ରାଜ୍ୟରେ ୯୦%ରୁ ଅଧିକ ଟିକାକରଣ ଲକ୍ଷ୍ୟ


ଭୁବନେଶ୍ୱର, ୬।୧୧(ବ୍ୟୁରୋ)- ଟିକାକରଣ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ବୈଠକ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଟିକାକରଣର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟର ଦୁର୍ଗମ ଅଞ୍ଚଳଠାରୁ ଆରମ୍ଭ କରି ସବୁ ଅଞ୍ଚଳରେ ୯୦%ରୁ ଅଧିକ ଟିକାକରଣ ପାଇଁ ପଦକ୍ଷେପ ନେବାକୁ ମେହେର୍ଦ୍ଦା ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଏବଂ ମିଶନ ଇନ୍ଦ୍ରଧନୁଷ ଟୀକାକରଣ ସମେତ ମିଳିମିଳା ପାଇଁ ରୁବେଲା ଟିକା ଦିଆଯିବ। ଏଥିଲାଗି ତୃଣମୂଳ ସ୍ତରରୁ ଯୋଜନା ପ୍ରସ୍ତୁତ କରିବା ସହିତ ସଚେତନତାକୁ ବ୍ୟାପକ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ୧୩ ଜିଲାରେ ୧ରୁ ୧୫ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାୟ ୭୧ ଲକ୍ଷ ୮୧ ହଜାର ୩୨୩ ପିଲାଙ୍କୁ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌(ଜେଇ) ଟିକା ଦିଆଯିବ। ଏହା ପରେ ନିୟମିତ ଟିକାକରଣ ଆରମ୍ଭ କରାଯିବ। ନିୟମିତ ଟୀକାକରଣରେ ପ୍ରଥମ ପର୍ଯ୍ୟାୟରେ ୯ରୁ ୧୨ ମାସ ଏବଂ ୨ୟ ପର୍ଯ୍ୟାୟରେ ୧୬ରୁ ୨୪ ମାସର ପିଲାଙ୍କୁ ଜେଇ ଟିକା ପ୍ରଦାନ କରାଯିବ। ଗ୍ରାମର ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଏହି ଟିକାକରଣ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଯଦି ପ୍ରାଥମିକ ବିଦ୍ୟାଳୟ ନ ଥାଏ ତେବେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଏବଂ ଅନ୍ୟାନ୍ୟ ସ୍ଥାନରେ ଟିକା ପ୍ରଦାନ କରାଯିବ। ଏହି ଅଭିଯାନକୁ ସଫଳ କରିବା ନିମନ୍ତେ ସ୍ବାସ୍ଥ୍ୟ ସଚିବ ଓ ଗଣଶିକ୍ଷା ସଚିବ ଏବଂ ସ୍ବାସ୍ଥ୍ୟ ସଚିବ ଓ ମହିଳା ଏବଂ ଶିଶୁ ବିକାଶ ସଚିବଙ୍କ ମିଳିତ ସ୍ବାକ୍ଷରରେ ସମସ୍ତ ଜିଲାପାଳଙ୍କୁ ପତ୍ର ଲେଖାଯିବ। ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କ ପକ୍ଷରୁ ସମସ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଟିକାକରଣ ଗାଇଡ୍‌ଲାଇନ ଏବଂ ଅର୍ଥବ୍ୟୟ ସଂକ୍ରାନ୍ତରେ ପତ୍ର ଲେଖାଯିବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri