୧୦ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ଉଡ଼ିବ ବିମାନ


ଭୁବନେଶ୍ୱର, ୫।୧୨(ବ୍ୟୁରୋ)-ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ସିଧାସଳଖ ଉଡିବ ବିମାନ। ପ୍ରାୟ ଏକବର୍ଷ ହେଲା ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତଘଟାଇ ରାଜ୍ୟ ସରକାର ଶେଷରେ ଏ ନେଇ ଘୋଷଣା କରିଛନ୍ତି। ଆସନ୍ତା ୧୦ ତାରିଖରୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏୟାର ଇଣ୍ଡିଆର ବିମାନ ‘ଏୟାରବସ୍‌ ଏ୩୨୦ନିଓ’ ବ୍ୟାଙ୍କକ୍‌କୁ ସିଧାସଳଖ ଉଡାଣ କରିବ। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ଦେଶମାନଙ୍କ ସହ ଓଡ଼ିଶାର ସମ୍ପର୍କ ସୁଦୃଢ କରିବା ଦିଗରେ ଆଉପାଦେ ଆଗକୁ ବଢୁଛୁ। ଏୟାର ଇଣ୍ଡିଆ ପକ୍ଷରୁ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଡିସେମ୍ବର ୧୦ରୁ ଆରମ୍ଭ ହେବାକୁ ଥିବା ଏହି ସେବା ଦ୍ୱାରା ଓଡ଼ିଶା ପର୍ଯ୍ୟଟନର ବିକାଶ ହେବ। ଏହାସହ ବାଣିଜି୍ୟକ ସମ୍ପର୍କ ମଧ୍ୟ ସୁଦୃଢ ହେବ। ଦକ୍ଷିଣ-ପୂର୍ବ ଏସିଆ ଦେଶଗୁଡ଼ିକ ସହ ଓଡ଼ିଶାର ସମ୍ପର୍କ ଆହୁରି ମଜଭୁତ ହୋଇପାରିବ ବୋଲି ସେ କହିଛନ୍ତି। ଏୟାର ଇଣ୍ଡିଆ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ସପ୍ତାହରେ ଦୁଇଦିନ (ଗୁରୁବାର ଏବଂ ରବିବାର) ବିମାନ ଉଡାଣ କରିବା ସହ ଗୋଟିଏ ଥରରେ ୧୬୨ ଯାତ୍ରୀ ଯାତ୍ରା କରିପାରିବେ। ବିମାନ ‘ଏଆଇ୩୩୯’ ବ୍ୟାଙ୍କକ୍‌ରୁ ସ୍ଥାନୀୟ ସମୟ ୫ଟା ୪୦ରୁ ଉଡାଣ ଆରମ୍ଭ କରି ସକାଳ ୭ଟାରେ ଭୁବନେଶ୍ୱରରେ ପହଞ୍ଚତ୍ବ। ସେହି ବିମାନ ସକାଳ ୮ଟା ୪୫ରେ ଭୁବନେଶ୍ୱର ବିମାନବନ୍ଦରରୁ ଉଡାଣ କରି ପୂର୍ବାହ୍ନ ୧୧ଟାରେ ବାଙ୍ଗାଲୋରରେ ପହଞ୍ଚତ୍ବ। ପୂର୍ବାହ୍ନ ୧୧ଟା ୪୦ରେ ବିମାନ ‘ଏଆଇ୩୩୮’ ବାଙ୍ଗାଲୋରରୁ ଉଡାଣ କରି ଅପରାହ୍ନ ୧ଟା ୫୦ରେ ଭୁବନେଶ୍ୱରରେ ପହଞ୍ଚତ୍ବ। ଏଠାରୁ ଯାତ୍ରୀଙ୍କୁ ନେଇ ବ୍ୟାଙ୍ଗକ୍‌ ଅଭିମୁଖେ ଅପରାହ୍ନ ୩ଟା ୪୫ରେ ବାହାରିବ। ରାତି ୮ଟା ୧୫ରେ ବ୍ୟାଙ୍କକ୍‌ରେ ପହଞ୍ଚତ୍ବ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଟର୍ମିନାଲ-୨ରେ ଏହି ସେବା ଚାଲିବାକୁ ଥିବାବେଳେ ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ବିମାନ ଟିକେଟ୍‌ ୮୭୨୩ ଟଙ୍କା ରହିଛି। ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୬ରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ କୁଆଲାଲମ୍ପୁରକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri