ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ନେଇ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର,୫।୧୨(ବ୍ୟୁରୋ): ପାଖାପାଖି ଏକ ଘଣ୍ଟାର ମୁଲତବୀପରେ ମଙ୍ଗଳବାର ପୂର୍ବାହ୍ନ ୧୧ଟା ୩୦ରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଆସନରେ ଠିଆ ହୋଇ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ନେଇ ଭାଜପା ଆଣିଥିବା ଅଭିଯୋଗ ଉପରେ ଲିଖିତ ଉତ୍ତର ରଖିଥିଲେ। ସେ କହିଥିଲେ ଯେ, ଭାଜପା ଆଣିଥିବା ଅଭିଯୋଗ ଯୁକ୍ତିହୀନ। ୨୦୧୭-୧୮ ବାର୍ଷିକ ବଜେଟରେ ଦେଢ଼ କୋଟି ଟଙ୍କା ବିଜେପୁର ଉଠା ଜଳସେଚନ ପ୍ରକଳ୍ପ ପାଇଁ ରଖାଯାଇଥିଲା। ତେବେ ପରବର୍ତ୍ତି ସମୟରେ ଏହି ପ୍ରକଳ୍ପର କେବଳ ନାମ ପରିବର୍ତ୍ତନ କରାଯାଇ ଗଙ୍ଗାଧର ମେହେର ଲିପ୍ଟ କେନାଲ ସିଷ୍ଟମ ରଖାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିରୋଧୀ ଭାଜପା କୁମ୍ଭୀର କାନ୍ଦଣା ନ କାନ୍ଦି ଗୃହକାର୍ଯ୍ୟରେ ସହଯୋଗ କରନ୍ତୁ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ମଧ୍ୟ ଭାଜପା ବିଧାୟକମାନେ ହଟ୍ଟଗୋଳ ବନ୍ଦ କରି ନ ଥିଲେ। ତେଣୁ ବାଧ୍ୟ ହୋଇ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃକାର୍ଯ୍ୟକୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri