ଡିଏଭି ଛାତ୍ରୀ ଆମତ୍ହତ୍ୟା ମାମଲା:ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ


ଭୁବନେଶ୍ୱର, ୫।୧୨(ବ୍ୟୁରୋ)- ୟୁନିଟ-୮ସ୍ଥିତ ଡିଏଭି ବିଜନେସ୍‌ ମାନେଜମେଣ୍ଟ ସ୍କୁଲ ଯୁକ୍ତ୩ ବାଣିଜ୍ୟ ଦ୍ୱିତୀୟ ବର୍ଷ ଛାତ୍ରୀ ତାନିଆ ବାନାର୍ଜୀ ଆତ୍ମହତ୍ୟା ଘଟଣାରେ ବ୍ୟବଚ୍ଛେଦ ରିପୋର୍ଟ ବୁଧବାର ପୋଲିସକୁ ହସ୍ତଗତ ହୋଇଛି। ଶ୍ୱାସରୁଦ୍ଧ ହୋଇ ତାନିଆଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ଥିବା ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ପୋଲିସ ତାନିଆଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଦଫା ୩୦୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କ୍ୟାପିଟାଲ ଥାନାର ଅତିରିକ୍ତ ଥାନାଧିକାରୀ ସୁନିଲ କୁମାର ବେହେରାଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍‌ ତଦନ୍ତ କରୁଛି। କିନ୍ତୁ ତାନିଆଙ୍କ ଆମତ୍ହତ୍ୟା ପାଇଁ କିଏ ଦାୟୀ ତାହାକୁ ପୋଲିସ ଖୋଜି ବାହାର କରିପାରିନାହିଁ। ସୂଚନାଯୋଗ୍ୟ, ସାମାନ୍ୟ ଲିପ୍‌ଷ୍ଟିକ୍‌ ପାଇଁ ତାନିଆ ଏବଂ ତାଙ୍କ ସହପାଠୀମାନଙ୍କ ମଧ୍ୟରେ କଳି ହୋଇଥିଲା। ସହପାଠୀମାନେ ତାନିଆଙ୍କୁ ଚୋରଣି ବୋଲି ଆକ୍ଷେପ କରିବା ସହିତ ତାଙ୍କର ଜଣେ ରୁମ୍‌ମେଟଙ୍କୁ ତାଙ୍କଠାରୁ ଅଲଗା କରିଦେଇଥିଲେ। ଏହି କାରଣରୁ ତାନିଆ ଅପମାନିତ ବୋଧ କରି ଆତ୍ମହତ୍ୟ କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା। ପୋଲିସ ତାନିଆ ରହୁଥିବା ରୁମ୍‌ ଯାଞ୍ଚ କରିବା ପରେ ସାଙ୍ଗମାନଙ୍କ ଲିପ୍‌ଷ୍ଟିକ୍‌ ଓ ଅନ୍ୟାନ୍ୟ ପ୍ରସାଧନ ସାମଗ୍ରୀ ଜବତ ହୋଇଥିଲା। ଇତିମଧ୍ୟରେ ପୋଲିସ ତାନିଆଙ୍କ ୧୦ ଜଣ ସହପାଠୀ, ହଷ୍ଟେଲ ଓ୍ବାର୍ଡେନ ଏବଂ ସିକ୍ୟୁରିଟି ଗାର୍ଡଙ୍କୁ ପଚରାଉଚରା କରିସାରିଛି। ଗତମାସ ୨୮ ତାରିଖରେ ତାନିଆଙ୍କ ମୃତଦେହକୁ ପୋଲିସ ତାଙ୍କ ହଷ୍ଟେଲ ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ଜବତ କରିଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri