ଗଞ୍ଜାମ ,୫।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଦାମୋଦରପୁର ସ୍ଥିତ ଋଷିକୂଲ୍ୟା ନଦୀରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁ ଓ ହବିଷ୍ୟାଳି ବୋଇତ ବନ୍ଦାଣ କରିଛନ୍ତି। ଋଷିକୂଲ୍ୟା ନଦୀ ବ୍ରିଜ ନିକଟରେ ଲୋକାରଣ୍ୟ ହୋଇଯାଇଥିଲା। ପ୍ରଥମଥର ପାଇଁ ଗଞ୍ଜାମ ଅଞ୍ଚଳବାସୀଙ୍କ ପକ୍ଷରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛଇ। ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ, ଏନଏସି ଇଓ ଅପର୍ଣ୍ଣା ଡାଙ୍ଗୁଆ, ଥାନା ଆଇଆଇସି ସୁମିତ୍ରା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କୁନି କୁନି ପିଲାମାନଙ୍କ ସାଧବ ପୁଅ ଓ ବୋହୂ ବେଶ୍ ମନ ମୋହିଥିଲା। କିଛି କୁନି ଝିଅଙ୍କୁ ତଅପୋଇ ବେଶରେ ଦେଖିବାକୁ ମିଳିଥିଲା । ନୌବାଣିଜ୍ୟ ପରମ୍ପରା ଓଡ଼ିଶାର ଗୌରବମୟ ଗାରିମାକୁ ମନ ପକେଇବା ଏହି ବୋଇତ ବନ୍ଦାଣ ଉତ୍ସବର ମୁଖ୍ୟ ଲକ୍ଷ୍ୟ ବୋଲି ଆଇଆଇସି ସୁମିତ୍ରା ପାତ୍ର ସୂଚନା ଦେଇଛନ୍ତି । ୱାର୍ଡ ନଂ ୧୦ କାଉନ୍ସିଲର ସୁଜାତା ମାହାନ୍ତି, ବିଶୁ ସାମନ୍ତରା, ପୂର୍ବତନ କାଉନ୍ସିଲର ରଞ୍ଜନ ବେହେରା, ଦୁର୍ଗା ମାଧବ ପାଣିଗ୍ରାହୀ, ପ୍ରଭାତ ବିଶ୍ୱାଳଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
Dharitri – The Largest & Most Trusted Odia Daily
\



