ପଞ୍ଚୁକରେ ବୁଡ଼ ପକାଇବାବେଳେ ନଦୀରେ ଭାସିଗଲେ ୨ ମହିଳା, ଲୁଗା ଭାସିଯିବାରୁ…

ଦିଗପହଣ୍ଡି,୩ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ ପଞ୍ଚାୟତ ସେବକ ଟିକରପଡ଼ା ଗାଁ ନିକଟ ଘୋଡ଼ାହାଡ଼ ନଦୀରେ ପବିତ୍ର କାର୍ତ୍ତିକ ମାସ ପଞ୍ଚୁକ ପାଇଁ ବୁଡ଼ ପକାଇବାକୁ ଯାଇ ଗାଧୋଉଥିବା ବେଳେ ୨ ମହିଳା ନଦୀରେ ଭାସି ଯାଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସୋମବାର ଭୋର ୩ଟାରେ ଏହି ଅଘଟଣ ଘଟିଛି। ମୃତକ ଦ୍ବୟ ହେଲେ ସେବକ ଟିକରପଡ଼ା ଗାଁର ସିମାଞ୍ଚଳ ପାଢ଼ୀଙ୍କ ସ୍ତ୍ରୀ ଲଳିତା(୬୪) ଏବଂ ଧନୁ ଗୌଡ଼ଙ୍କ ସ୍ତ୍ରୀ ସବିତା(୪୦)।

ଲଳିତା ଗାଧୋଇ ସାରି ଲୁଗା ଚିପୁଡୁଥିବା ବେଳେ ଲୁଗାଟି ଭାସି ଯାଇଥିଲା। ଲୁଗାକୁ ଆଣିବା ବେଳେ ଅସାବଧାନତା କାରଣରୁ ସେ ନଦୀର ଗଭୀର ଗଣ୍ଡ ମଧ୍ୟକୁ ଚାଲିଯାଇଥିଲେ। ତାଙ୍କୁ ଉଦ୍ଧାର କରିବା ବେଳେ ସବିତା ମଧ୍ୟ ନଦୀରେ ବୁଡ଼ି ଯାଇଥିଲେ। ଉଭୟେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଖବର ପାଇ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼, ସାମାଜିକ କର୍ମୀ ସୀମାଞ୍ଚଳ କର ଦିଗପହଣ୍ଡି ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ଅଗ୍ନିଶମ ବାହିନୀ ପ୍ରାୟ ୧ କିମି ଦୂର ଗୋଲଣ୍ଡା ଗ୍ରାମ ନଦୀପଠାରେ ପହଞ୍ଚି ଗ୍ରାମର କିଛିବ୍ୟକ୍ତିଙ୍କ ସହାୟତାରେ ନଦୀରୁ ଉଭୟଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ।

ଉଭୟଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଦିଗପହଣ୍ଡି ପୋଲିସ ଟିମ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ଅପମୃତ୍ୟୁ ମାମଲା ନଂ.୪୪/୨୫ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ଉଭୟଙ୍କ ଅନ୍ତିମ ସଂସ୍କାର କରାଯାଇଛି। ବାତ୍ୟା ‘ମୋନ୍ଥା’ ପ୍ରଭାବରେ ପ୍ରବଳ ବର୍ଷା ହେବାରୁ ଘୋଡ଼ାହାଡ଼ ଡ୍ୟାମରୁ ନଦୀକୁ ପାଣି ଛଡ଼ା ଯାଇଥିଲା। ପୂର୍ବରୁ ଦିଗପହଣ୍ଡିସ୍ଥିତ ଘୋଡ଼ାହାଡ଼ ଜଳସେଚନ ଉପନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନଦୀ ମଧ୍ୟକୁ କୌଣସି ବ୍ୟକ୍ତି ନ ଯିବା ସହ ଗୃହପାଳିତ ପ୍ରାଣୀମାନଙ୍କୁ ନ ଛାଡ଼ିବା ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା। ଅନ୍ୟପକ୍ଷରେ ସେବକ ଟିକରପଡ଼ା ଗ୍ରାମ ନିକଟ ନଦୀରେ ଲୋକେ ଗାଧୋଇବା ପାଇଁ ଏକ ଗଣ୍ଡ କରିଛନ୍ତି। ସେହି ଗଣ୍ଡରେ ଗାଧୋଉଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିବା ଜଣାପଡ଼ିଛି। ଘଟଣା ପ୍ରଘଟ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିହାର ନିର୍ବାଚନରେ ବିଜୟ ପୂର୍ବରୁ ପ୍ରଥମ ପ୍ରତିକ୍ରିୟା ଦେଲେ ମୋଦି, କହିଲେ ଏହା ସୁଶାସନ ସହ ବିକାଶର ହୋଇଛି ବିଜୟ

ପାଟନା,୧୪।୧୧: ପ୍ରଧାନମନ୍ତ୍ରୀ ମୋଦି ବିହାର ନିର୍ବାଚନ ଫଳାଫଳ ବିଷୟରେ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ସୁଶାସନ ଜିତିଛି। ବିକାଶ ଜିତିଛି। ଜନ କଲ୍ୟାଣର ଆତ୍ମା ଜିତିଛି। ସାମାଜିକ...

ଭଣ୍ଡ ସନ୍ୟାସୀଙ୍କ ‘ଚକ୍ରାନ୍ତ’…ନୂଆପଡ଼ାରେ ବିଜେଡି ହାରିବା ପରେ ସାଂଘାତିକ ଅଭିଯୋଗ ଆଣିଲେ ଶ୍ରୀମୟୀ

ଭୁବନେଶ୍ୱର,୧୪।୧୧: ବିଜେଡିରୁ ବହିଷ୍କାର ହୋଇଥିବା ଶ୍ରୀମୟୀ ମିଶ୍ର ବାରମ୍ବାର ଦଳକୁ ଟାର୍ଗେଟ୍‌ କରୁଛନ୍ତି। ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୁହେଁ, ବିଜେଡିର ପୂର୍ବତନ ନେତା...

Chirag Paswan : ଚିରାଗଙ୍କ ବିଜୟରେ ଝଲସି ଉଠିଲା NDA, କେମିତି ହେଲେ ବିହାର ପଲିଟିକ୍ସର ପାଓ୍ବାର ଷ୍ଟାର ଜାଣନ୍ତୁ…

ପାଟନା,୧୪।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ NDAର ଭୂସ୍ଖଳନ ଏବଂ ଆଶା କରାଯାଇଥିବା ବିଜୟ ନିଶ୍ଚିତ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ସବୁଠାରୁ ବଡ଼ ରାଜନୈତିକ...

ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକ ଆଣିବା ଲକ୍ଷ୍ୟ

ଦାରିଙ୍ଗବାଡି, ୧୪/୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ରାପଡାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଶୁକ୍ରବାର ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ...

ପାକିସ୍ତାନର ସାଂଘାତିକ ଧମକ, ଭାରତକୁ ଦୁଇଆଡୁ କରିବ ଆକ୍ରମଣ!

ଇସଲାମବାଦ,୧୪।୧୧: ଇସଲାମାବାଦରେ ଆତ୍ମଘାତୀ ବିସ୍ଫୋରଣ ପରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ପୂର୍ବ...

ଦୀର୍ଘ ବର୍ଷ ହେବ ଯାହା ହୋଇ ନ ଥିଲା, ଗୋଟିଏ ମାସରେ କରିଦେଖାଇଲେ ବିଡ଼ିଓ: ହସୁଛି କଫି ବଗିଚା

ଦାରିଙ୍ଗବାଡି, ୧୪।୧୧ (ଅରୁଣ ସାହୁ): ଓଡିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡି କଫି ବଗିଚାର ରୂପରେଖ ଗୋଟିଏ ମାସରେ ବଦଳି ଯାଇଛି ।...

ବିଜେଡି ହାତରୁ ଗଲା ନୂଆପଡ଼ା: ବିଧାୟକ ହେଲେ ଜୟ ଢୋଲକିଆ, ସନ୍ଧ୍ୟାରେ ଭେଟିବେ ମୁଖ୍ୟମନ୍ତ୍ରୀଙ୍କୁ…

ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ପ୍ରକାଶ ପାଇଲା ବହୁ ପ୍ରତୀକ୍ଷିତ ନୂଆପଡ଼ା ଉପନିର୍ବାଚନ ଫଳାଫଳ। ବାଜି ମାରିଲେ ଜୟ ଢୋଲକିଆ। ତାଙ୍କ ପିତା ତଥା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ...

ଭାରତ ଆସିବେ ବାଂଲାଦେଶର ସୁରକ୍ଷା ପରାମର୍ଶଦାତା, କାହିଁକି NSA ଅଜିତ ଡୋଭାଲ ପଠାଇଲେ ନିମନ୍ତ୍ରଣ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୪।୧୧: ବାଂଲାଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଖଲିଲ-ଉର-ରହମାନ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ। ସେ ନଭେମ୍ବର ୨୦, ୨୦୨୫ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri