ଡୁବୁରୀ,୧୨ା୮(ଡିଏନଏ)- ଆଦିବାସୀ ଅଧ୍ୟୁଷିତ ତଥା ପଛୁଆ ଅଞ୍ଚଳରେ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବତୀଯୁବକଙ୍କୁ ଚାକିରି ଦେବାକୁ କହି ଏକ ସଂସ୍ଥା ପ୍ରତାରଣା କରିଥିବା ଘଟଣା ସାମ୍ନାକୁ ଆସିଛି। ଅତିଥି ଦେବୋ ଭବଃ ନାମକ ସଂସ୍ଥା ସୁକିନ୍ଦା ଓ ଦାନଗଦୀ ଅଞ୍ଚଳର ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା  ହଡପ କରିଥିବା ଅଭିଯୋଗ ହୋଇଛି।

ଉକ୍ତ ସଂସ୍ଥା ସୁକିନ୍ଦା ଓ ଦାନଗଦୀ ବ୍ଲକର ଗରିବ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ମାଗଣାରେ ଶିକ୍ଷା ଯୋଗାଇ ଦେବାକୁ କହି ଗତବର୍ଷ ମେ’ରୁ ସମ୍ପୃକ୍ତ ଅଞ୍ଚଳରେ ପାଦ ଥାପିଥିଲା। ଏହି ସଂସ୍ଥା ଶିକ୍ଷୟତ୍ରୀଶିକ୍ଷକ ଓ ଅନ୍ୟାନ୍ୟ ପଦବୀ ପାଇଁ ଉଚ୍ଚ ବେତନରେ ଚାକିରିର ପ୍ରଲୋଭନ ଦେଖାଇ ୧୯୧ ଜଣଙ୍କଠାରୁ ୧ଲକ୍ଷ ୯୧ହଜାର ଟଙ୍କା ନେଇ ଫେରାର ହୋଇଯାଇଥିବା ଜଣାଯାଇଛି। ଗତବର୍ଷ ବାହାର ଜିଲାର କେତେଜଣ ବ୍ୟକ୍ତି ନିଜକୁ ଅତିଥି ଦେବୋ ଭବଃ ନାମକ ଏକ ସଂସ୍ଥାର କର୍ମକର୍ତ୍ତା ଭାବେ ପରିଚୟ ଦେଇ କଳିଙ୍ଗନଗରସ୍ଥିତ ବାଲିଆପାଳ ଅଞ୍ଚଳରେ ପ୍ରଥମେ ଏକ କାର୍ଯ୍ୟାଳୟ ଆରମ୍ଭ କରିଥିଲେ।

ପରେ ଏହି ସଂସ୍ଥା ସୁକିନ୍ଦା ଓ ଦାନଗଦୀ ବ୍ଲକର ୧୨ଟି ସ୍ଥାନରେ କାର୍ଯ୍ୟାଳୟ ଖୋଲି କାର୍ଯ୍ୟକ୍ରମ ଜାରି ରଖିଥିଲା। ଆଦିବାସୀ ଗରିବ ପିଲାଙ୍କୁ ମାଗଣାରେ ପାଠ ପଢାଇବା ସଂସ୍ଥାର କାମ ବୋଲି ଲୋକଙ୍କୁ ବୁଝାଯାଇଥିଲା ା ଏହି ସଂସ୍ଥାରେ ପ୍ରତି ୧୦ଜଣ ପିଲାଙ୍କ ପାଇଁ ଜଣେ ଶିକ୍ଷକ ଓ ପ୍ରତି ୧୦ଜଣ ଶିକ୍ଷକଙ୍କ ପାଇଁ ଜଣକୁ ଅଡିଟର ଭାବେ ନିଯୁକ୍ତି ଦିଆଯିବ ଓ ଯାଜପୁର ଜିଲାରେ ପ୍ରାୟ ୩ଶହ ପଦବୀ ଖାଲି ଥିବା କହି ବେକାର ଯୁବତୀଯୁବକଙ୍କୁ ଆବେଦନ କରିବାକୁ ସଂସ୍ଥା ପକ୍ଷରୁ ପ୍ରଲୋଭିତ କରାଯାଇଥିଲା।

ସୁକିନ୍ଦା ଓ ଦାନଗଦୀ ଅଞ୍ଚଳର ୧୯୧ଜଣ ଯୁବତୀଯୁବକ ନିଜର ବାୟୋଡାଟା ସହ ୧ ହଜାର ଟଙ୍କା ଲେଖାଏଁ ଜମା କରିଥିଲେ। ପରେ ସଂସ୍ଥା ପକ୍ଷରୁ ୧୯୧ ଆବେଦନକାରୀଙ୍କ ମଧ୍ୟରୁ ୧୧୬ ଜଣଙ୍କୁ ସଂସ୍ଥାର ପରିଚୟ ପତ୍ର ଦିଆଯାଇ ୩ମାସ ପ୍ରଶିକ୍ଷଣ ଦିଆଯାଇଥିଲା।

ମାତ୍ର ପ୍ରାୟ ବର୍ଷେ ହେଲା କାହାରିକୁ ଦରମା ଦିଆ ନ ଯାଇ ସମ୍ପୃକ୍ତ ସଂସ୍ଥା ଦିନ ଗଡେଇ ଚାଲିଥିଲା ବୋଲି ଠକେଇର ଶିକାର ଯୁବତୀଯୁବକ କଳିଙ୍ଗନଗର ଥାନାରେ ଲିଖିତ ଅଭିଯୋଗ କରି ଘଟଣାର ତଦନ୍ତ ଦାବି କରିଛନ୍ତି ା ଏହି ଅଭିଯୋଗ ପରେ ଉକ୍ତ ସଂସ୍ଥାର କର୍ମଚାରୀ ବୋଲାଉଥିବା ବ୍ୟକ୍ତିମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣାର ତଦନ୍ତ କରାଯିବ ବୋଲି କଳିଙ୍ଗନଗର ଥାନା ଅଧିକାରୀ ରାଜୀବ ଲୋଚନ ପଣ୍ଡା କହିଛନ୍ତି।

"/>

ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri