ପାରାଦୀପ ବନ୍ଦରରେ ପରିବହନ କାର୍ଯ୍ୟ ଠପ୍‌


ପାରାଦୀପ,୧୭ା୮(ସ୍ବ.ପ୍ର.)- ପାରଦୀପ ବନ୍ଦରର ଅନ୍ତଃପରିବହନ କାର୍ଯ୍ୟରେ ନିୟୋଜିତ ଥିବା ବମ୍ପର ଚାଲକ ଓ ହେଲପରମାନେ ବୁଧବାର ମଧ୍ୟରାତ୍ରରୁ ପରିବହନ କାର୍ଯ୍ୟ ବନ୍ଦ କରିଦେଇଛନ୍ତି। ଫଳରେ ବନ୍ଦର ମଧ୍ୟରେ ପରିବହନ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ବମ୍ପର ମାଲିକ ସଂଘ କରିଥିବା ଚୁକ୍ତିର ଖିଲାପ କରିଥିବାରୁ କାର୍ଯ୍ୟ ବନ୍ଦ କରାଯାଇଥିବା ଗାଡି ଚାଳକମାନେ କହିଛନ୍ତି। ସୂଚନା ଯୋଗ୍ୟ ଯେ, ଅଗଷ୍ଟ ୭ରେ ଜାହାଜରୁ କ୍ରେନ ସାହାଯ୍ୟରେ ପଣ୍ୟ ସାମଗ୍ରୀ ଖଲାସ କରୁଥିବା ବେଳେ କ୍ରେନରେ ଲାଗିଥିବା ହାରବର ବମ୍ପର କ୍ୟାବିନ ଉପରେ ଖସି ପଡିଥିଲା। ଫଳରେ ବମ୍ପରେ ବସିଥିବା ଚାଳକ ଜଣକ ଗୁରୁତର ହୋଇଥିଲେ। ଏନେଇ ବମ୍ପର ଚାଳକମାନେ କ୍ଷତିପୁରଣ ଦାବି କରିବା ସହ ସେମାନଙ୍କ ବକେୟା ରାଶି ଦେବାକୁ ଦାବି କରିଥିଲେ। ଅଗଷ୍ଟ୧୫ ସୁଦ୍ଧା ସେମାନଙ୍କ ଦାବି ପୂରଣ କରିବାକୁ ନେଇ ବମ୍ପର ମାଲିକ ସଂଘ ପକ୍ଷରୁ ଏକ ଚୁକ୍ତି ହୋଇଥିଲା। ମାତ୍ର ଦାବି ପୂରଣ ନ ହେବାରୁ ବମ୍ପର ଚାଳକ ଓ ହେଲପରମାନେ କାର୍ଯ୍ୟ ବନ୍ଦ କରିଦେଇଥିବା ସୂଚନା ମିଳିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri