ହରିଲୁଟ୍‌ ଯୋଜନାରେ ଯୋଗାଣକାରୀ ସଂସ୍ଥା


ବରୀ,୫।୧୦(ସ୍ବ.ପ୍ର.)- ଅଙ୍ଗନଓ୍ବାଡି କର୍ମୀ ଓ ସହକର୍ମୀ ୧୨ ଦଫା ଦାବିକୁ ନେଇ ୨୪ଦିନ ହେବ ରାଜଧାନୀରେ ଧାରଣାରେ ବସିଛନ୍ତି। ଫଳରେ ବରୀ ବ୍ଲକର ୨୪୯ଟି ଅଙ୍ଗନଓ୍ବାଡିି କେନ୍ଦ୍ରରେ ତାଲା ଝୁଲୁଛି। ୨୪ ଦିନ ଧରି ତାଲା ଝୁଲୁଥିଲାବେଳେ ପୁଷ୍ଟିକର ଖାଦ୍ୟରୁ ମହିଳା ଓ ଶିଶୁ ବଞ୍ଚତ୍ତ ରହିଛନ୍ତି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏପଟେ ଅଙ୍ଗନଓ୍ବାଡି କର୍ମୀଙ୍କ ଧାରଣାରେ ଥିବାବେଳେ ଏହାର ଫାଇଦା ଉଠାଇବାର ଉଦ୍ୟମ ଜାରି ରଖିଛି ଛତୁଆ ପ୍ରସ୍ତୁତକାରୀ ଯୋଗାଣକାରୀ ସଂସ୍ଥା । ଏହାର ସୁଯୋଗ ନେଇ ଏହି ବ୍ଲକରେ ୨ ଟି ଯୋଗାଣକାରୀ ସଂସ୍ଥା ଛତୁଆ ଯୋଗାଇଦେବା ପାଇଁ ଚୁକ୍ତି କରିଛନ୍ତି। ଅଗଷ୍ଟରେ ଆଦୌ ଛତୁଆ ଯୋଗାଣ ନ କରି ବିଲ୍‌ ପୈଠକରି ଅର୍ଥ ଆମତ୍ସାତ କରିନେବା ପାଇଁ ଉଦ୍ୟମ କରୁଥିଲାବେଳେ ବିଭାଗୀୟ ଅଧିକାରୀଙ୍କ ହାତରେ ଧରା ପଡି ଗୁପ୍ତ ବୁଝାମଣା ପାଇଁ ଚେଷ୍ଟା ଚଳାଇଛନ୍ତି। ସେହିପରି ସେପ୍ଟେମ୍ବର ମାସ ଶେଷ ହୋଇଯାଇଥିବାବେଳେ ଛତୁଆ ଓ ଅଣ୍ଡା ବଣ୍ଟନ କରାଯାଇ ନ ଥିବା ଜଣାପଡ଼ିଛି। ପ୍ରତିମାସର ୫ ରୁ ୭ତାରିଖ ମଧ୍ୟରେ ଯୋଗାଣକାରୀ ସଂସ୍ଥା ବିଭାଗୀୟ କାଯର୍‌ୟାଳୟରେ ବିଲ୍‌ ଜମା ଦେବାର ନିୟମ ରହିଛି। ମାତ୍ର ଏହି ସଂସ୍ଥା ଅଦ୍ୟାବଧି ବିଲ୍‌ ଜମା ଦେଇନ ଥିବା ଅନୁସନ୍ଧାନରୁ ଜଣାପଡିଛି। ଯୋଗାଣକାରୀ ସଂସ୍ଥା ଗୁଡିକ ଅଙ୍ଗନଓ୍ବାଡି କର୍ମୀଙ୍କୁ ପିସିଦେଇ ଅଗଷ୍ଟ ଓ ସେପ୍ଟେମ୍ଭର ମାସର ଦସ୍ତଖତ କରିନେଇଥିବା ଅଭିଯୋଗ ହୋଇଛି। ମାସିକ ପ୍ରାୟ ୬ ଲକ୍ଷ ଟଙ୍କା ହଡ଼ପ କରିନେବା ଉଦ୍ୟମରେ ସଂସ୍ଥା ଗୁଡିକ ଉଦ୍ୟମ ଜାରି ରଖିଛନ୍ତି। ଏପଟେ ଛତୁଆ ପ୍ରସ୍ତୁତକାରୀ ସଂସ୍ଥା ଗହମକୁ ଖୋଲାରେ ଏବଂ ଆବର୍ଜନା ପୂର୍ଣ୍ଣ ସ୍ଥାନରେ ରଖି ଭାଜୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏ ନେଇ ପରୀକ୍ଷାଗାର ଛତୁଆ ଫିମ୍ପି ଓ ଖାଦ୍ୟ ଅନୁପଯୋଗୀ ବୋଲି ରିପୋର୍ଟ ପ୍ରକାଶ ପାଇଥିଲାବେଳେ ଜିଲା ପ୍ରଶାସନ ଉକ୍ତ ଯୋଗାଣକାରୀ ସଂସ୍ଥାଗୁଡିକୁ ଘଣ୍ଟ ଘୋଡାଇ ରଖୁଛି। ଏ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅପର ପକ୍ଷେ ଅଙ୍ଗନଓ୍ବାଡି କର୍ମୀଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ମିଳିଛି। ତେବେ ମହିଳା ଓ ଶିଶୁ ପ୍ରକଳ୍ପ ସଂସ୍ଥା ସ୍ଥାଣୁ ହୋଇ ରହିଥିଲାବେଳେ ଯୋଗାଣକାରୀ ସଂସ୍ଥା ଫାଇଦା ଉଠାଇବାର ଉଦ୍ୟମ ଜାରି ରଖିଛି। ଏ ସମ୍ପର୍କରେ ସିଡିପିଓଙ୍କୁ ଯୋଗାଯୋଗ କରାଯାଇଥିଲାବେଳେ ଉତ୍ତର ମିଳିବା ସମ୍ଭବ ହୋଇପାରିନାହି। ଜିଲାପାଳ ରଞ୍ଜନ କୁମାର ଦାସଙ୍କୁ ପଚାରିବାରୁ ଖୁବଶୀଘ୍ର ଅଙ୍ଗନଓ୍ବାଡିି କେନ୍ଦ୍ରଗୁଡିକ ଖୋଲିବାର ଯୋଜନା ଚାଲିଛି। ଯୋଗାଣକାରୀ ସଂସ୍ଥା ଉପରେ ତଦନ୍ତ କରାଯିବ ବୋଲି ଜିଲାପାଳ ଦାସ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri