ଦୁର୍ନୀତି ପ୍ରସାର ରୋକିବାରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ରାଇକିଆ,୩୧।୧୦(ପ୍ରଦୀପ ବେହେରା)-ଦୁର୍ନୀତି ନିବାରଣ ସପ୍ତାହ ଅବସର ରେ କନ୍ଧମାଳ ଜିଲ୍ଲା ରାଇକିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନବରତ୍ନ ଗ୍ୟାସ ବିତରଣ ସଂସ୍ଥା ମୁଖ୍ୟ ପରିଚାଳକ ରାଜେନ୍ଦ୍ର ପାଳ ଅତିଥି ଭାବେ ଯୋଗଦେଇ ସମାଜରେ ଦୁର୍ନୀତିର ପ୍ରସାର ରୋକିବାରେ ଛାତ୍ରଛାତ୍ରୀଙ୍କ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ ନେଇ କହିବା ସହ ଦୁର୍ନୀତି ବିରୋଧୀ ଆଇନର ଗୁରୁ ଏବଂ ଏକ ଭଲ ସମାଜ ଗଠନରେ ଯୁବପିଢ଼ିଙ୍କ ଭୂମିକା ବିଷୟରେ ଛାତ୍ରମାନଙ୍କୁ ବୁଝାଇଥିଲେ।

ଏହି ଅବସରରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ଦୁର୍ନୀତି ମୁକ୍ତ ସମାଜ ଗଠନ ନିମନ୍ତେ ପ୍ରତିଜ୍ଞା ନେଇଥିଲେ I କାର୍ଯ୍ୟକ୍ରମରେ ଶିକ୍ଷକମାନେ ଦେଶର ବିକାଶ ଉପରେ ଦୁର୍ନୀତିର ପ୍ରଭାବ ବ୍ୟାଖ୍ୟା କରିଥିଲେ I ସେମାନେ ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କ ଚାରିପାଖରେ ଘଟୁଥିବା ଅନିୟମିତତା ବିଷୟରେ ସଚେତନ ରହିବା ଏବଂ ସମାଜରେ ନ୍ୟାୟ ଏବଂ ନୈତିକତାକୁ ପ୍ରାଥମିକତା ଦେବାକୁ ଆହୱାନ କରିଥିଲେ। ଏହି ଅବସରରେ ସୁରକ୍ଷିତ ଗ୍ୟାସ ବ୍ୟବହାରର ବିଭିନ୍ନ ଦିଗ ସଂପର୍କରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ବୁଝାଯାଇଥିଲା ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଡ୍ୟୁଟି ସମୟରେ ଟଳିପଡିଲେ କନଷ୍ଟେବଳ, ଆଉ ତା’ପରେ…

ସୋନପୁର,୭।୧୧(ମୃତ୍ୟୁଞ୍ଜୟ ଶତପଥୀ): ଡ୍ୟୁଟି ସମୟରେ ଶୁକ୍ରବାର ଟଳିପଡ଼ିଲେ କନଷ୍ଟେବଳ। ସୁବର୍ଣ୍ଣପୁର ଜିଲା ପୋଲିସ ବିଭାଗରେ କାର୍ଯ୍ୟରତ କନଷ୍ଟେବଳ ସରୋଜ କୁମାର ପ୍ରଧାନଙ୍କ ମୃତ୍ୟୁ ହୋଇଛି ।...

ଓଡ଼ିଶା ପାଇଁ ଅର୍ଥର ଅଭାବ ନାହିଁ, ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ: ନୀତିନ ଗଡ଼କରୀ

ଭୁବନେଶ୍ୱର,୭।୧୧: ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଏଥରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ...

ବନ୍ଦେ ମାତରମ୍‌ର ୧୫୦ ତମ ପୂର୍ତ୍ତି ମହୋତ୍ସବ

ଭଞ୍ଜନଗର,୭ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଶୁକ୍ରବାର ଭାରତ ସ୍କାଉଟ୍‌ ଆଣ୍ଡ୍‌ ଗାଇଡର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି...

ପରିବାରକୁ ଢାଙ୍କି ଦେଇଛି କଳା ବାଦଲ, ସସ୍ମିତାଙ୍କ ଚିକିତ୍ସାରେ ବାଧକ ସାଜିଛି ଅର୍ଥ

ଲାଞ୍ଜିଗଡ,୭ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ଦୋରା ସାରଲି ଗାଁର ଶୁକନାଭଟା ପଡାର ୨୧ ବର୍ଷୀୟ ସସ୍ମିତା ସାହୁ ମାରାତ୍ମକ...

ନବୀନଙ୍କୁ ନେଇ ସାଂଘାତିକ କଥା କହିଦେଲେ ସମ୍ବିତ ପାତ୍ର: ବେଇମାନ…

ନୂଆପଡ଼ା,୭।୧୧: ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ରାଜ୍ୟ ରାଜନୀତିର ଅନେକ ନେତା ପ୍ରଚାର ପାଇଁ ସେଠାରେ ଡେରା ପକାଇଛନ୍ତି। ଶୁକ୍ରବାର ନୂଆପଡ଼ାରେ ଭାଜପା...

ମୁକୁଳା ଡ୍ରେନରେ ଛଟପଟ ହେଉଥିଲା ଗାଈ: ଅଗ୍ନିଶମ ବିଭାଗ ପହଞ୍ଚିବାରୁ…

ଦାରିଙ୍ଗବାଡି, ୭।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିର ରାଇକିଆ ରାସ୍ତା ଏସବିଆଇ ସମ୍ମୁଖ ଏକ ମୁକୁଳା ଡ୍ରେନରେ ଗାଈ ଛଟପଟ ହେଉଥିଲା।...

‘ବନ୍ଦେ ମାତରମ’ ଦେବ ନୂଆ ସଂଜ୍ଞା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୭।୧୧: ‘ବନ୍ଦେ ମାତରମ’ କେବଳ ଗୀତ ନୁହେଁ ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଏବଂ ବୀରତାର ପ୍ରତୀକ। ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ‘ଆନନ୍ଦ ମଠ’ ଉପନ୍ୟାସରୁ ଜନ୍ମ...

ନୂଆପଡ଼ାରେ ପହଞ୍ଚିବା ପରେ ନବୀନଙ୍କ ହେଲିକପ୍ଟର ହେଲା ଯାଞ୍ଚ , ଏ କ’ଣ ମିଳିଲା…

ନୂଆପଡା,୭।୧୧: ନୂଆପଡ଼ାରେ ଅଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନୂଆପଡ଼ା ଓ ଖରିଆର ରୋଡରେ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ନୂଆପଡ଼ାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri