ଜ୍ୱାଇଁଙ୍କୁ ହତ୍ୟା ଉଦ୍ୟମ: ମାଡ଼ମାରି ବସ୍ତାରେ ପୂରାଇ ଫିଙ୍ଗିଦେଲେ


ରଣପୁର,୫।୧୧(ସ୍ବ.ପ୍ର.)- ନୟାଗଡ଼ ଜିଲା ରଣପୁର ଥାନା ବାଉରୀସାହି ମା’ ମଣିନାଗ ରାସ୍ତାରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ା ଶ୍ୱଶୁର ଘର ଲୋକେ ଜ୍ୱାଇଁଙ୍କୁ ମାଡ଼ ମାରିବା ପରେ ମରିଯାଇଥିବା ସନ୍ଦେହ କରି ଏକ ବସ୍ତାରେ ପୂରାଇ ରାସ୍ତାପାର୍ଶ୍ୱକୁ ଫିଙ୍ଗିଦେଇଥିଲେ। ସକାଳୁ ବାଉରୀସାହିର ଜଣେ ଯୁବକ ଶୌଚ ପାଇଁ ଯାଇଥିଲାବେଳେ ବସ୍ତା ହଲୁଥିବା ଦେଖି ଭୟରେ ସେଠାରୁ ପଳାଇଯାଇ ସାହି ଲୋକଙ୍କୁ ଜଣାଇଥିଲେ। ସାହିର କିଛି ଲୋକ ପହଞ୍ଚତ୍ ବସ୍ତା ଖୋଲିବାରୁ ଭିତରେ ଜଣେ ଯୁବକଙ୍କୁ ଦେଖିଥିଲେ। ଗୁରୁତର ଥିବା ଯୁବକଙ୍କୁ ସେମାନେ ଉଦ୍ଧାର କରି ରଣପୁର ସରକାରୀ ଡାକ୍ତରଖାନା ନେଇଯାଇଥିଲେ। ଏବେ ସେ ଚିକିତ୍ସାଧୀନ ଅଛନ୍ତି। ଆହତ ଯୁବକ ହେଉଛନ୍ତି ବାଉଁଶଗଡ ପଞ୍ଚାୟତର ଗୌଡିଆପଡା ଗ୍ରାମର ଭ୍ରମର ବେହେରାଙ୍କ ପୁଅ ସୁର ବେହେରା(୩୮)। ଏ ନେଇ ସୁର ଥାନାରେ ଶ୍ୱଶୁରଘର ଲୋକଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ୨୮୮/୧୭ରେ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି। ଘଟଣାରୁ ପ୍ରକାଶ ଯେ, ସୁର ବେହେରା ଶନିବାର ମଝିଆଖଣ୍ଡ ଗ୍ରାମର କମଳେଶ୍ୱର ମନ୍ଦିରରେ ହେଉଥିବା ଯାତ୍ରା ଦେଖିବା ପାଇଁ ସାଇକେଲ ନେଇ ଯାଇଥିଲେ । ରାସ୍ତାରେ ଶ୍ୱଶୁର ଘର ଲୋକମାନେ ସୁରଙ୍କୁ ଦେଖିଥିଲେ । ସନ୍ଧ୍ୟା ୭ଟାରେ ଶ୍ୱଶୁର ଘର ଗ୍ରାମର ଜଣେ ଯୁବକ ଡାକିବାରୁ ସୁର ତାଙ୍କ ସହ ଚାଲିଯାଇଥିଲେ । ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ତାଙ୍କ ଶାଳକ ବିଦ୍ୟା ବେହେରା, ଶ୍ୱଶୁର ଭ୍ରମର ବେହେରା, ଶଡୁ ଭରୁପଡା ଗ୍ରାମର ବିଜୁ ବେହେରା ଓ ସୁରଙ୍କ ସ୍ତ୍ରୀ ରୁ ବେହେରା ମିଳିତ ହୋଇ ତାଙ୍କୁ ମାଡ଼ ମାରିଥିଲେ । ଏହା ସହିତ ଏକ ଥଣ୍ଡା ଜୋରଜବରଦସ୍ତ ପିଆଇଥିଲେ। ପରେ ସୁର ମରିଗଲା ଭାବି ସେମାନେ ଏକ ଅଖାବସ୍ତା ଭିତରେ ପୂରାଇ ତାହାକୁ ସିଲାଇ କରି ମଣିନାଗ ରାସ୍ତାରେ ଫିଙ୍ଗିଦେଇଥିଲେ। ସୂଚନାଯୋଗ୍ୟ ସୁର ୧୦ବର୍ଷ ତଳେ ବିବାହ କରିଥିଲେ ମଧ୍ୟ କୌଣସି ସନ୍ତାନ ନ ହେବାରୁ ମହତପଲ୍ଲା ପଞ୍ଚାୟତ କାମନାସାହିର ଭ୍ରମର ବେହେରାଙ୍କ ଝିଅ ରୁ ବେହେରାଙ୍କୁ ୭ବର୍ଷ ତଳେ ଦ୍ୱିତୀୟ ବିବାହ କରିଥିଲେ । ତାଙ୍କର ଦୁଇଟି ଯାଅଁ।ଳା କନ୍ୟା ଥିବାବେଳେ ବର୍ଷେ ତଳେ ପୁତ୍ର ସନ୍ତାନଟିଏ ହୋଇଛି । ବିଭିନ୍ନ ସମୟରେ ପାରିବାରିକ କଥାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗନ୍ତି। କିଛିମାସ ତଳେ ରୁ ଦୁଇଝିଅଙ୍କୁ ଛାଡି ପୁଅକୁ ଧରି ବାପଘରକୁ ଯାଇ ରହୁଛନ୍ତି। ସୁର ଏହା ଜାଣିବା ପରେ ୨ମାସ ତଳେ ଶ୍ୱଶୁର ଘରକୁ ଯାଇ ପୁଅକୁ ଜୋର ଜବରଦସ୍ତ ଧରି ଚାଲିଆସିଥିଲେ। ପରେ ଶ୍ୱଶୁର ଘର ଲୋକେ ଜ୍ୱାଇଁ ସୁରଙ୍କ ବିରୋଧରେ ରଣପୁର ଥାନରେ ଅଭିଯୋଗ କରିଥିଲେ । ପୋଲିସ ସୁରଙ୍କ ଘରୁ ପୁଅକୁ ଉଦ୍ଧାର କରି ଭଦ୍ରଲୋକଙ୍କ ଉପସ୍ଥିତିରେ ତା’ର ମା’ ରୁ ଙ୍କୁ ହସ୍ତାନ୍ତର କରିଥିଲା । ଏହାକୁ ନେଇ ଶ୍ୱଶୁର ଘର ଲୋକଙ୍କ ସହ ସୁରଙ୍କ ଶତ୍ରୁତା ଲାଗିରହିଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri