ମହାନଦୀ ଜଳ ବିବାଦ ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ: ବିଶ୍ୱଭୂଷଣ


ଭୁବନେଶ୍ୱର,୭।୧୧(ବ୍ୟୁରୋ): ମହାନଦୀକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ଚାଲିଥିବା ବିବାଦ ପ୍ରସଙ୍ଗରେ ଆଜି ଭାଜପାର ବରିଷ୍ଠନେତା ବିଶ୍ୱଭୂଷଣ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚାହିଁଲେ ମହାନଦୀ ଜଳ ବିବାଦର ସମାଧାନ ହୋଇପାରିବ ବୋଲି ସେ ମଙ୍ଗଳବାର ମହାନଦୀ ବଂଚାଅ ଆନ୍ଦୋଳନ ପକ୍ଷରୁ ବୁଦ୍ଧମନ୍ଦିର ଠାରେ ଆଯୋଜିତ ଏକ ବିଚାରବିମର୍ଷ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ମହାନଦୀ ଟ୍ରିବ୍ୟୁନାଲ ପାଇଁ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଭାବେ ପ୍ରସ୍ତାବ ପତ୍ର ଦିଆଯିବା ଗ୍ରହଣୀୟ ନୁହେଁ ଏବଂ ଏହା ରାଜ୍ୟ ସରକାରଙ୍କ ମାଧ୍ୟମରେ ଦିଆଯାଇଥାଏ ବୋଲି ସେ ପ୍ରକାଶ କରିଥିଲେ। ତେଣୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ସହିତ ଉଭୟ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା କାରିବା ପାଇଁ ସ୍ଥିର କରିବାକୁ ସେ ପରାମର୍ଶ ଦେଇଥିଲେ। ଆବାହକ ସୁଦର୍ଶନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବିଚାରବିମର୍ଷ ବୈଠକରେ ପ୍ରାକ୍ତନ ଭାରତୀୟ ରାଷ୍ଟ୍ରଦୂତ ଅବସର ବେଉରିଆ, ତୃଣମୂଳ କଂଗ୍ରେସର ରାଜ୍ୟ ଆବାହକ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଇଂ. ଲଳୀତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରସ୍ତୁତ ସ୍ମାରକପତ୍ର ପ୍ରସ୍ତାବ ମହାନଦୀ ଟ୍ରିବୁନାଲକୁ କେନ୍ଦ୍ର ଜଳସଂପଦ ମନ୍ତ୍ରଣାଳୟ ମାଧ୍ୟମରେ ପ୍ରଦାନ କରାଯିବ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ଶ୍ରୀ ଦାସ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri