ଆନି ସରକାର ‘ମିସ୍‌ ଫଟୋଜେନିକ୍‌ ଫେସ୍‌’


ଭୁବନେଶ୍ୱର, ୬।୧୧(ବ୍ୟୁରୋ)- ଓଡ଼ିଶା ଫଟୋଗ୍ରାଫିକ୍ସ ଆସୋସିଏଶନ ପକ୍ଷରୁ ଗତ ୩ ତାରିଖଠାରୁ ବରମୁଣ୍ଡା ପଡ଼ିଆଠାରେ ଚାଲିଥିବା ଫଟୋ ଟ୍ରେଡ୍‌ ଶୋ ରବିବାର ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ଉତ୍ସବରେ ଅନୁଷ୍ଠିତ ‘ମିସ୍‌ ଫଟୋଜେନିକ୍‌ ଫେସ୍‌’ ପ୍ରତିଯୋଗିତାରେ ଏନ୍‌ଆଇଏଫ୍‌ଡି କଲେଜର ଫ୍ୟାଶନ ଡିଜାଇନିଂ ଛାତ୍ରୀ ଆନି ସରକାର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଶୋ’ରେ ୨୪ ମଡେଲ ଅଂଶଗ୍ରହଣ କରିଥିଲେ। ସେଥିରୁ ୧୧ଜଣ ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହୋଇଥିଲେ। ଆନି ସମସ୍ତଙ୍କୁ ପଛରେ ପକାଇ ଚାମ୍ପିୟନ ହୋଇଥିଲେ। କିଟ୍‌ କଲେଜର ଛାତ୍ରୀ ନିଶା ଜୟସ୍‌ଓ୍ବାଲ ରନର୍ସଅପ୍‌ ବିବେଚିତ ହୋଇଛନ୍ତି। ଏହି ୨ ମଡେଲ ଓଡ଼ିଶା ଫ୍ୟାଶନ ଭିଲ୍ଲାରେ ମଡେଲିଂ କରୁଛନ୍ତି। ଶୋ’ରେ ଓଡ଼ିଶା, କଲିକତା ଏବଂ ଝାଡ଼ଖଣ୍ଡର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ। ପ୍ରତିଦିନ ସନ୍ଧ୍ୟାରେ ମଡେଲିଂ ସହ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri