୧୮୨ ଡିଏସ୍‌ପିଙ୍କ ବଦଳି


କଟକ ଅଫିସ, ୨।୧୨- ଓଡ଼ିଶା ପୋଲିସରେ କାର୍ଯ୍ୟରତ ୧୮୨ ଜଣ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କ ବଦଳି ହୋଇଛି। ନିକଟରେ ୧୫୧ଜଣ ଇନ୍ସପେକ୍ଟର ପଦବୀରୁ ଭାରପ୍ରାପ୍ତ ଡିଏସ୍‌ପି ଭାବେ ପଦୋନ୍ନତି ପାଇଥିଲେ। ଏହି ଭାରପ୍ରାପ୍ତ ଡିଏସ୍‌ପିଙ୍କୁ ବିଭିନ୍ନ ସ୍ଥାନରେ ଅବସ୍ଥାପିତ କରାଯାଇଛି। ଏମାନଙ୍କୁ ଚୟନଭିତ୍ତିିକ ପଦୋନ୍ନତି ଦିଆଯାଇଛି। ଏମାନେ ଡିଏସ୍‌ପି ପୋଷାକ ପିନ୍ଧିବେ, କାର୍ଯ୍ୟ କରିବେ ମାତ୍ର ଇନ୍ସପେକ୍ଟର ପଦବୀର ଦରମା ପାଇବେ। ଅଦାଲତରେ ବିଚରାଧୀନ ମାମଲା ଚୂଡ଼ାନ୍ତ ରାୟ ପରେ ଏମାନେ ଡିଏସ୍‌ପି ର଼୍ୟାଙ୍କର ଦରମା ପାଇବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏହାଛଡ଼ା ୩୧ଜଣ ଡିଏସ୍‌ପିଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି। ପଦୋନ୍ନତି ପାଇଥିବା ୧୫୧ ଜଣଙ୍କ ମଧ୍ୟରୁ ଭାରପ୍ରାପ୍ତ ଡିଏସ୍‌ପି ଦେବଦତ୍ତ କରଙ୍କୁ କମିଶନରେଟ୍‌ରେ ଅବସ୍ଥାପିତ କରାଯାଇଛି। ସେହିପରି ଦେବଦତ୍ତ ବରାଳଙ୍କୁ କଟକ ଗ୍ରାମାଞ୍ଚଳ ଏସ୍‌ପି କାର୍ଯ୍ୟାଳୟରେ ଡିଏସ୍‌ପି ହେଡ୍‌କ୍ବାର୍ଟର ଓ ଜେ.କେ. ଦଳାଇଙ୍କୁ ସଦର ଏସ୍‌ଡିପିଓ ଭାବେ ଅବସ୍ଥାପିତ କରାଯାଇଛି। ଭୁବନେଶ୍ୱର କମିଶନରେଟ ପୋଲିସରେ କାର୍ଯ୍ୟରତ ଥାଇ ଭାରପ୍ରାପ୍ତ ଡିଏସ୍‌ପି ଭାବେ ପଦୋନ୍ନତି ପାଇଥିବା କିଶୋର ଚନ୍ଦ୍ର ମୁଣ୍ଡ, ଅନୁପ କୁମାର କାନୁନ୍‌ଗୋ, ଶୁଭେନ୍ଦୁ କୁମାର ସିହ୍ନା, ସୂର୍ଯ୍ୟମଣି ପ୍ରଧାନ, ରଜତ କୁମାର ରାୟ, ମାନସ ରଞ୍ଜନ ଗଡ଼ନାୟକ ଓ ସଞ୍ଜୀବ କୁମାର ଶତପଥୀଙ୍କୁ ଭୁବନେଶ୍ୱରରେ ଏସିପି ଭାବେ ଅବସ୍ଥାପିତ କରାଯାଇଛି। ଭୁବନେଶ୍ୱର କମିଶନରେଟ୍‌ରେ କାର୍ଯ୍ୟ କରୁଥିବା ଅତନୁ କୁମାର ରାଉତ ନବରଙ୍ଗପୁର ପାପଡ଼ାହାଣ୍ଡି ଏସ୍‌ଡିପିଓ, ପ୍ରଭାସ ଚନ୍ଦ୍ର ପାଲ୍‌ଙ୍କୁ ବାଲେଶ୍ୱର ସଦର ଏସ୍‌ଡିପିଓ ଓ ଚନ୍ଦ୍ରଶେଖର ସାହୁଙ୍କୁ ରେଲଓ୍ବେ ଡିଏସ୍‌ପି ଭାବେ ବଦଳି କରାଯାଇଛି। ଏତଦ୍‌ବ୍ୟତୀତ ବିଭିନ୍ନ ସ୍ଥାନରେ କାର୍ଯ୍ୟକରୁଥିବା ୩୧ ଜଣ ଡିଏସ୍‌ପିଙ୍କୁ ବଦଳି କରାଯାଇଛି। ଡିଏସ୍‌ପି ହରିହର ପାଣିଙ୍କୁ ଅନୁଗୋଳ, ଦିଲୀପ କୁମାର ଦାସଙ୍କୁ ଗଞ୍ଜାମ, ଗୋବିନ୍ଦ ଚନ୍ଦ୍ର ସେଠୀଙ୍କୁ ଏସ୍‌ଡିପିଓ ବେତନଟୀ, ରାମଚନ୍ଦ୍ର ଗୌଡ଼ଙ୍କୁ ଜଳେଶ୍ୱର ଏସ୍‌ଡିପିଓ, ଠାକୁର ପ୍ରସାଦ ପାତ୍ରଙ୍କୁ ଏସ୍‌ଡିପିଓ ପାରଳାଖେମୁଣ୍ଡି, ଟି.ଜଗାରାଓ ରେଡ୍ଡୀଙ୍କୁ ଏସ୍‌ଡିପିଓ ଜୟପୁର, ଡିଏସ୍‌ପି ସୁନୀଲ କୁମାର ଆଚାର୍ଯ୍ୟଙ୍କୁ ଡିଆଇବି କଳାହାଣ୍ଡି, ଡିଏସ୍‌ପି ପ୍ରସନ୍ନ କୁମାର ବିଶ୍ୱାଳଙ୍କୁ ପୁରୀ ଆଇୟୁସିଏଡବ୍ଲ୍ୟୁରେ ଅବସ୍ଥାପିତ କରାଯାଇଛି। ସେହିପରି ମୋହନପାଣି କରୁଆଙ୍କୁ ରାଉରକେଲା ଡିଏସ୍‌ପି ହେଡକ୍ବାର୍ଟର, ଡିଏସ୍‌ପି ସନ୍ତୋଷ କୁମାର ଦାସଙ୍କୁ ଗୋଇନ୍ଦା ବିଭାଗ, ଡିଏସ୍‌ପି ସାମୁଏଲ ପ୍ରଧାନଙ୍କୁ ଗଞ୍ଜାମ ଆଇୟୁସିଏଡବ୍ଲ୍ୟୁ, ଡିଏସ୍‌ପି ରବୀନ୍ଦ୍ରନାଥ ମହାପାତ୍ରଙ୍କୁ ଡିସିଆର୍‌ପି କଟକ, ଡିଏସ୍‌ପି ସାଇରିଲ ସୋରେଙ୍ଗଙ୍କୁ ରାଉରକେଲା ହେଡ୍‌କ୍ବାର୍ଟର, ଡିଏସ୍‌ପି ଜଗଜ୍ଜୀବନ ପଟେଲଙ୍କୁ ଝାରସୁଗୁଡ଼ା ଡିଆଇବି, ଡିଏସ୍‌ପି ହିମାଂଶୁ ଶେଖର ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ, ଡିଏସ୍‌ପି ଅଟ୍‌କୋ କୁଜୁରଙ୍କୁ ବରଗଡ଼ ହେଡ୍‌କ୍ବାର୍ଟର, ଡିଏସ୍‌ପି ବାଙ୍କବିହାରୀ ମୁର୍ମୁଙ୍କୁ ଏଚ୍‌ଆର୍‌ପିସି, ଡିଏସ୍‌ପି ସଚ୍ଚିଦାନନ୍ଦ କୁଆଙ୍କୁ ବରଗଡ଼ ଆଇୟୁସିଏଡବ୍ଲ୍ୟୁ, ଡିଏସ୍‌ପି କରୁଣାକର ଜେନାଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର ସୁରକ୍ଷା ଅଧିକାରୀ, ଡିଏସ୍‌ପି ବିଜୟରଞ୍ଜନ କେର୍‌କେଟାଙ୍କୁ ରାଉରକେଲା ଡିସିଆର୍‌ପି, ଡିଏସ୍‌ପି ଶଶିଶେଖର ମହାପାତ୍ରଙ୍କୁ ଭିଜିଲାନ୍ସ, ଡିଏସ୍‌ପି ରାଜେନ୍ଦ୍ର କୁମାର ସେନାପତିଙ୍କୁ ନବରଙ୍ଗପୁର ଏସ୍‌ଡିପିଓ, ଡିଏସ୍‌ପି ଦିଲୀପ ଚନ୍ଦ୍ର ବାଗ୍‌ଙ୍କୁ କେନ୍ଦୁଝର ଆଇୟୁସିଏଡବ୍ଲ୍ୟୁକୁ ବଦଳି କରାଯାଇଛି। ଏହାଛଡ଼ା ଡିଏସ୍‌ପି ଦାମୋଦର ମାଝୀଙ୍କୁ ସୁନ୍ଦରଗଡ଼ ହେଡ୍‌କ୍ବାର୍ଟର, ଡିଏସ୍‌ପି ଦେବେନ୍ଦ୍ର କୁମାର ଦାସଙ୍କୁ ଜଗତ୍‌ସିଂହପୁର, ଡିଏସ୍‌ପି ସେକ ଅବଦୁଲ କରିମଙ୍କୁ କଟକ ହେଡ୍‌କ୍ବାର୍ଟର, ଡିଏସ୍‌ପି ଅମରେଶ କୁମାର ପଣ୍ଡାଙ୍କୁ ଖୋର୍ଦ୍ଧା ହେଡ୍‌କ୍ବାର୍ଟର, ଡିଏସ୍‌ପି ସତ୍ୟରଞ୍ଜନ ମଲ୍ଲିକଙ୍କୁ ବାଲେଶ୍ୱର ହେଡ୍‌କ୍ବାର୍ଟର, ଡିଏସ୍‌ପି ଶେଷଦେବ ନାୟକଙ୍କୁ କନ୍ଧମାଳ ହେଡ୍‌କ୍ବାର୍ଟର, ଡିଏସ୍‌ପି ଅଲେଖ ଚନ୍ଦ୍ର ପହିଙ୍କୁ ଓଏଚ୍‌ଆର୍‌ସି ଭୁବନେଶ୍ୱର, ଡିଏସ୍‌ପି ଶରତ କୁମାର ମିଶ୍ରଙ୍କୁ ସୁନ୍ଦରଗଡ଼ ଆଇୟୁସିଏଡବ୍ଲ୍ୟୁ ଓ ଡିଏସ୍‌ପି କେଦାରନାଥ ସାହୁଙ୍କୁ ଯାଜପୁର ରୋଡ୍‌ ଏସ୍‌ଡିପିଓ ଭାବେ ଅବସ୍ଥାପିତ କରାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri