ଷ୍ଟେଟ୍‌ ଓପନ ସ୍କୁଲ୍‌ ପାସ୍‌ ମାର୍କ ୩୦% ନବମଶ୍ରେଣୀ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ମାର୍ଚ୍ଚ ୭ରେ


କଟକ ଅଫିସ, ୬।୧୧ - ଷ୍ଟେଟ୍‌ ଓପନ ସ୍କୁଲ୍‌ ସାର୍ଟିଫିକେଟ ପରୀକ୍ଷା ବର୍ଷକୁ ଦୁଇଥର ହୋଇଥାଏ। ଚଳିତ ବର୍ଷ ପ୍ରଥମ ଷ୍ଟେଟ୍‌ ଓପନ ସ୍କୁଲ୍‌ ସାର୍ଟିଫିକେଟ ପରୀକ୍ଷା ମାଟ୍ରିକ କାର୍ଯ୍ୟସୂଚୀ ଅନୁସାରେ ହେବାକୁ ଥିବାବେଳେ ୨ୟ ପରୀକ୍ଷା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ସହ କରାଯିବାକୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ନିଷ୍ପତ୍ତି ହୋଇଛି। ଏଥିସହ ଷ୍ଟେଟ୍‌ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ନିୟମରେ କେତେକ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ରହିଥିବା ପାସ୍‌ ମାର୍କ ୩୩% ବଦଳରେ ଏବେ ୩୦% ରଖାଯାଇଛି। ମାତ୍ର ସମସ୍ତ ବିଷୟରେ ହାରାହାରି ମାର୍କ ୩୩% ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ମାଟ୍ରିକ ଓ ମଧ୍ୟମା ପରୀକ୍ଷା ନିମନ୍ତେ ରାଜ୍ୟରେ ପ୍ରାୟ ୨୯୦୦ ପରୀକ୍ଷା କେନ୍ଦ୍ର ହେଉଥିଲା। ଚଳିତବର୍ଷ ଷ୍ଟେଟ ଓପନ ସ୍କୁଲ ପରୀକ୍ଷା ଏକ ସଙ୍ଗେ ହେଉଥିବାରୁ ଆଉ ଅଧିକ ୧୦୦ ପରୀକ୍ଷା କେନ୍ଦ୍ର କରାଯିବ। ଏଥିରେ କେବଳ ଷ୍ଟେଟ୍‌ ଓପନ ସ୍କୁଲ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ। ତେବେ ଫର୍ମ ପୂରଣ ଶେଷ ହେବା ପରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସେହିପରି ନବମ ଶ୍ରେଣୀ ଧନ୍ଦାମୂଳକ ଶିକ୍ଷା ଥିଓରି ପରୀକ୍ଷା ମାର୍ଚ୍ଚ ୭ ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଓ ପ୍ରାକ୍ଟିକାଲ ପରୀକ୍ଷା ଫେବୃୟାରୀ ୧୨ରୁ ୧୭ ତାରିଖ ମଧ୍ୟରେ ଯେକୌଣସି ଦିନ ଅନୁଷ୍ଠିତ ହେବ। ବୋର୍ଡ ପକ୍ଷରୁ ନିଯୁକ୍ତ ଏକ୍ସଟର୍‌ନାଲ ପରୀକ୍ଷକ ପ୍ରାକ୍ଟିକାଲ ପରୀକ୍ଷା କରିବା ପରେ ସେହିଦିନ ଅନ୍‌ଲାଇନ ମାଧ୍ୟମରେ ପରୀକ୍ଷା ନିୟନ୍ତ୍ରକଙ୍କୁ ନମ୍ବର ପଠାଇବେ। ଏନେଇ କଟକ ବଜ୍ରକବାଟିସ୍ଥିତ ବୋର୍ଡ ମୁଖ୍ୟାଳୟରେ ସୋମବାର ଅପରାହ୍ନରେ ଆୟୋଜିତ ସମ୍ମିଳନୀରେ ସୂଚନା ଦିଆଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri