ଡାକ୍ତର ପଦବୀ ପୂରଣ ହେବ


ଭୁବନେଶ୍ୱର, ୭।୧୧(ବ୍ୟୁରୋ)- ରାଜ୍ୟରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରଗୁଡିକୁ ଚଳଚଞ୍ଚଳ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ। ଏ ନେଇ ମଙ୍ଗଳବାର ସଚିବାଳୟଠାରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହାଇଥିଲା। ସ୍ବାସ୍ଥ୍ୟକେନ୍ଦ୍ରଗୁଡିକର ଭିତ୍ତିଭୂମି ବିକାଶଠାରୁ ଆରମ୍ଭ କରି ଉନ୍ନତମାନର ଚିକିତ୍ସା ସୁବିଧା ପର୍ଯ୍ୟନ୍ତ ସବୁ ଦିଗରେ ପଦକ୍ଷେପ ନିଆଯିବ ବୋଲି ବୈଠକରେ ଆଲୋଚନା ହୋଇଛି। ଡାକ୍ତରଖାନାଗୁଡିକରେ ଖାଲି ପଦବୀ ପୂରଣ, କର୍ମଚାରୀଙ୍କ ସମସ୍ୟା ଦୂରୀକରଣ, ଓଡ଼ିଶା ଲୋକସେବା ଆୟୋଗଙ୍କ ମାଧ୍ୟମରେ ଦନ୍ତ ଚିକିତ୍ସକ, ଆୟୁର୍ବେଦ ଚିକିତ୍ସକ ଓ ପାରାମେଡିକାଲ ପଦବୀ ପୂରଣ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ନିର୍ମାଣାଧୀନ ଭିତ୍ତିଭୂମି କାର୍ଯ୍ୟ ଯଥାଶୀଘ୍ର ସାରିବା, କର୍ମଚାରୀଙ୍କ ସମସ୍ୟା ସମାଧାନ କରିବା, ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇଦେବାକୁ ବୈଠକରେ ସ୍ଥିର ହୋଇଛି। ବିଭାଗର ବରିଷ୍ଠ ପଦାଧିକାରୀମାନେ ଜିଲାଗସ୍ତକୁ ଅଗ୍ରାଧିକାର ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ସ୍ବତନ୍ତ୍ର ସଚିବ ଡ. କୈଳାଶ ଚନ୍ଦ୍ର ଦାଶ, ରାଜ୍ୟ ମେଡିକାଲ ନିଗମ ଏମଡି ଆର. ପି. ସିଂ, ଅତିରିକ୍ତ ଶାସନ ସଚିବ ସୁରଜିତ ଦାଶ, ଡ. ଅଜିତ ମିଶ୍ର, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡ. ବ୍ରଜକିଶୋର ବ୍ରହ୍ମାଙ୍କ ସମେତ ଅନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri