ଚାଷୀଙ୍କୁ ୬୦ ବର୍ଷ ହେଲେ ପେନ୍‌ସନ ଦିଅ: ଆନ୍ନା


ଜଗତ୍‌ସିଂହପୁର ଅଫିସ,୨୩।୧୧-ଚାଷୀଙ୍କୁ ଫସଲ ଖର୍ଚ୍ଚର ଦେଢଗୁଣ ମୂଲ୍ୟ ଦିଆଯାଉ । ଚାଷୀଙ୍କ ବୟସ ୬୦ ବର୍ଷ ହେଲେ ପେନ୍‌ସନ ବ୍ୟବସ୍ଥା କରାଯାଉ । ନଚେତ୍‌ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ବିଶିଷ୍ଟ ଗାନ୍ଧିବାଦୀ ନେତା ଆନ୍ନା ହଜାରେ । ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ପଡିଆରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗୁରୁବାର ଅନୁଷ୍ଠିତ ଚାଷୀ ସମାବେଶରେ ଆନ୍ନା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏହି ଚେତାବନୀ ଦେଇଛନ୍ତି । ଆନ୍ନା ଉପସ୍ଥିତ ଚାଷୀଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଚାଷୀ ଓ ଚାଷ ପାଇଁ ପ୍ରେରଣାର ଉତ୍ସ ଥିବା ନବକୃଷ୍ଣ ଚୌଧୁରୀଙ୍କ ଜନ୍ମତିଥିରେ ଏହି ସମାବେଶ ଆୟୋଜନ କରାଯାଇଛି । ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ମହାତ୍ମାଗାନ୍ଧୀ ଓ ଚୌଧୁରୀ ଚାଷୀଙ୍କ ପାଇଁ ଅନେକ ସ୍ବପ୍ନ ଦେଖିଥିଲେ । ସେମାନଙ୍କ ସ୍ବପ୍ନ ସାକାର କରିବା ପାଇଁ ଆମେ ଆଜି ପ୍ରତିଜ୍ଞା କରିବା । ଭାରତ ସ୍ବାଧୀନ ହେବା ଓ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଲକ୍ଷାଧିକ ଲୋକ ନିଜକୁ ବଳିଦାନ ଦେଇଛନ୍ତି । ଭାରତ ସ୍ବାଧୀନ ହେଲା, କିନ୍ତୁ ଗଣତନ୍ତ୍ର ପ୍ରତିଷ୍ଠା ହୋଇ ପାରିଲା ନାହିଁ । ବିଶେଷକରି ଦେଶରେ ୭୦ ଭାଗ ଚାଷୀ ଚାଷ ଉପରେ ନିର୍ଭରଶୀଳ ଥିବା ବେଳେ ସେମାନେ ଉପେକ୍ଷିତ ହୋଇ ଆସୁଛନ୍ତି । ତେଣୁ ଚାଷୀଙ୍କ ସମ୍ମାନ, ସେମାନଙ୍କ ଫସଲ ଉତ୍ପାଦନର ଉପଯୁକ୍ତ ମୂଲ୍ୟ ପ୍ରଦାନ ଓ ପେନସନ ଆଦି ବ୍ୟବସ୍ଥା କରାଯିବାକୁ ଆନ୍ନା ଦାବି କରିଥିଲେ । ଏହି ସମାବେଶରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ପୌରୋହିତ୍ୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୌମ୍ୟରଞ୍ଜନ ପଟ୍ଟନାୟକ, ରବି ଦାସ, ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri