Posted inଫୁରସତ

ମାଡିଆସୁଛି ବ୍ରହ୍ମାଣ୍ଡରେ ସବୁଠୁ ବଡ଼ ଝଡ, ଆଉ ମାତ୍ର ଏତିକି ସମୟ ବାକି…

ଆସୁଛି ମହାପ୍ରଳୟ। ଦୁନିଆ ଏବେ ପ୍ରଳୟମୁହାଁ ହେଉଛ। ପରମାଣୁ ବୈଜ୍ଞାନିକ ତିଆରି କରିଛନ୍ତି ପ୍ରଳୟର ଘଣ୍ଟା । ୭୮ ବର୍ଷ ପୂର୍ବ ପରମାଣୁ ବୈଜ୍ଞାନିକ ଏକ ନିଆରା ଘଣ୍ଟାକୁ ତିଆରି କରିଛନ୍ତି । ଯାହାକୁ ‘ଡୁମ୍ସଡେ କ୍ଲକ’ ବୋଲି ନାମ ଦିଆଯାଇଛି । ମହାବିନାଶର ସମୟ ଜାଣିବା ପାଇଁ ତିଆରି କରାଯାଇଛି ଏହି ଘଡି। ଯେଉଁଥିରେ ସମୟ ମଧ୍ୟରାତ୍ରିର ୯୦ ସେକେଣ୍ଡ ଦୂରରେ ଅଛି । ଯେମିତିକି ଅର୍ଦ୍ଧରାତ୍ରୀର ଏହି ସମୟରେ ପୃଥିବୀ ଧ୍ୱସଂ ହୋଇଯିବ । ମଣିଷର ଅସ୍ତିତ୍ୱ ରହିବ ନାହିଁ ବୋଲି କୁହାଯାଇଛି ।

ସୂଚନା ଥାଉକି, ଏହି ପ୍ରଳୟ ଘଣ୍ଟା ସାଙ୍କେତିକ ଭାବରେ ଦର୍ଶାଏ ଯେ ଆମେ ବିପର୍ଯ୍ୟୟର କେତେ ନିକଟତର । ଏହାର ସମୟ ପୁଣି ଥରେ ବଡ ଧ୍ୱଂସ ନିକଟରେ ପହଞ୍ଚିଛି । ଘଣ୍ଟାର ସମୟ ମଧ୍ୟରାତ୍ରି ପୂର୍ବରୁ ୯୦ ସେକେଣ୍ଡ ଦୂରରେ ରହିଛି । ବୈଜ୍ଞାନିକମାନେ ଏହି ଘଣ୍ଟାର ସମୟକୁ ନିଜ ହାତରେ ବଦଳାଇଛନ୍ତି। ଏହା ମଧ୍ୟରାତ୍ରିର ନିକଟତମ ସମୟ। କିନ୍ତୁ ବୈଜ୍ଞାନିକମାନେ ଏହାକୁ ଆଗକୁ ବଢ଼ିବା ବନ୍ଦ କରି ଦେଇଛନ୍ତି। ସେମାନେ କହିଛନ୍ତି ନୂତନ ପରମାଣୁ ଅସ୍ତ୍ର ପ୍ରତିଯୋଗିତା, ୟୁକ୍ରେନ ଯୁଦ୍ଧ ଏବଂ ଜଳବାୟୁ ପରିବର୍ତ୍ତନକୁ ନେଇ ଘଣ୍ଟା ଆଗକୁ ବଢ଼ିବାର କାରଣ ରହିଛି।

୨୦୦୭ ପରଠାରୁ ବୈଜ୍ଞାନିକମାନେ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର ସହିତ ଜଳବାୟୁ ପରିବର୍ତ୍ତନ ଏବଂ ଏଆଇ ପରି ନୂତନ ମନୁଷ୍ୟକୃତ ବିପଦକୁ ମଧ୍ୟ ବିଚାର କରିଛନ୍ତି। ୨୦୨୪ ଘୋଷଣାରେ କୁହାଯାଇଛି ଚାଇନ, ରୁଷିଆ ଏବଂ ଆମେରିକା ସେମାନଙ୍କର ପରମାଣୁ ଅସ୍ତ୍ରଶସ୍ତ୍ରକୁ ବିସ୍ତାର କିମ୍ବା ଆଧୁନିକୀକରଣ କରିବା ପାଇଁ ବିପୁଳ ପରିମାଣର ଖର୍ଚ୍ଚ କରୁଛନ୍ତି। ଫଳରେ ପରମାଣୁ ଯୁଦ୍ଧର ଆଶଙ୍କା ବୃଦ୍ଧି ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri