ପାରାଦୀପ ବନ୍ଦରର ସର୍ବକାଳୀନ ରେକର୍ଡ


ପାରାଦୀପ,୪।୧୨(ସ୍ବ.ପ୍ର.)ପାରାଦୀପ ବନ୍ଦର ରବିବାର ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ଗୋଟିଏ ଦିନରେ ଅର୍ଥାତ୍‌ ୨୪ ଘଣ୍ଟାରେ ଏଠାରେ ୨୪ଟି ଜାହାଜ କାରବାର (ବୋଝେଇ ଓ ଖଲାସୀ) କରିଛି। ଏହା ସମଗ୍ର ଦେଶରେ ଥିବା ୧୨ ବୃହତ୍‌ ବନ୍ଦର ମଧ୍ୟରେ ପ୍ରଥମ ବୋଲି ବନ୍ଦର କ୍ୟାପଟେନ୍‌ ଅତୁଲ୍ୟ କୁମାର ମହାପାତ୍ର କହିଛନ୍ତି। ଏହି ୨୪ ଜାହାଜ ମଧ୍ୟରୁ ୧୨ଟି ଜହାଜ ବର୍ଥିଂ କରିଥିବାବେଳେ ୧୦ଟି ସେଲିଂ (ଯାତ୍ରା) କରିଛି ଓ ୨ଟି ସିପ୍ଟିଂ କରିଛି। ଏହି ୨୪ ଜାହାଜରେ ମୋଟ୍‌ ୨ ଲକ୍ଷ ୩୭ ହଜାର ୩୪୧ ମେଟ୍ରିକ ଟନ୍‌ ପଣ୍ୟ କାରବାର ହୋଇଥିଲା। ରବିବାର ଦିନତମାମ୍‌ ବନ୍ଦର ଅଫିସରମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ବନ୍ଦରରେ ଗୋଟିଏ ଦିନରେ ୧୯ଟି ଜାହାଜ ପଣ୍ୟ କାରବାର କରିଥିଲା। ଗତ ନଭେମ୍ବର ମାସରେ ପ୍ରଥମକରି ବନ୍ଦରରେ ୧ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ଅଧିକ ପଣ୍ୟ ବୋଝେଇ ବୃହତ ଜାହାଜ ଭିଏଲ୍‌ସିସି ସଫଳତାର ସହ ବର୍ଥିଂ କରିଥିଲା। ଏପରି ସଫଳତା ଆଉ ମାତ୍ର ୨ରୁ ୩ ବର୍ଷ ବଳବତ୍ତର ରହିଲେ ପାରାଦୀପ ବନ୍ଦର ଦେଶର ନଂ ୧ ବନ୍ଦର ମାନ୍ୟତା ପାଇବ ବୋଲି ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ସମ୍ପ୍ରତି ପାରାଦୀପ ବନ୍ଦର ୯୩.୬ ମିଲିୟନ୍‌ ମେଟ୍ରିକ୍‌ ଟନ୍‌ ପଣ୍ୟ କାରବାର କରି ଦେଶର ଦ୍ୱିତୀୟ ସ୍ଥାନରେ ଅଛି। ପ୍ରଥମ ସ୍ଥାନରେ ଗୁଜରାଟର କାଣ୍ଡଲା ବନ୍ଦର ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri