ପିନ୍‌କଣ୍ଟା ଗିଳି ଛାତ୍ରଙ୍କ ଜୀବନ ଗଲା, ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ବାପା କହିଲେ…

ଦାରିଙ୍ଗବାଡ଼ି,୩୦ା୧୦(ଅରୁଣ ସାହୁ): କନ୍ଧମାଳ ଜିଲାରେ ବହୁ ଚର୍ଚ୍ଚିତ ପିନ ଗିଳି ସପ୍ତମଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ପରିବାର ପକ୍ଷରୁ ଦାରିଙ୍ଗବାଡ଼ି ଥାନାରେ ଗୁରୁବାର ଅପରାହ୍ନରେ ଲିଖିତ ଅଭିଯୋଗ ହୋଇଛି। ତାଙ୍କ ପୁଅ ମୃତ୍ୟୁ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷୟିତ୍ରୀ/ଶିକ୍ଷକ ଓ କର୍ତ୍ତୃପକ୍ଷ ଦାୟୀ ବୋଲି ଅଭିଯୋଗ କରାଯାଇଛି। ତାଙ୍କ ପୁଅକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଅବହେଳା କରି ନ ଥିଲେ ହୁଏତ ତାଙ୍କ ପୁଅ ଆଜି ଜୀବିତ ଥାଆନ୍ତା ବୋଲି ଅଭିଯୋଗରେ ଦର୍ଶାଯାଇଛି।

ପ୍ରକାଶ ଯେ, ଦାରିଙ୍ଗବାଡ଼ି ବିଦ୍ୟୁତ କାର୍ଯ୍ୟାଳୟ ସାହିରେ ରହୁଥିବା କାଳୀ ପ୍ରସାଦ ମିଶ୍ରଙ୍କ ୧୨ ବର୍ଷର ପୁଅ ତାଙ୍କ ମାମୁଘର ଫୁଲବାଣୀ କଣ୍ଟ୍ରାକ୍ଟରପଡ଼ାରେ ରହି ପାଠ ପଢୁଥିଲେ ଗତ ୧୫ରେ ବିଦ୍ୟାଳୟରେ ଲାଗିଥିବା ନୋଟିସ୍‌ ବୋର୍ଡର ପିନ୍‌ କିଭଳି ଅସାବଧାନତା ବଶତଃ ଗିଳି ଦେଇଥିଲେ। ଏନେଇ ତୁଷାର ଏବଂ ତାଙ୍କ ସାଙ୍ଗସାଥୀ ବିଦ୍ୟାଳୟର ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ଜଣାଇଥିଲେ। ତେବେ ତାଙ୍କ କଥାକୁ କେହି ବିଶ୍ୱାସ ନ କରି ଓଲଟି ପାଣି ପିଇଦେ ମଧ୍ୟାହ୍ନ ଭୋଜନ ଖାଇଲା ପରେ ପାଣି ପିଇଦେ ବୋଲି କହି ଗୁରୁତ୍ୱ ଦେଇ ନ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପରେ ବିଦ୍ୟାଳୟ ଛୁଟି ପରେ ତୁଷାର ଘରକୁ ଫେରି ଅଜା ଓ ମାମୁମାଇଁଙ୍କୁ ସମସ୍ତ ଘଟଣା ଜଣାଇଥିଲେ। ମାମୁ ତାଙ୍କୁ ତୁରନ୍ତ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସେଠାରେ ଉକ୍ତ ପିନ୍‌କୁ ଅପରେଶନ କରି ବାହାର କରିବା ସମ୍ଭବ ନ ଥିବାରୁ ଡାକ୍ତର ଅନ୍ୟତ୍ର ନେବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକ ସେଠାରୁ ବ୍ରହ୍ମପୁର ପରେ ଭୁବନେଶରର କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ଶିଶୁଭବନ ନେଇଥିଲେ ସେଠାରେ ଅପରେଶନ କରି ପିନ୍‌ଟିକୁ ବାହାର କରାଯାଇଥିଲେ ମଧ୍ୟ ସେ ଗୁରୁତର ଅବସ୍ଥାରେ ରହିଥିଲେ ଏବଂ ୨୬ରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ତାଙ୍କ ଶେଷ କୃତ୍ୟ ଓ ମେଡିକାଲ ରିପୋର୍ଟ ଓ ଅନ୍ୟାନ୍ୟ କାଗଜପତ୍ର ନେଇ ଗୁରୁବାର ଦାରିଙ୍ଗବାଡ଼ି ଘରକୁ ଫେରିବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦାରିଙ୍ଗବାଡ଼ି ଥାନା ଅଧିକାରୀ ତଥା ଡିଏସ୍‌ପି କନକ ମାଝୀ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ସେ ଉକ୍ତ ଅଭିଯୋଗପତ୍ରକୁ ଫୁଲବାଣୀ ଥାନାକୁ ହସ୍ତାନ୍ତର କରିବେ ଘଟଣାଟି ଫୁଲବାଣୀରୁ ହୋଇଥିବାରୁ ସେଠାକାର ପୋଲିସ ଘଟଣାର ତଦନ୍ତଭାର ନେଇପାରେ ବୋଲି ପୋଲିସ ପକ୍ଷରୁ ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଫୋନ କଲ ଯୋଗୁ ବଞ୍ଚିଯାଇଥିଲା ଶେଖ ହାସିନାଙ୍କ ଜୀବନ! ଖୋଲିଲା ନୂଆ ରାଜ

ନୂଆଦିଲ୍ଲୀ/ଢାକା,୭।୧୧: ବାଂଲାଦେଶରେ ବିଦ୍ରୋହର ପ୍ରାୟ ଗୋଟିଏ ବର୍ଷ ପରେ, ଏକ ଖୁଲାସା ହୋଇଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ। ପ୍ରକୃତରେ, ବାଂଲାଦେଶରେ ବିଦ୍ରୋହ ପରେ ପ୍ରକାଶିତ...

ପୁଣି ପାକିସ୍ତାନକୁ ଧୋଇଦେଲା ଭାରତ: ୨ ରନ୍‌ରେ ଜିତିଲା…

ନୂଆଦିଲ୍ଲୀ,୭।୧୧: ଆଜି ହଂକଂ ସିକ୍ସେସ ୨୦୨୫ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଭାରତ ପାକିସ୍ତାନକୁ ୨ ରନରେ ପରାସ୍ତ କରିଛି। ହଂକଂର ମଙ୍ଗ କକ୍‌ରେ ଖେଳାଯାଇଥିବା ଏହି...

ମ୍ୟାଚ୍‌ ମଝିରେ ହଠାତ୍‌ ଭୟଙ୍କର ରାଗିଗଲେ ସୂର୍ଯ୍ୟକୁମାର: କଲେ ଏମିତି କାମ

କାରାରା,୭।୧୧: ଭାରତର ଟି-୨୦ ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ ପଡ଼ିଆରେ ତାଙ୍କର ସଂଯମ ଆଚରଣ ପାଇଁ ଜଣାଶୁଣା। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ...

ରାହୁଲ ଗାନ୍ଧୀ ହଠାତ୍‌ କମାଇଲେ ୧୭ହଜାର କୋଟି ଟଙ୍କା! ଜାଣନ୍ତୁ କେମିତି?

ନୂଆଦିଲ୍ଲୀ,୭।୧୧: ଯଦିଓ ଷ୍ଟକ ବଜାରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟୁଛି, ତଥାପି ଦେଶର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରିୟ ଷ୍ଟକ ବର୍ତ୍ତମାନ ବଜାରରେ ହଇଚଇ...

ଡ୍ୟୁଟି ସମୟରେ ଟଳିପଡିଲେ କନଷ୍ଟେବଳ, ଆଉ ତା’ପରେ…

ସୋନପୁର,୭।୧୧(ମୃତ୍ୟୁଞ୍ଜୟ ଶତପଥୀ): ଡ୍ୟୁଟି ସମୟରେ ଶୁକ୍ରବାର ଟଳିପଡ଼ିଲେ କନଷ୍ଟେବଳ। ସୁବର୍ଣ୍ଣପୁର ଜିଲା ପୋଲିସ ବିଭାଗରେ କାର୍ଯ୍ୟରତ କନଷ୍ଟେବଳ ସରୋଜ କୁମାର ପ୍ରଧାନଙ୍କ ମୃତ୍ୟୁ ହୋଇଛି ।...

ଓଡ଼ିଶାରେ ବଡ଼ ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକରୀ, ରାଜ୍ୟରେ ହେବ…

ଭୁବନେଶ୍ୱର,୭।୧୧: ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ...

ଓଡ଼ିଶା ପାଇଁ ଅର୍ଥର ଅଭାବ ନାହିଁ, ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ: ନୀତିନ ଗଡ଼କରୀ

ଭୁବନେଶ୍ୱର,୭।୧୧: ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଏଥରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ...

ବନ୍ଦେ ମାତରମ୍‌ର ୧୫୦ ତମ ପୂର୍ତ୍ତି ମହୋତ୍ସବ

ଭଞ୍ଜନଗର,୭ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଶୁକ୍ରବାର ଭାରତ ସ୍କାଉଟ୍‌ ଆଣ୍ଡ୍‌ ଗାଇଡର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri