କୁନ୍ଦୁଲି ଗଣବଳାତ୍କାର: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ


ଭୁବନେଶ୍ୱର, ୮।୧୧(ବ୍ୟୁରୋ): ରାଜ୍ୟର ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଥିବା କୁନ୍ଦୁଲି ଗଣବଳାତ୍କାର ପ୍ରସଙ୍ଗ ଏବେ ଭିନ୍ନ ମୋଡ ନେଇଛି। ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ସହ ଏହି ତଦନ୍ତ ସମାନ୍ତରାଳ ଭାବେ ଚାଲିବ। ଏହି ଘଟଣାରେ ଦୋଷୀକୁ ତୁରନ୍ତ ଧରିବା ଲାଗି ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଚାଲିଛନ୍ତି। ମଙ୍ଗଳବାର ରାଜ୍ୟ ମାନବାଧିକାର ସୁରକ୍ଷା ସେଲ୍‌(ଏଚ୍‌ଆର୍‌ପିସି)ର ଏଡିଜି ମହେନ୍ଦ୍ର ପ୍ରତାପ ମେଡିକାଲ ରିପୋର୍ଟ ଆଧାରରେ ପୀଡିତା କୌଣସି ପ୍ରକାର ବଳାତ୍କାରର ଶିକାର ହୋଇ ନ ଥିବା ସୂଚନା ଦେଇଥିଲେ। କୁନ୍ଦୁଲି ଡାକ୍ତରଖାନା, ଜିଲା ମୁଖ୍ୟ ଚିକିତ୍ସାଳୟ ଓ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ବିଶେଷଜ୍ଞଙ୍କ ଡାକ୍ତରୀମାଇନା ରିପୋର୍ଟ ଆଧାରରେ ହୋଇଥିବା ତଦନ୍ତରୁ ଏହା ଜଣାପଡିଥିବା କହିଛନ୍ତି । ସେ କହିଥିଲେ, ଏଚଆର୍‌ପିସିର ଏକ ଟିମ୍‌ ଘଟଣାର ତଦନ୍ତ କରିଥିଲା । ଟିମ୍‌ରେ ଯାଇଥିବା ଅଧିକାରୀମାନେ ଉକ୍ତ ମେଡିକାଲ ରିପୋର୍ଟକୁ ସଂଗ୍ରହ କରିଛନ୍ତି । ଏହାସହ ପୀଡିତା ବଳାତ୍କାରର ଶିକାର ହୋଇ ନ ଥିବା କଥା କହିଛନ୍ତି କୋରାପୁଟ ଏସ୍‌ପି କନଓ୍ବର ବିଶାଲ ସିଂ। ସେ କହିଛନ୍ତି ଯେ, ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ୩ଜଣିଆ ଡାକ୍ତରୀ ଦଳର ରିପୋର୍ଟ ଅନୁଯାୟୀ ନାବାଳିକାକୁ ବଳାତ୍କାର କରାଯିବାର କୌଣସି ତଥ୍ୟ ମିଳି ନାହିଁ । ଡାକ୍ତରୀ ପରୀକ୍ଷା ରିପୋର୍ଟ ପୀଡିତାଙ୍କ ବୟାନ ସହ ମେଳ ଖାଉ ନାହିଁ । ଅତିଶୀଘ୍ର ସତ୍ୟ ପଦାକୁ ଆସିବ ବୋଲି ଏସ୍‌ପି କହିଛନ୍ତି । ମାତ୍ର ଘଟଣାକୁ ୨୯ଦିନ ବିତିଯିବା ପରେ ଏଚ୍‌ଆର୍‌ପିସି ଏବଂ କୋରାପୁଟ ଏସ୍‌ପି ଏ କଥା କହିବା ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ଅପରପକ୍ଷରେ ବିରୋଧୀଙ୍କ ପକ୍ଷରୁ ମଧ୍ୟ ଏହି ଘଟଣାରେ ଆନ୍ଦୋଳନ, ବିକ୍ଷୋଭ ଡାକରା ଦିଆଯାଇଛି । ତେଣୁ ଏହାର ସତ୍ୟାସତ୍ୟକୁ ପଦାକୁ ଆଣିବା ପାଇଁ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କମିଶନ ଅଫ୍‌ ଇନକ୍ବାରୀ ଆକ୍ଟ ୧୯୫୨ ଅନୁଯାୟୀ ଏହି ଘଟଣାର ତଦନ୍ତ ଜଣେ ଜିଲା ଜଜ୍‌ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିର୍ଦ୍ଦେଶକୁ ବିରୋଧୀ କଂଗ୍ରେସ ଏବଂ ଭାଜପା ପକ୍ଷରୁ ସମାଲୋଚନା କରାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri