ଆନ୍ଦୋଳନକୁ ଓହ୍ଲାଇଲା ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘ


ଭୁବନେଶ୍ୱର, ୪।୧୨ (ବ୍ୟୁରୋ)- ୬ ଦଫା ଦାବି ନେଇ ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘ ସୋମବାର ଆନ୍ଦୋଳନକୁ ଓହ୍ଲାଇଛି। ସକାଳେ ଗ୍ରାମରକ୍ଷୀମାନେ ମାଷ୍ଟର କ୍ୟାଣ୍ଟିନଛକରୁ ଶୋଭାଯାତ୍ରାରେ ବାହାରି ବିଧାନସଭା ସମ୍ମୁଖ ପର୍ଯ୍ୟନ୍ତ ଆସି ଲୋୟର ପିଏମ୍‌ଜିରେ ଧାରଣା ଦେଇଥିଲେ। ସେଠାରେ ଆୟୋଜିତ ସଭାରେ ସଂଘ ସଭାପତି ଅମରେଶ୍ୱର ମଲ୍ଲିକ, ସହସମ୍ପାଦକ ନାରାୟଣ ଦାସ, କୋଷାଧ୍ୟକ୍ଷ ଗନ୍ଧର୍ବ ମଲ୍ଲିକଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ସରକାରଙ୍କ ନିକଟରେ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ। ସଂଘ ସଭାପତି ମଲ୍ଲିକ କୁହନ୍ତି, ବିଚ୍ଛିନ୍ନାଞ୍ଚଳରେ ଗ୍ରାମରକ୍ଷୀମାନେ ନିଜ ଜୀବନକୁ ପାଣି ଛଡାଇ ଥାନାରେ ଖବର ଦିଅନ୍ତି। ପରବର୍ତ୍ତୀ ସମୟରେ ମାଓବାଦୀଙ୍କ ହାତରେ ଜୀବନ ଯାଏ। ହେଲେ ସରକାର ସେମାନଙ୍କୁ ଯେଉଁ ଅନୁସାରେ ଆର୍ଥିକ ପ୍ରୋତ୍ସାହନ ଦେବା କଥା ଦେଉ ନାହାନ୍ତି। ତେଣୁ ସଂଘ ସରକାରଙ୍କ ପାଖରେ ଦାବି କରୁଛି ଯେ, ଗ୍ରାମରକ୍ଷୀମାନଙ୍କୁ ମାସିକ ଦରମା ୯୩୦୦ ଟଙ୍କା ସହିତ ସରକାରୀ ଚାକିରିର ସମସ୍ତ ସୁବିଧା ଦିଆଯାଉ। ସେହିପରି ଗ୍ରାମରକ୍ଷୀଙ୍କୁ ଭିଲେଜ୍‌ ଗାର୍ଡ ପରିବର୍ତ୍ତେ ଭିଲେଜ୍‌ ପୋଲିସ୍‌ର ମାନ୍ୟତା, ଖାଲି ପଡିଥିବା ଗ୍ରାମରକ୍ଷୀ ପଦବୀ ତୁରନ୍ତ ପୂରଣ କରିବା, ଉନ୍ନତ ପ୍ରଶିକ୍ଷଣ ଓ କର୍ତ୍ତବ୍ୟରେ ଥାଇ କୌଣସି ଗ୍ରାମରକ୍ଷୀ ମୃତ୍ୟୁବରଣ କଲେ ତା’ର ପରିବାରକୁ ୧୨ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ସଂଘ ଦାବି ରଖିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri