ଗଛରେ ପିଟି ହେଲା ଯାତ୍ରୀବାହୀ ବସ୍‌ : ୭ ଆହତ, ୨ ଗୁରୁତର


ବେଲପାହାଡ଼,୩।୧୨(ଡ଼ି.ଏନ୍‌.ଏ.) ରବିବାର ଅପରାହ୍ନରେ ବେଲପାହାଡ଼-ବନ୍ଧବାହାଲ ରାସ୍ତାରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ୭ ଜଣ ଆହତ ହୋଇଛନ୍ତି। ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ଆହତ ହୋଇଥିବା ଯାତ୍ରୀ ଦୁଇ ଜଣଙ୍କ ନାମ ସାହାବାଜ ଆଲମ (୨୯) ଓ ମହମ୍ମଦ ଆଲ୍ଲାଉଦ୍ଦିନ (୫୫)। ଉଭୟଙ୍କ ପ୍ରକୃତ ଘର ବିହାର ରାଜ୍ୟ ଭାଗଲପୁର ଜିଲାରେ। ସେମାନେ ବନହରପାଲିସ୍ଥିତ ଓଡ଼ିଶା ବିଦ୍ୟୁତ୍‌ ଉପତ୍ାଦନ ନିଗମ (ଓପିଜିସି)ରେ ନିୟୋଜିତ ପାୱାର ଟୋନିକ ଇଂଜିନିୟରିଂ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ଘରୋଇ କମ୍ପାନୀର କର୍ମଚାରୀ। ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ୫ ଜଣ ଯାତ୍ରୀଙ୍କୁ ଟିଆର୍‌ଏଲ କ୍ରୋସାକି ରିଫ୍ରାକ୍ଟୋରିଜ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଅପରାହ୍ନ ୫ଟା ୪୫ ମିନିଟ ସମୟରେ ଦୁର୍ଘଟଣା ଘଟିଛି। ପ୍ରିନ୍ସ ଟ୍ରାଭେଲ୍ସ ନାମକ ଘରୋଇ ବସ୍‌ (ନଂ.ଓଆର୍‌ ୨୩ଡ଼ି- ୪୫୦୯ଇ) ଝାରସୁଗୁଡ଼ାରୁ ବନହରପାଲି ଅଭିମୂଖେ ଯାଉଥିଲା। ଠିକ୍‌ ଟିଆର୍‌ଏଲ ଡ଼ାଇରେକ୍ଟର ବଙ୍ଗଳା ନିକଟସ୍ଥ ମୋଡ଼ାଣିଆ ଛକରେ ବସଟି ଏକ ଗଛରେ ପିଟି ହୋଇଥିଲା। ଏଥିଯୋଗୁ ବସ ସମ୍ମୁଖ ଭାଗରେ ବସିଥିବା ୭ ଜଣ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଟିଆର୍‌ଏଲ କ୍ରୋସାକି ରିଫ୍ରାକ୍ଟୋରିଜ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଦୁର୍ଘଟଣା ପରେ ବସ ଚାଳକ ଫେରାର୍‌ ହୋଇଯାଇଛନ୍ତି। ଏସଂକ୍ରାନ୍ତରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri