ଶ୍ମଶାନରୁ ଦେଢ଼ବର୍ଷର ଦିବ୍ୟାଙ୍ଗ ଶିଶୁକନ୍ୟା ଉଦ୍ଧାର


ଘେରିରହିଥିଲେ କୁକୁର ପଲ

ଉଦ୍ଧାର କଲେ ଗଁ। ପୂଜକ

- ହେପାଜତକୁ ନେଲା ଶିଶୁ ସୁରକ୍ଷା ଟିମ୍‌

ବାରଙ୍ଗ,୭।୧୨(ଡି.ଏନ୍‌.ଏ.)-ବାରଙ୍ଗ ଥାନା ଅନ୍ତର୍ଗତ ମଧୁବନ ଗଁ।ମୁଣ୍ଡ ଶ୍ମଶାନରୁ ବୁଧବାର ରାତିରେ ଦେଢ଼ବର୍ଷର ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଗଁାର ଜଣେ ପୂଜକ ଶିଶୁକନ୍ୟାଟିକୁ ଉଦ୍ଧାର କରି ଘରକୁ ଆଣିବା ପରେ ସ୍ଥାନୀୟ ଅଞ୍ଚଳରେ ଖବର ପ୍ରଚାରିତ ହୋଇଯାଇଥିଲା। ଉଦ୍ଧାର ଶିଶୁକନ୍ୟାକୁ ଦେଖିବା ଲାଗି ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ଗୁରୁବାର ଅପରାହ୍ନରେ କଟକ ଜିଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତିଙ୍କ ନେତୃତ୍ୱରେ ତିନିଜଣିଆ ଟିମ୍‌ ପହଞ୍ଚି ଶିଶୁକନ୍ୟାକୁ ହେପାଜତକୁ ନେଇଛନ୍ତି। ତେବେ କନ୍ୟାଟି ଦିବ୍ୟାଙ୍ଗ ହୋଇଥିବାବେଳେ ପିଠିରେ ଆବୁ ଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, ମଧୁବନ ଗଁାର ପୂଜକ ଶିଶିର ପଣ୍ଡା ସବୁଦିନ ଭଳି ବୁଧବାର ମଧ୍ୟ ଗଁାମୁଣ୍ଡ ଶ୍ମଶାନ ନିକଟରେ ଥିବା ଶିବ ମନ୍ଦିରରେ ପୂଜା ସାରି ରାତି ପ୍ରାୟ ୧୦ଟାରେ ଘରକୁ ଫେରୁଥିଲେ। ଏହି ସମୟରେ ଦୂରରୁ ଶିଶୁର କ୍ରନ୍ଦନ ଶୁଣିବାକୁ ପାଇଥିଲେ। ସେଠାରେ କିଛି ସମୟ ଅଟକି ଶବ୍ଦ ଆସୁଥିବା ଦିଗକୁ ଅନୁସରଣ କରି ଶ୍ମଶାନ ଅଭିମୁଖେ ଯାଇଥିଲେ। ଶ୍ମଶାନରେ ପହଞ୍ଚିବା ପରେ ଏକ ଶିଶୁକନ୍ୟାକୁ କୁକୁର ପଲ ଘେରିରହିଥିବା ଦେଖିବାକୁ ପାଇଥିଲେ। ଶିଶୁଟିର ଜୀବନ ବଞ୍ଚାଇବା ପାଇଁ ସଙ୍ଗେସଙ୍ଗେ ତାକୁ ଉଦ୍ଧାର କରି ସାଙ୍ଗରେ ନେଇ ପଳାଇ ଆସିଥିଲେ। ପୂଜକଙ୍କ ପରିବାର ଲୋକ ଶିଶୁକନ୍ୟାକୁ ଆଦର ସହକାରେ ଦେଖିବା ପରେ ତା’ପିଠିରେ ଏକ ଆବୁ ଥିବା ଏବଂ ଶିଶୁଟି ଦିବ୍ୟାଙ୍ଗ ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ପୂଜକ ଶିଶୁଟିକୁ ଧରି ବାରଙ୍ଗ ଥାନାରେ ପହଞ୍ଚିଥିଲେ। ପୋଲିସକୁ ଘଟଣା ସମ୍ପର୍କରେ ଜଣାଇବା ପରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ପରେ ତାଙ୍କ ପରିବାର ଲୋକ କଟକର ବିଭିନ୍ନ ଘରୋଇ ଡାକ୍ତରଖାନା ନେଇ ଶିଶୁଟିର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ପିଠିରେ ରହିଥିବା ଆବୁ ଶିଶୁର ଜୀବନ ପ୍ରତି ବିପଦ ଆଣିପାରେ। ଏଥିପାଇଁ ଅପରେଶନ କଲେ ୧ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଡାକ୍ତରମାନେ କହିଥିଲେ। ଗୁରୁବାର ଅପରାହ୍ନରେ କଟକ ଜିଲା ଶିଶୁ ସୁରକ୍ଷା ଟିମ୍‌ ପହଞ୍ଚିବା ପରେ ପୂଜକ ପଣ୍ଡା ଉଦ୍ଧାର ଶିଶୁକନ୍ୟାଟିକୁ ହସ୍ତାନ୍ତର କରିଛନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri