ଆଜି ଅଁଳା ନବମୀ, ରାଧା ପାଦ ଦର୍ଶନ କରି ଶ୍ରଦ୍ଧାଳୁ ହେଉଛନ୍ତି ଆନନ୍ଦିତ

ସାକ୍ଷୀଗୋପାଳ,(୩୧ା୧୦): ଆଜି ପବିତ୍ର ଅଁଳା ନବମୀ। ଏହି ପରିପ୍ରେକ୍ଷୀରେ ପୁରୀ ଜିଲା ସାକ୍ଷୀଗୋପାଳରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଆଜିର ଏହି ପବିତ୍ର ଦିନରେ ଶ୍ରଦ୍ଧାଳୁମାନେ ରାଧା ପାଦ ଦର୍ଶନ କରି ବେଶ୍‌ ଆନନ୍ଦିତ ହେଉଛନ୍ତି। ମା’ ରାଧାରାଣୀ ଓଡ଼ିଆଣୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ପ୍ରଶାସନ ପକ୍ଷରୁ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ୨ଜଣ ଅତିରିକ୍ତ ଏସ୍‌ପି, ୧୧ ଡିଏସ୍‌ପି, ୨୧ ଇନ୍ସପେକ୍ଟର, ୭୧ ଏସ୍‌ଆଇ ଏବଂ ଏଏସ୍‌ଆଇ, ୯୨ ହାବିଲଦାର ଓ କନଷ୍ଟେବଲ, ୧୦ ଟ୍ରାଫିକ କନଷ୍ଟେବଲ୍‌, ୨୫୦ ଜଣ ଗୃହରକ୍ଷୀଙ୍କ ସମେତ ୨୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

ଶ୍ରୀରାଧା ଠାକୁରାଣୀଙ୍କ ସମ୍ପର୍କରେ ଏକ ରୋଚକ ପୌରାଣିକ କିମ୍ବଦନ୍ତୀ ତଥା ଲୋକକଥା ଶୁଣିବାକୁ ମିଳେ। ମନ୍ଦିରର ବଡ଼ପଣ୍ଡା ସ୍ବର୍ଗତ ବେଲେଶ୍ୱର ମହାପାତ୍ରଙ୍କ କନ୍ୟା ଶ୍ରୀରାଧା ବୋଲି କୁହାଯାଏ। ରାଧା ରୂପରେ ସେ ବଡ଼ପଣ୍ଡାଙ୍କ ଘରେ ଜନ୍ମଗ୍ରହଣ କରିଥିଲେ, ତାଙ୍କର ପ୍ରକୃତ ନାମ ଥିଲା ଲକ୍ଷ୍ମୀ। ସେ ବୃନ୍ଦାବନରୁ ସାକ୍ଷୀ ଦେବାକୁ ଆସି ଘଟଣା କ୍ରମେ ସତ୍ୟବାଦୀର ଫୁଲଅଳସା ଗ୍ରାମରେ ପୂଜା ପାଉଥିବା ସାକ୍ଷୀଗୋପାଳ ଠାକୁରଙ୍କ ସହ ଭକ୍ତିଭାବରେ ବାନ୍ଧି ହୋଇଯାଇଥିଲେ। ଉଭୟ ଉଭୟଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ସାକ୍ଷୀଗୋପାଳ ନିଶାର୍ଦ୍ଧରେ ଲକ୍ଷ୍ମୀଙ୍କ ଶୟନ କକ୍ଷରେ କେତେବେଳେ ନୂପୁର ତ ଆଉ କେତେବେଳେ ଦୋଶଡ଼ା ଛାଡ଼ି ଆସୁଥିଲେ। ଏକଦା ସେ ସୁବର୍ଣ୍ଣ ବଂଶୀ ଛାଡ଼ି ଆସିବା ପରେ ଏ କଥା ରାଜାଙ୍କୁ ବଡ଼ପଣ୍ଡା ଜଣାଇଥିଲେ। ମାତ୍ର ପଣ୍ଡା ବଂଶୀ ଚୋରି କରିଥିବା ରାଜା ସନ୍ଦେହ କରିବାରୁ ତାଙ୍କୁ ଠାକୁର ସମସ୍ତ ବୃତ୍ତାନ୍ତ କହିବା ସହ ଲକ୍ଷ୍ମୀ ପରି ଅବିକଳ ପ୍ରତିମା ନିର୍ମାଣ କରି ରାଧା ରୂପରେ ପ୍ରତିଷ୍ଠା କରିବାକୁ ସ୍ବାପ୍ନାଦେଶ ଦେଇଥିଲେ। ତେବେ ପ୍ରତିମା ପ୍ରତିଷ୍ଠା ଦିବସରେ ଲକ୍ଷ୍ମୀଙ୍କ ଦେହାନ୍ତ ହୋଇଯାଇଥିଲା। ଓଡ଼ିଆ ଘର ସେବକ ପରିବାରର କନ୍ୟା ଭାବେ ସାକ୍ଷୀଗୋପାଳଙ୍କ ବାମ ପାର୍ଶ୍ୱରେ ରତ୍ନସିଂହାସନରେ ଶ୍ରୀରାଧା ସ୍ଥାପିତ ହୋଇଛନ୍ତି। ବର୍ଷସାରା ଶ୍ରୀରାଧା ଠାକୁରାଣୀ ଉତ୍ତର ଭାରତ ନାରୀ ସଦୃଶ ବେଶ ଧାରଣ କରୁଥିବାବେଳେ ଅଁଳାନବମୀରେ ପୂର୍ବକାଳରେ ଓଡ଼ିଆ ଘର ବୋହୂମାନେ ପରିଧାନ କରୁଥିବା ଭଳି ପାଟଶାଢି କାଣିଆକଚ୍ଛା ମାରି ପିନ୍ଧିଥାନ୍ତି। ତାଙ୍କୁ ପାଦପଦ୍ମ, ପାଉଁଜି, ଝୁଣ୍ଟିଆ, ପାହୁଡ଼, ବାଙ୍କି, ଚନ୍ଦ୍ରହାର ଶିକୁଳି, ବେଙ୍ଗପାଟିଆ, ତାବିଜ, ଅଁଳାମାଳ, ପୋହଳାମାଳ, ଚାପସରି, ପଣସକଣ୍ଟା ଖଡୁ, ବାହୁଟି, ବଟଫଳ ମାଳ, ଦ୍ରାବିଡ଼ଚନ୍ଦ୍ର, ମୟୁରସା ଗୁଣା, ନୁଥ, ସେତିହାର, ପୋହଳାହାର, ଡେଉଁରିଆ ମାଳ, କିରିଟି ଆଦି ପାରମ୍ପରିକ ସୁବର୍ଣ୍ଣ ଗହଣା ଲାଗି କରାଯିବ। ଫୁଲହାର, ଅଁଳାଫଳ ମାଳ, ଦୁବ, ଅରୁଆ ଚାଉଳ ସହିତ କଜଳ, ସିନ୍ଦୁର, ଅଳତା ଓ ଚନ୍ଦନପାଟି ଲାଗି କରାଯାଏ। ସେହିପରି ଅଁଳାନବମୀରେ ସାକ୍ଷୀଗୋପାଳ ଠାକୁର ନଟବର ବେଶରେ ସଜ୍ଜିତ ହୋଇ ଛନ୍ଦାଚରଣରେ ନୃତ୍ୟରତ ଭଙ୍ଗୀରେ ଦର୍ଶନ ଦେଇଥାନ୍ତି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ: ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ନୂଆପଡ଼ା,୧୧।୧୧(ମକାରୁ ବେମାଲୁ):ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟିଂ ଆରମ୍ଭ ହୋଇଛି। ଭୋଟିଂ ସ୍ଥାନ ଗୁଡିକରେ ସକାଳ ୭ଟାରୁ ଗହଳି ଦେଖିବାକୁ ମଳିଛି। ନିର୍ବାଚନ ମଇଦାନକୁ ଓହ୍ଲାଇଥିବା...

ଦିଲ୍ଲୀରେ ବିସ୍ଫୋରଣ ପରେ ଭୁବନେଶ୍ବରରେ ହାଇଆଲର୍ଟ ଜାରି: ବାଲିଯାତ୍ରା ଚାଲୁଥିବାରୁ ମୁଖ୍ୟମନ୍ତ୍ରୀ ଦେଲେ ଏଭଳି ପରାମର୍ଶ

ଭୁବନେଶ୍ୱର,୧୦।୧୧: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ହୋଇଥିବା ବିସ୍ଫୋରଣ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଆଶଙ୍କା କରାଯାଉଛି। ଯାହାକୁ ନେଇ ଦେଶବ୍ୟାପୀ ହାଇଆଲର୍ଟ କରାଯାଉଛି।...

ଦିଲ୍ଲୀ ବିସ୍ଫୋରଣ ପରେ ବାଲିଯାତ୍ରା ପଡ଼ିଆରେ ହାଇଆଲର୍ଟ

କଟକ,୧୦।୧୧: ଦିଲ୍ଲୀ ଲାଲ୍ କିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ଘଟଣା ପରେ ସମଗ୍ର ଓଡ଼ିଶା ରାଜ୍ୟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ (ଡିଜିପି)...

କନ୍ଧମାଳ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି: ୨୨୯ଟି ଅଭିଯୋଗ ଶୁଣିଲେ…

ଦାରିଙ୍ଗବାଡି, ୧୦ ।୧୧ (ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ସୋମବାର ଦାରିଙ୍ଗବାଡି ବ୍ଲକ ସଭାଗୃହଠାରେ ଅଭିଯୋଗ ଶୁଣିଛନ୍ତି । ସେ ମୋଟ ୨୨୯ଟି...

ଏହି ଦିନ ଖୋଲିବ ଇକୋ ରିଟ୍ରିଟ: ଜିଲାପାଳ ଦେଲେ ବଡ଼ ସୂଚନା, ଏଥର ପର୍ଯ୍ୟଟକଙ୍କୁ…

ଦାରିଙ୍ଗବାଡି, ୧୦।୧୧ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ବଢିବା ସାଙ୍ଗକୁ ପର୍ଯ୍ୟଟକ ମଧ୍ୟ ଭିଡ଼ ମଧ୍ୟ ବଢିଛି। ସ୍ଥାନୀୟ ପ୍ରଶାସନ ଏବଂ...

ଦାଦନ ଖଟିବାକୁ ଯାଇଥିଲେ ଶବ ହୋଇ ଫେରିଲେ, ମୃତଦେହ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡିଲା ଗାଁ

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମର ଦାଦନ ଶ୍ରମିକ ରାଜେନ୍ଦ୍ର ବେହେରା(୩୭) ମହାରାଷ୍ଟ୍ରର ମୁମ୍ବାଇ ସାମ୍ବାଜି ଷ୍ଟେଶନର ଟ୍ରେନ ଲାଇନରେ...

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ-ଚାଷୀ ମୁହାଁମୁହିଁ: ଧାନ କିଣାବିକା ପଞ୍ଜିକରଣକୁ ନେଇ…

ବରଗଡ଼,୧୦।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନ ଅମଳ କାର୍ଯ୍ୟ ଜୋର୍‌ ଧରିଛି। ଜିଲାର ସବୁ ଅଞ୍ଚଳରେ ଚାଷୀମାନେ ନିଜ କଷ୍ଟୋପାର୍ଜିତ ଧାନ ଅମଳ କରୁଛନ୍ତି।...

ମନ୍ଥର ଗତିରେ ଚାଲିଛି ମେଗା ପାନୀୟ ଜଳ ପ୍ରକଳ୍ପ: ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ସଚିବଙ୍କ ନିର୍ଦ୍ଦେଶ

ଭଞ୍ଜନଗର,୧୦।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମେଗା ପାନୀୟ ଜଳ ଯୋଗାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri