ଆଇଏଫ୍‌ଏଫ୍‌ଆଇରେ ପ୍ରଦର୍ଶିତ ହେବ ଓଡ଼ିଆ ଫିଲ୍ମ ‘କ୍ଷଣିକା’


ଭୁବନେଶ୍ୱର, ୯ା୧୧(ବ୍ୟୁରୋ)- ଏସିଆ ମହାଦେଶର ସର୍ବବୃହତ୍‌ ଫିଲ୍ମ ଫେଷ୍ଟିଭାଲ ‘ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ’(ଆଇଏଫ୍‌ଏଫ୍‌ଆଇ)ରେ ପ୍ରଦର୍ଶିତ ହେବ ଓଡ଼ିଆ ଫିଲ୍ମ ‘କ୍ଷଣିକା’। ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ଫିଲ୍ମ ‘କ୍ଷଣିକା-ଦ ଲଷ୍ଟ୍‌ ଆଇଡିଆ’ ଆଇଏଫ୍‌ଏଫ୍‌ଆଇର ଇଣ୍ଡିଆନ୍‌ ପାନୋରାମା ସେକ୍ସନରେ ପ୍ରଦର୍ଶିତ ହେବାକୁ ମନୋନିତ ହୋଇଛି। ଆସନ୍ତା ୨୦ ତାରିଖରୁ ଗୋଆର ପଣଜୀଠାରେ ଆଇଏଫ୍‌ଏଫ୍‌ଆଇର ୪୮ତମ ସଂସ୍କରଣ ଆରମ୍ଭ ହେବ। ଦୀର୍ଘ ୮ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ମହୋତ୍ସବରେ ସମଗ୍ର ବିଶ୍ୱରୁ ଖ୍ୟାତନାମା ଚଳଚ୍ଚିତ୍ର ନିର୍ମାତା, ପ୍ରଯୋଜନା ସଂସ୍ଥା, ନିର୍ଦ୍ଦେଶକ, ଅଭିନେତ୍ରୀ ଓ ଅଭିନେତାମାନେ ଯୋଗଦେବେ। ଏହାସହ ବିଭିନ୍ନ ବିଭାଗରେ ପ୍ରତିଦିନ ମନୋନିତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ‘ନ୍ୟୁ ଏଜ୍‌ ସିନେମା’ ଥିମ୍‌କୁ ନେଇ ଚଳିତବର୍ଷ ଏହି ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହେଉଥିବା ବେଳେ ଗୁରୁବାର ଇଣ୍ଡିଆନ୍‌ ପାନୋରାମା ଉଭୟ ଫିଚର ଏବଂ ନନ୍‌-ଫିଚର ବିଭାଗ ପାଇଁ ପ୍ରଦର୍ଶିତ ହେବାକୁ ଥିବା ଫିଲ୍ମର ନାମ ଘୋଷଣା କରିଛି। ତାଲିକାରେ ୨୬ଟି ଫିଚର ଫିଲ୍ମ ରହିଛି। ସେଥିରୁ ୧୬ଟି ନନ୍‌ ଫିଚର ଫିଲ୍ମ ରହିଛି। ନନ୍‌ ଫିଚର ଫିଲ୍ମ ବିଭାଗରେ ‘କ୍ଷଣିକା’ ପ୍ରଦର୍ଶିତ ହେବାକୁ ମନୋନିତ ହୋଇଛି। ଜଣେ ଚିତ୍ରକର ଏବଂ ଜଣେ କବିଙ୍କ ଉପରେ ଆଧାରିତ ଏହି ଫିଲ୍ମ ପୁରୀ ଏବଂ ଭୁବନେଶ୍ୱର ଆଖପାଖରେ ଶୁଟିଂ ହୋଇଛି। ବିନା କୌଣସି ଅତ୍ୟାଧୁନିକ ଯନ୍ତ୍ରପାତିରେ କେବଳ ଏକ ଡିଏସ୍‌ଏଲ୍‌ଆର୍‌ କ୍ୟାମେରାରେ ଏହାକୁ ଶୁଟ୍‌ କରାଯାଇଛି। ଫିଲ୍ମର ବିଭିନ୍ନ ଭୂମିକାରେ ଅନୁ ଚୌଧୁରୀ, ସୁଶାନ୍ତ ମିଶ୍ର, ଚୌଧୁରୀ ବିକାଶ ଦାସ, ହୃଷୀକେଶ ଭୋଇ ଏବଂ ସ୍ବସ୍ତିକ ଚୌଧୁରୀ ପ୍ରମୁଖ ଅଭିନୟ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri