ଜଗତସିଂହପୁର,୧୨ା୮(ଡି.ଏନ୍‌.ଏ)- ଜଗତସିଂହପୁର ଜିଲା ଚର୍ଚ୍ଚିକା ବଜାର-ପୁରୋହିତପୁର ରାସ୍ତାରେ ଏକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତବ୍ୟକ୍ତି ଜଣକ ତିର୍ତ୍ତୋଲ ଥାନା ଅନ୍ତର୍ଗତ କଲମପୁର ଗ୍ରାମର ବୃନ୍ଦାବନ ଦାସ। ବୃନ୍ଦାବନ ଓ ତାଙ୍କ ଗ୍ରାମର ତ୍ରିଲୋଚନ ଦାସ ଏକ ସ୍କୁଟି (ଓଡି୨୧୧୪୨୮) ଯୋଗେ ଜଗତସିଂହପୁର ସହରରେ ଥିବା ତାଙ୍କ ହୋଟେଲକୁ ଯାଉଥିଲେ। ଏହି ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ(ଓଡି୨୧୯୮୩୨) ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ବୃନ୍ଦାବନଙ୍କୁ ମୃତ ଘୋଷଣା କରିଥିଲେ। ତ୍ରିଲୋଚନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୋଲିସ ଏ ନେଇ ଏକ ମାମଲା (୨୦୨/୧୭) ରୁଜୁ କରିବା ସହିତ ଉକ୍ତ ପିକ୍‌ଅପ୍‌ ଭ୍ୟାନକୁ ଜବତ କରି ଡ୍ରାଇଭର ନାରାୟଣ ଭୋଇଙ୍କୁ ଅଟକ ରଖିଛି।

"/>

ଦୁର୍ଘଟଣାରେ ଜଣେ ମୃତ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri