ଧାମନଗରରେ ଫ୍ଲାଗମାର୍ଚ୍ଚ: ଗଣ୍ଡଗୋଳ ଘଟଣାରେ ୨ ଗିରଫ


ଭଦ୍ରକ ଅଫିସ/ଧାମନଗର(ଡି.ଏନ.ଏ.),୩।୧୨- ଭଦ୍ରକ ଜିଲା ଧାମନଗରରେ ଶନିନାର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବା ପରଠାରୁ ଉତ୍ତେଜନା ଲାଗି ରହିଛି। ଅଶାନ୍ତ ହୋଇପଡିଥିବା ଧାମନଗର ବଜାର ପରିସରକୁ ପୋଲିସ ଶନିବାର ଅପରାହ୍ନରୁ ନିଜ କବ୍‌ଜାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ସହରରେ ୧୧ପ୍ଲାଟୁନ ର୍ଫୋସ ମୁତୟନ କରାଯାଇଛି। ଧାମନଗର ଥାନା ପରିସରରେ ଦଙ୍ଗା ନିୟନ୍ତ୍ରଣକାରୀ ଯାନ(ବଜ୍ର) ରଖାଯାଇଛି। ରବିବାର ସକାଳେ, ମଧ୍ୟାହ୍ନ ଓ ସନ୍ଧ୍ୟାରେ ବଡ ବଜାର, ସାନବଜାର, ପଠାଣ ମହଲା, ହବିବ ନଗର ସମେତ ସମସ୍ତ ସମ୍ବେଦନଶୀଳ ସାହି ବସ୍ତିରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ଏସପି ଅନୁପ କୁମାର ସାହୁଙ୍କ ସମେତ ଧାମନଗର ଏସଡିପିଓ, ଧାମନଗର , ଭଦ୍ରକ ଟାଉନ ଥାନା, ଚାନ୍ଦବାଲି, ଭଣ୍ଡାରିପୋଖରୀ ଓ ବନ୍ତ ଥାନାଧିକାରୀଙ୍କ ସମେତ ମୋଟ ୨୦ସବ୍‌ଇନ୍ସପେକ୍ଟର ଓ ଏଏସଆଇ ସହରର ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି। ସହରର ପ୍ରବେଶ ପଥ ଓ ଛକଗୁଡିକରେ ପୋଲିସର ଅସ୍ଥାୟୀ କ୍ୟାମ୍ପ କରାଯାଇ ଅସାମାଜିକ ବ୍ୟକ୍ତି ବିଶେଷଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଥିବା ଜିଲା ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି । ଶନିବାର ଘଟିଥିବା ଗଣ୍ଡଗୋଳ ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଏକ ଧାର୍ମିକ ଉତ୍ସବ ଉପଲକ୍ଷେ ଲିଚୁ ଲାଇଟ ସାଜସଜ୍ଜା କରାଯାଇ ଶନିବାର ଏହାକୁ ଖୋଲାଯିବା ବେଳେ ଦୁଇଜଣଙ୍କ ମଧ୍ୟରେ ପାଟିତୁଣ୍ଡ ଘଟିବା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମୁହଁ।ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ଥାନା ସମ୍ମୁଖରେ ଏକଜୁଟ ହୋଇ ପ୍ରତିବାଦ ଜଣାଇଥିଲେ। ଏହାପରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଉଭୟ ଗୋଷ୍ଠୀର ମୁରବୀ ଓ ଶାନ୍ତି କମିଟି ସଦସ୍ୟଙ୍କୁ ନେଇ ଶାନ୍ତି ରକ୍ଷା ଲାଗି ସମସ୍ତଙ୍କୁ ବୁଝାଶୁଝା କରାଯାଇଥିଲା। କୌଣସି ଅପ୍ରୀତିକର ଘଟଣା ଘଟି ନ ଥିଲେ ମଧ୍ୟ ସତର୍କତା ବ୍ୟବସ୍ଥା ସ୍ବରୂପ ବଜାରରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଏସପି ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଜିଲାପାଳ ଜ୍ଞାନରଞ୍ଜନ ଦାସ ଏବଂ ଅନ୍ୟ ଉଚ୍ଚ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେବେଠାରୁ ପୋଲିସ ସାରା ସହରକୁ ନିଜ କବଜାରେ ରଖିଥିବାରୁ ରବିବାର ସମଗ୍ର ଅଞ୍ଚଳ ଶୂନଶାନ ହୋଇପଡିଥିଲା। ଆମ ଧାମନଗର ପ୍ରତିନିଧି ଜଣାଇଛନ୍ତି ଯେ, ଶନିବାର ଗଣ୍ଡଗୋଳ ଘଟଣା ନେଇ ଥାନାରେ ଦୁଇ ଗୋଷ୍ଠୀଙ୍କ ତରଫରୁ ଅଭିଯୋଗ କ୍ରମେ ଦୁଇଟି ମାମଲା ରୁଜୁ କରାଯାଇଛି। ଗଣ୍ଡଗୋଳ ଭିଆଇଥିବା ଦୁଇ ଜଣଙ୍କୁ ଚିହ୍ନଟ କରି ଗିରଫ କରାଯାଇଛି। ୨୪୨/୧୭ ନମ୍ବର ମାମଲାରେ ପଠାଣ ମହଲାର ସେକ ଜାନି ଏବଂ ୨୪୧/୧୭ ନମ୍ବର ମାମଲାରେ ଦଳାଙ୍ଗ ଡାହି ଗ୍ରାମର ସତ୍ୟ ରଞ୍ଜନ ପଣ୍ଡାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ ପରେ ସେମାନଙ୍କୁ ଜେଲ ପଠାଇ ଦିଆଯାଇଥିବା ପୋଲିସ ସୂଚନା ଦେଇଛି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri