ନନ୍ଦନକାନନରେ କଲରାପତରିଆ ବାଘର ମୃତ୍ୟୁ


ବାରଙ୍ଗ,୪।୧୨(ଡି.ଏନ୍‌.ଏ.)-ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସୋମବାର ସକାଳେ ୮ବର୍ଷର ଏକ ଅଣ୍ଡିରା କଲରାପତରିଆ ବାଘର ମୃତ୍ୟୁ ଘଟିଛି। ୧୯ ନମ୍ବର ଏନ୍‌କ୍ଲୋଜରରେ ରହୁଥିବା ଏହି ବାଘଟି ରବିବାର ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲା। ପେଟ ଫୁଲିବା ସହ ଶରୀରର ତାପମାତ୍ରା ବୃଦ୍ଧି ପାଇଥିଲା। ଫଳରେ ଏହା ଚଳପ୍ରଚଳ କରି ନ ପାରି ଗୋଟିଏ ଜାଗାରେ ଶୋଇରହିବାରୁ ଏନ୍‌କ୍ଲୋଜର ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କର ସନ୍ଦେହ ହୋଇଥିଲା। ଏ ନେଇ କର୍ମଚାରୀ ଜଣକ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସଙ୍ଗେ ସଙ୍ଗେ ବାଘଟିକୁ ଏନ୍‌କ୍ଲୋଜରରୁ ପରିସରସ୍ଥ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳେ ତା’ର ମୃତ୍ୟୁ ଘଟିଥିଲା। ସୂଚନାଥାଉ କି, ଏହି ଅଣ୍ଡିରା କଲରାପତରିଆ ବାଘକୁ ୨୦୧୩ ମାର୍ଚ୍ଚ ୨୬ରେ ଜୁନାଗଡ଼ର ସକ୍କରବାଗ ଚିଡ଼ିଆଖାନାରୁ ଅଣାଯାଇଥିଲା। ଏବେ ଏହାର ମୃତ୍ୟୁ ପରେ ନନ୍ଦନକାନନରେ କଲରାପତରିଆ ବାଘ ସଂଖ୍ୟା ୭କୁ ହ୍ରାସ ପାଇଛି। ସେମାନଙ୍କ ମଧ୍ୟରେ ୪ ମାଈ ଓ ୩ ଅଣ୍ଡିରା ରହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri