ଫେବୃୟାରୀ ୨୩ରୁ ମାଟ୍ରିକ ପରୀକ୍ଷା


କଟକ ଅଫିସ, ୬।୧୧- ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆସନ୍ତା ଫେବୃୟାରୀ ୨୩ରୁ ଆରମ୍ଭ ହେବ। ଏଥିସହ ଷ୍ଟେଟ୍‌ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଓ ମଧ୍ୟମା (ସଂସ୍କୃତ) ପରୀକ୍ଷା ମଧ୍ୟ ଏକ ସମୟରେ ଆରମ୍ଭ ହେବ। ତେବେ ମାଟ୍ରିକ ଓ ଓପନ ସ୍କୁଲ୍‌ ସାର୍ଟିଫିକେଟ ପରୀକ୍ଷା ମାର୍ଚ୍ଚ ୮ ତାରିଖରେ ଶେଷ ହେଉଥିବାବେଳେ ମଧ୍ୟମା ମାର୍ଚ୍ଚ ୭ରେ ସରିବ। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୋମବାର ଏନେଇ ବିଧିବଦ୍ଧ ଭାବେ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପ୍ରତ୍ୟେକ ଦିନ ଗୋଟିଏ ଲେଖାଏ ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ୩୦ (କେବଳ ଗଣିତରେ ୧୫ ମିନିଟ୍‌ ଅଧିକ) ପର୍ଯ୍ୟନ୍ତ ମାଟ୍ରିକ ଏବଂ ଓପନ ସ୍କୁଲ ପରୀକ୍ଷା ହେବ। ସେହିପରି ଦ୍ୱିତୀୟ ସିଟିଂ ଅପରାହ୍ନ ୨ଟାରୁ ୪ଟା ୩୦ (ଗଣିତରେ ୧୫ ମିନିଟ୍‌ ଅଧିକ) ପର୍ଯ୍ୟନ୍ତ ମଧ୍ୟମା ପରୀକ୍ଷା ଅନୁଷ୍ଠିତ ହେବ। ଅଧଘଣ୍ଟା ପୂର୍ବରୁ ଅର୍ଥାତ୍‌ ସକାଳ ୮ଟା ୩୦ରେ ଓଏମ୍‌ଆର ଉତ୍ତର ଫର୍ଦ୍ଦ ଦିଆଯିବ। ସକାଳ ୮ଟା ୪୫ରେ ସବ୍‌ଜେକ୍ଟିଭ ଓ ଅବଜେକ୍ଟିଭ ଉଭୟ ପ୍ରଶ୍ନପତ୍ର ବଣ୍ଟନ କରାଯିବ। ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ପଢ଼ିବା ପାଇଁ ୧୫ ମିନିଟ୍‌ ସୁଯୋଗ ଦିଆଯିବ। ଅବଜେକ୍ଟିଭ ପରୀକ୍ଷା ୯ଟାରୁ ପୂର୍ବାହ୍ନ ୧୦ଟା (ଗଣିତରେ ୧୦.୧୫) ପର୍ଯ୍ୟନ୍ତ ହେବ। ମାଟ୍ରିକ ପରୀକ୍ଷା ନିମନ୍ତେ ନଭେମ୍ବର ୧ରୁ ଆରମ୍ଭ ହୋଇଥିବା ଅନ୍‌ଲାଇନ ଫର୍ମପୂରଣ ଆସନ୍ତା ୨୨ ତାରିଖରେ ଶେଷ ହେବ। କିନ୍ତୁ ଷ୍ଟେଟ୍‌ ଓପନ ସ୍କୁଲ ସାର୍ଟିଫିକେଟ ଓ ମଧ୍ୟମା ପରୀକ୍ଷା ନିମନ୍ତେ ଫର୍ମ ପୂରଣ ତାରିଖ ଶୀଘ୍ର ବୋର୍ଡ ପକ୍ଷରୁ ଘୋଷଣା କରାଯିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri