ଭିନ୍ନକ୍ଷମ ଛାତ୍ରୀଙ୍କୁ ବଳାତ୍କାର ଘଟଣା: ପୋଲିସ ବିରୋଧରେ ହାଇକୋର୍ଟରେ ମାମଲା


କଟକ ଅଫିସ, ୬।୧୧- ପୁରୀ ଜିଲା ଡେଲାଙ୍ଗ ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ନାବାଳିକା ଭିନ୍ନକ୍ଷମ ଛାତ୍ରୀ ବଳାତ୍କାରର ଶିକାର ହୋଇଥିଲେ। ଫଳରେ ସେ ଗର୍ଭବତୀ ହୋଇ ପରବର୍ତ୍ତୀ ସମୟରେ ସନ୍ତାନ ପ୍ରସବ କରିଥିଲେ। ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ କରାଯାଇଥିଲା। ମାତ୍ର ପୋଲିସ ଅଭିଯୁକ୍ତଙ୍କୁ ଗିରଫ ବଦଳରେ ଚୁପ୍‌ ବସିଛି। ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ପୋଲିସର ନିଷ୍କ୍ରିୟତାକୁ ନେଇ ଆଇନ ସେବା ସଂସ୍ଥା କ୍ଲାପ ଜରିଆରେ ପୀଡ଼ିତାଙ୍କ ମା’ ସୋମବାର ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି। ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନକାରିଣୀଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା ୩୭୬(୨)(ଆଇ), ୫୦୬, ୩୨୪ ଏବଂ ପୋକ୍‌ସୋ ଆକ୍ଟ- ୨୦୧୨ର ୪ ଧାରା ଆଧାରରେ ତଦନ୍ତ ନିର୍ଦ୍ଦେଶ ଦେବାକୁ ସେ ନିବେଦନ କରିଛନ୍ତି। ପିଟିଶନରେ ଦର୍ଶାଯାଇଛି ଯେ, ଭିନ୍ନକ୍ଷମ ଛାତ୍ରୀଙ୍କୁ ଡେଲାଙ୍ଗ ଥାନା ବାଲିହୁଙ୍କା ଗ୍ରାମର ରମେଶ ଚନ୍ଦ୍ର ମାର୍ଥା ଓରଫ ଶରତ ନାମକ ଜଣେ ଯୁବକ ବଳାତ୍କାର କରିଥିଲେ। ଏହାକୁ ମୋବାଇଲ୍‌ ଫୋନ୍‌ରେ ଭିଡିଓ ରେକର୍ଡିଂ କରି ପରବର୍ତ୍ତୀ ସମୟରେ ନାନା ଧମକ ଦେଇ ବାରମ୍ବାର ବଳାତ୍କାର କରିଥିଲେ। ଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ଗତ ଜୁନ୍‌ ୨୯ରେ ପୀଡିତାଙ୍କ ମା’ ଏନେଇ ସ୍ଥାନୀୟ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଥିଲେ। ପରଦିନ ପୋଲିସ ମାମଲା ରୁଜୁ କରି ଚୁପ୍‌ ବସିଛି। ଅଭିଯୋଗର ୪ ମାସ ପରେ ବି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁନି। ଏପରି ସ୍ଥିତିରେ ପୀଡିତା ଜଣକ ଗତ ଜୁଲାଇ ୨୧ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ତେବେ ଥାନାରେ ଦେଇଥିବା ମାମଲାକୁ ପ୍ରତ୍ୟାହାର କରି ନ ନେଲେ ପରିବାରର ସମସ୍ତଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଅଭିଯୁକ୍ତଙ୍କ ଭାଇ ଧମକ ଦେଉଛନ୍ତି। ସ୍ଥାନୀୟ ପୋଲିସଠାରୁ ନ୍ୟାୟ ନ ମିଳିବାରୁ ପୀଡିତାଙ୍କ ମା’ ଘଟଣା ସମ୍ପର୍କରେ ପୁରୀ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ମାତ୍ର ଏଥିରେ କିଛି ବି ସୁଫଳ ନ ମିଳିବାରୁ ସେ ଆଇନ ସହାୟତା ନିମନ୍ତେ ଆଇନସେବା ସଂସ୍ଥା କ୍ଲାପ୍‌ର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାରେ ଆବେଦନକାରିଣୀ ରାଜ୍ୟ ସରକାରଙ୍କ ଗୃହ ବିଭାଗ ସଚିବ, କ୍ରାଇମ୍‌ବ୍ରାଞ୍ଚ ଡିଜି, ପୁରୀ ଏସ୍‌ପି, ଡେଲାଙ୍ଗ ଥାନା ଅଧିକାରୀ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରି ନ୍ୟାୟ ପାଇବା ପାଇଁ ଆବେଦନ କରିଛନ୍ତି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri