଧାନ ପାଇଁ ନିକଟରେ ଥିବା ଗଣ୍ଡାନାଳ ଏକମାତ୍ର ଭରସା ପାଲଟିଛି। ଗଣ୍ଡାନାଳରେ କାରଖାନାଗୁଡ଼ିକ ବର୍ଜ୍ୟ ଜଳ ଛାଡୁଥିବାରୁ ଏହା ବିଷମୟ ହୋଇ ଅନେକ ଜୀବନ ନେଇ ସାରିଲାଣି। ଓଲଳ ପଞ୍ଚାୟତର ଶତାଧିକ ବ୍ୟକ୍ତି ଓ କୁନି ପିଲା ଚର୍ମ ଓ ପେଟ ରୋଗ ସମସ୍ୟାରେ ପଡ଼ି ଛଟପଟ ହେଉଛନ୍ତି। ଏହା ଜଣା ପଡିବା ପରେ ସରକାରଙ୍କ ଚେତା ପଶିଛି। ଏହି ପାଣି ପ୍ରକଳ୍ପ କାମ ନେଇଥିବା କଟକ କଲ୍ୟାଣୀ ନଗରର ଠିକାଦାର ସମୀର କୁମାର ମହାନ୍ତିଙ୍କୁ କଡ଼ା ଭାଷାରେ ଛିଠି ଲେଖିଛି ସମ୍ପୃକ୍ତ ବିଭାଗ। ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହି ପ୍ରକଳ୍ପର ପମ୍ପ ହାଉସ ନିର୍ମାଣ, ପାଇପ ବିଛା କାର୍ଯ୍ୟ, ପାଣି ଟାଙ୍କି ପାଚେରି ନିର୍ମାଣ, ଭଲ୍‌ବ ଚାମ୍ବର ନିର୍ମାଣ, ଷ୍ଟାଣ୍ଡ ପୋଷ୍ଟ ତିଆରି ସମେତ ଆରସିସି ଇଏସ୍‌ଆର କାଯର୍‌ୟ ସଂପୂର୍ଣ୍ଣ କରିବାକୁ ଆରଡବ୍ଲ୍ୟୁଏସଏସ ଯାଜପୁର ଜିଲା ନିର୍ବାହୀ ଯନ୍ତ୍ରୀ ଗତ ୨୪ରେ ଚିଠି ନମ୍ବର ୧୩୬୯/୧୭ରେ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକଳ୍ପ କାଯର୍‌ୟ ନିମନ୍ତେ ଟେଣ୍ଡର ପାଇଁ ସଂପୃକ୍ତ ଠିକାଦାର ଗତ ୨୦୧୪ ମସିହା ଜୁଲାଇ ୧୬ ତାରିଖରେ କାଯର୍‌ୟ ଆରମ୍ଭ କରିଥିଲେ। ତେବେ ବିଭିନ୍ନ ଆଳ ଦେଖାଇ ସରକାରଙ୍କ ସହ ଚୁକ୍ତି ଅନୁଯାୟୀ କାଯର୍‌ୟ ନ କରି ଠିକାଦାର ଜଣକ କାଯର୍‌ୟ ଅଧା କରି ପଳାଇଯିବା ପରେ ଏହି କାଯର୍‌ୟ ଅଧାପନ୍ତରିଆ ହୋଇ ପଡିରହିଛି। ବାରମ୍ବାର ବିଭାଗ ପକ୍ଷରୁ ଠିକାଦାରଙ୍କୁ ଏ ନେଇ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଉକ୍ତ ସମୟ ସୀମା ମଧ୍ୟରେ କାଯର୍‌ୟ ନ ସାରିଲେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାଯର୍‌ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଚିଠିର ନକଲ ଦାନଗଦୀ ସେକ୍ସନ ଅଧିକାରୀ, ସୁକିନ୍ଦା ସବ୍‌ ଡିଭିଜନ ଅଧିକାରୀ ପ୍ରମୁଖଙ୍କୁ ପଠାଇ ଦିଆଯାଇଛି। ଏ ସଂକ୍ରାନ୍ତରେ ସଂପୃକ୍ତ ଠିକାଦାର ସମୀର ମହାନ୍ତିଙ୍କୁ ପଚାରିବାରୁ, ସେତେବେଳେ ସ୍ଥାନୀୟ ବିବାଦ ପାଇଁ ଏହି କାଯର୍‌ୟରେ ବିଳମ୍ବ ଘଟିଥିଲା ବୋଲି କହିବା ସହ ଏବେ ୩ବର୍ଷ ପରେ ଆଉ ସେହି ଟେଣ୍ଡର ରାଶିରେ କାଯର୍‌ୟ କରିବା ଅସମ୍ଭବ ବୋଲି କହିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri