ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ


ମାର୍ଶାଘାଇ, -ମାର୍ଶାଘାଇ ଥାନା ଅନ୍ତର୍ଗତ ମହାକାଳପଡା ବ୍ଲକ ତେରଙ୍ଗା ଗ୍ରାମର ସୁମିତ୍ରା ପରିଡା (୩୨) ଙ୍କ ଶନିବାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି ସେ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହୁଥିବା ବେଳେ ବାପଘର ଲୋକେ ତାଙ୍କୁ ଯୌତୁକ ପାଇଁ ହତ୍ୟା କରି ଟଙ୍ଗାଇ ଦେଇଥିବା ଅଭିଯୋଗ କରିଛନ୍ତି ଏହି ଘଟଣାରେ ପୋଲିସ ସୁମିତ୍ରାଙ୍କ ସ୍ବାମୀ ଅନିତ୍ୟ କୁମାର ପରିଡାଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି ପ୍ରକାଶ ଯେ, ତେରଙ୍ଗା ଗ୍ରାମର ଅନିତ୍ୟଙ୍କ ସ୍ତ୍ରୀ ସୁମିତ୍ରା ରାତିରେ ଶୋଇବା ଘରେ ଭିତରପଟୁ କବାଟ କିଳି ଶୋଇଥିଲେ ଶନିବାର ସକାଳେ ଅନିତ୍ୟ ଉଠି ବାହାରକୁ ଅନ୍ୟ କାମରେ ଯାଇଥିଲେ କିଛି ସମୟ ପରେ ଘରକୁ ଫେରି ଜାଣିବାକୁ ପାଇଲେ ସ୍ତ୍ରୀ ଶୋଇଥିବା ଘର ଭିତରପଟୁ ବନ୍ଦ ରହିଛି ସେ ଡାକିଥିଲେ ହେଁ କୌଣସି ଉତ୍ତର ମିଳି ନ ଥିଲା ତେବେ ଝରକା ବାଟେ ଚାହିଁବାରୁ ସୁମିତ୍ରା ବେକରେ ଶାଢି ଗୁଡାଇ ଘରର ଶେଣିରେ ଝୁଲି ରହିଥିବା ଦେଖିବାକୁ ପାଇଥିଲେ ଏନେଇ ଅନିତ୍ୟ ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିଲେ ମାତ୍ର ପୋଲିସର ସନ୍ଦେହ ହେବାରୁ ଅନିତ୍ୟଙ୍କୁ ଥାନାରେ ଅଟକ ରଖି ତଦନ୍ତ ପାଇଁ ଯାଇଥିଲେ ଅପରପକ୍ଷରେ ସେହିଦିନ ରାତିରେ ସୁମିତ୍ରାଙ୍କ ବାପଘର ଲୋକେ ଯାୈତୁକ ପାଇଁ ଶାଶୁଘର ଲୋକେ ମାଡ ମାରି ହତ୍ୟା କରିଥିବା ଅଭିଯୋଗ କରିଥିଲେ ରବିବାର ମାର୍ଶାଘାଇ ଥାନା ଅଧିକାରୀ ପି .କେ. ସିଂ , ମହାକାଳପଡା ଅତିରିକ୍ତ ତହସିଲଦାର ପ୍ରଭାତ କୁମାର ମହାରଣା ଓ ଜିଲା ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ପଠାଇଥିଲେ ତେରଙ୍ଗା ଗ୍ରାମର ଖଗେଶ୍ୱର ସାହାଣୀଙ୍କ ଝିଅ ସୁମିତ୍ରା ୮ ବର୍ଷ ପୂର୍ବେ ସେହି ଗ୍ରାମର ଗାୈରାଙ୍ଗ ପରିଡ଼ାଙ୍କ ପୁଅ ଅନିତ୍ୟକୁ ବୈଦିକ ମତେ ବିବାହ କରିଥିଲେ ତାଙ୍କର ଗୋଟିଏ ୬ ବର୍ଷ ଏବଂ ଅନ୍ୟଟି ୩ ବର୍ଷର କନ୍ୟା ସନ୍ତାନ ଅଛନ୍ତି ଗତ ୩ ବର୍ଷ ହେବ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ଲାଗି ରହିଥିଲା ଏନେଇ ମାର୍ଶାଘାଇ ଥାନାରେ ୧୫୪/୧୭ ଦଫା ୩୦୨,୩୦୪,୪୯୮,୩୪ ଆଇପିସିରେ ମାମଲା ରୁଜୁ କରାଯାଇଛି

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri