ଘନକୁହୁଡ଼ିରେ ୨ ଟ୍ରକ୍‌ ମୁହାଁମୁହିଁ: ହେଲପର ମୃତ

ବଲାଙ୍ଗୀର/ଦେଓଗାଁ,୩ା୧୧(ସୁନିଲ କୁମାର ମହାନ୍ତି/କୃଷ୍ଣପ୍ରସାଦ ପାଣିଗାହୀ/): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ୨୬ ନଂ ଜାତୀୟ ରାଜପଥ ରତନପୁର ନିକଟରେ ସୋମବାର ସକାଳେ ଘନକୁହୁଡ଼ି ଯୋଗୁ ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଜନୈକ ହେଲପରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଡ୍ରାଇଭର ଗୁରୁତର ହୋଇଥିବା ଜଣାପଡ଼ିଛି। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ଓ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଛନ୍ତି। ଦୁର୍ଘଟଣା ପରେ ବଲାଙ୍ଗୀର ବୀଜାଖମନଠାରୁ ଦେଓଗାଁ ପର୍ଯ୍ୟନ୍ତ ଟ୍ରକ୍‌ ଜାମ ହୋଇଥିଲା।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ମାତରମ୍‌ର ୧୫୦ ତମ ପୂର୍ତ୍ତି ମହୋତ୍ସବ

ଭଞ୍ଜନଗର,୭ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଶୁକ୍ରବାର ଭାରତ ସ୍କାଉଟ୍‌ ଆଣ୍ଡ୍‌ ଗାଇଡର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି...

‘ଦୋଷର ସ୍ପଷ୍ଟିକରଣ ନ ଦେଲେ, ରଦ୍ଦ ହେବ ପ୍ରାର୍ଥୀପତ୍ର’, ବିହାର ନିର୍ବାଚନ ମଧ୍ୟରେ ସୁପିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ,୭।୧୧: ସୁପ୍ରିମକୋର୍ଟ ନାମାଙ୍କନ ପତ୍ରରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଷୟକୁ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ଏକ ଐତିହାସିକ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ଶୁକ୍ରବାର ରାୟ ଦେଇଛନ୍ତି...

ଗୋଟିଏ ଓଭରରେ ୬ଟି ଛକା ମାରିଲେ ପାକିସ୍ତାନ ଷ୍ଟାର୍ ଆଫ୍ରିଦି

ନୂଆପଡ଼ା,୭।୧୧: ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନର ୨୪ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଅବ୍ବାସ୍ ଆଫ୍ରିଦି ହଂକଂ ସିକ୍ସେସ୍‌ ଟୁର୍ଣ୍ଣାମେଣ୍ଟରେ ଏକ ବିରଳ ରେକର୍ଡର ସମକକ୍ଷ ହୋଇଛନ୍ତି।...

ଲକ୍ଷାଧିକ ଟଙ୍କା ଭରଣ ପୋଷଣ ପାଇ ବି ସନ୍ତୁଷ୍ଟ ନ ଥିଲେ ମହମ୍ମଦ ଶାମିଙ୍କ ଏକ୍ସ ଓ୍ବାଇଫ, ପହଞ୍ଚିଲେ ସୁପ୍ରିମକୋର୍ଟ, ବିଚାରପତି କହିଲେ…

ନୂଆଦିଲ୍ଲୀ,୭।୧୧: କ୍ରିକେଟର ମହମ୍ମଦ ଶାମିଙ୍କ ପୂର୍ବତନ ପତ୍ନୀ ହାସିନ ଜାହାନ ତାଙ୍କ ଭରଣପୋଷଣ ବୃଦ୍ଧି ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଶୁକ୍ରବାର (ନଭେମ୍ବର ୭, ୨୦୨୫)...

ପରିବାରକୁ ଢାଙ୍କି ଦେଇଛି କଳା ବାଦଲ, ସସ୍ମିତାଙ୍କ ଚିକିତ୍ସାରେ ବାଧକ ସାଜିଛି ଅର୍ଥ

ଲାଞ୍ଜିଗଡ,୭ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ଦୋରା ସାରଲି ଗାଁର ଶୁକନାଭଟା ପଡାର ୨୧ ବର୍ଷୀୟ ସସ୍ମିତା ସାହୁ ମାରାତ୍ମକ...

ଓଡ଼ିଆ ଝିଅ ଝାଡ଼ଖଣ୍ଡ ଡିଜିପି, ପ୍ରଥମ ମହିଳା ଭାବେ ରଚିଲେ ଇତିହାସ

ଭୁବନେଶ୍ୱର/ରାଞ୍ଚି: ଓଡ଼ିଶାରେ ଜନ୍ମିତ ବରିଷ୍ଠ ଆଇପିଏସ୍ ଅଧିକାରୀ ତାଦାଶା ମିଶ୍ର ଝାଡ଼ଖଣ୍ଡର କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ (DGP) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପଦବୀରେ...

ନବୀନଙ୍କୁ ନେଇ ସାଂଘାତିକ କଥା କହିଦେଲେ ସମ୍ବିତ ପାତ୍ର: ବେଇମାନ…

ନୂଆପଡ଼ା,୭।୧୧: ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ରାଜ୍ୟ ରାଜନୀତିର ଅନେକ ନେତା ପ୍ରଚାର ପାଇଁ ସେଠାରେ ଡେରା ପକାଇଛନ୍ତି। ଶୁକ୍ରବାର ନୂଆପଡ଼ାରେ ଭାଜପା...

ଏହି ତାରିଖରୁ ଲାଗୁ ହେବ ୮ମ ବେତନ କମିଶନ, ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୭।୧୧: କେନ୍ଦ୍ର ସରକାର ୮ମ କେନ୍ଦ୍ରୀୟ ବେତନ କମିଶନ ଗଠନକୁ ଆନୁଷ୍ଠାନିକ ଭାବରେ ଗ୍ରହଣ କରିଛନ୍ତି। ନଭେମ୍ବର ୩ ତାରିଖରେ ଅର୍ଥ ମନ୍ତ୍ରଣାଳୟ ଏହାର କାର୍ଯ୍ୟକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri