ବାତ୍ୟା ମୋନ୍ଥା ପ୍ରଭାବରେ ବଢୁଛି ପବନର ବେଗ, ବାତ୍ୟା ଆଶ୍ରୟସ୍ଥଳି ଅନୁଧ୍ୟାନ କରିବା ପରେ ବିଧାୟକ କହିଲେ…

ଗଞ୍ଜାମ,୨୮।୧୦(ବିଦ୍ୟାଧର ସାହୁ ): ଆଉ କିଛି ଘଣ୍ଟା ପରେ ସ୍ଥଳ ଭାଗ ଛୁଇଁବ ସାମୁଦ୍ରିକ ବାତ୍ୟା ମୋନ୍ଥା । ଏହି ସାମୁଦ୍ରିକ ବାତ୍ୟା ମୋନ୍ଥା ପ୍ରଭାବରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ଲାଗି ରହିଛି ବର୍ଷା । ବେଳକୁ ବେଳ ପବନର ବେଗ ମଧ୍ୟ ବଢୁଥିବା ଜଣାପଡିଛି । ଏହି ବାତ୍ୟାକୁ ମୁକାବିଲା ଲାଗି ବ୍ଲକ, ତହସିଲଦାର ଓ ପୋଲିସ ପ୍ରଶାସନ ସମ୍ପୂଣ୍ଣର୍ର୍ ପ୍ରସ୍ତୁତ ଥିବା କୁହାଯାଇଛି । ମଙ୍ଗଳବାର ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏହି ବ୍ଲକ କୋଷ୍ଟାଲ ଏରିଆ ତଥା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ପାଳିବନ୍ଧ ପଞ୍ଚଯାତ ପୋଡ଼ମପେଟା ଗ୍ରାମକୁ ଯାଇ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ବାତ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ସହ ସେଠାକାର ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ବାତ୍ୟା ପାଇଁ ଅଧର୍ଯ୍ୟ ନ ହୋଇ ସଠିକ ମୁକାବିଲା କରିବାକୁ ବିଧାୟକ ଆହ୍ବାନ ଦେଇଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ଅତ୍ୟାବଶ୍ୟକ ଜିନିଷ ଓ ଖାଦ୍ୟ ପଦାର୍ଥ ମହଜୁଦ ରଖିବାକୁ ପ୍ରଶାସନିକ ଅଧିକାରୀଙ୍କୁ ବିଧାୟକ ନାୟକ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ଅଧିକ ବର୍ଷା କିମ୍ବା ପବନ ହେଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ କ’ଣ ପଦକ୍ଷେପ ନିଆଯାଇଛି ତାହା ପ୍ରଶାସନ ସହ ବିଧାୟକ ନାୟକ ଆଲୋଚନା କରିଥିଲେ । ବିଧାୟକଙ୍କ ବାତ୍ୟା ସ୍ଥିତି ଅନୁଧ୍ୟାନ ବେଳେ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ବିସ୍ଫୋରଣ ପରେ ଭୁବନେଶ୍ବରରେ ହାଇଆଲର୍ଟ ଜାରି: ବାଲିଯାତ୍ରା ଚାଲୁଥିବାରୁ ମୁଖ୍ୟମନ୍ତ୍ରୀ ଦେଲେ ଏଭଳି ପରାମର୍ଶ

ଭୁବନେଶ୍ୱର,୧୦।୧୧: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ହୋଇଥିବା ବିସ୍ଫୋରଣ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଆଶଙ୍କା କରାଯାଉଛି। ଯାହାକୁ ନେଇ ଦେଶବ୍ୟାପୀ ହାଇଆଲର୍ଟ କରାଯାଉଛି।...

କନ୍ଧମାଳ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି: ୨୨୯ଟି ଅଭିଯୋଗ ଶୁଣିଲେ…

ଦାରିଙ୍ଗବାଡି, ୧୦ ।୧୧ (ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ସୋମବାର ଦାରିଙ୍ଗବାଡି ବ୍ଲକ ସଭାଗୃହଠାରେ ଅଭିଯୋଗ ଶୁଣିଛନ୍ତି । ସେ ମୋଟ ୨୨୯ଟି...

ଏହି ଦିନ ଖୋଲିବ ଇକୋ ରିଟ୍ରିଟ: ଜିଲାପାଳ ଦେଲେ ବଡ଼ ସୂଚନା, ଏଥର ପର୍ଯ୍ୟଟକଙ୍କୁ…

ଦାରିଙ୍ଗବାଡି, ୧୦।୧୧ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ବଢିବା ସାଙ୍ଗକୁ ପର୍ଯ୍ୟଟକ ମଧ୍ୟ ଭିଡ଼ ମଧ୍ୟ ବଢିଛି। ସ୍ଥାନୀୟ ପ୍ରଶାସନ ଏବଂ...

ଦାଦନ ଖଟିବାକୁ ଯାଇଥିଲେ ଶବ ହୋଇ ଫେରିଲେ, ମୃତଦେହ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡିଲା ଗାଁ

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମର ଦାଦନ ଶ୍ରମିକ ରାଜେନ୍ଦ୍ର ବେହେରା(୩୭) ମହାରାଷ୍ଟ୍ରର ମୁମ୍ବାଇ ସାମ୍ବାଜି ଷ୍ଟେଶନର ଟ୍ରେନ ଲାଇନରେ...

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ-ଚାଷୀ ମୁହାଁମୁହିଁ: ଧାନ କିଣାବିକା ପଞ୍ଜିକରଣକୁ ନେଇ…

ବରଗଡ଼,୧୦।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନ ଅମଳ କାର୍ଯ୍ୟ ଜୋର୍‌ ଧରିଛି। ଜିଲାର ସବୁ ଅଞ୍ଚଳରେ ଚାଷୀମାନେ ନିଜ କଷ୍ଟୋପାର୍ଜିତ ଧାନ ଅମଳ କରୁଛନ୍ତି।...

ମନ୍ଥର ଗତିରେ ଚାଲିଛି ମେଗା ପାନୀୟ ଜଳ ପ୍ରକଳ୍ପ: ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ସଚିବଙ୍କ ନିର୍ଦ୍ଦେଶ

ଭଞ୍ଜନଗର,୧୦।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମେଗା ପାନୀୟ ଜଳ ଯୋଗାଣ...

ଦିଲ୍ଲୀରେ ବିସ୍ଫୋରଣ କଲେ ଆତଙ୍କବାଦୀ! ପୁରୀରେ ହାଇଆଲର୍ଟ ଜାରି…

ଭୁବନେଶ୍ୱର,୧୦।୧୧: ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ପୁରୀ। ହାଇଆଲର୍ଟ ନେଇ ପୁରୀ ଏସ୍‌ପି ସୂଚନା ଦେଇଛନ୍ତି। ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡ ସହ ଶ୍ରୀମନ୍ଦିର ଚତୁଃପାଶର୍‌ବ,...

ଯୋଗାଣ ସହାୟିକା ବିରୋଧରେ ସାଂଘାତିକ ଅଭିଯୋଗ: ହିତାଧିକାରୀଙ୍କ ଦସ୍ତଖତ ନକଲକରି…

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଯୋଗାଣ ସହାୟିକା ରାଜେଶ୍ୱରୀ ଗୌଡ଼ଙ୍କ ବିରୋଧରେ ସୋମବାର ଜନଜାତି ବହୁଳ ଅଶୋକ ନଗର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri