ଡାହାଣୀ ସନ୍ଦେହରେ ମହିଳାଙ୍କୁ ମାଡ଼ ଘଟଣା: ବନ୍ଧା ହେଲେ ୭ ଅଭିଯୁକ୍ତ,୧୦୪ ଜଣଙ୍କ ନାମରେ ମାମଲା


ବଡସାହି,୬।୧୧(ସ୍ବ.ପ୍ର.)- ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଡାହାଣୀ ସନ୍ଦେହରେ ନିରୀହ ଆଦିବାସୀ ମହିଳାଙ୍କୁ ନିସ୍ତୁକ ମାଡ ମାରିବା ଘଟଣାରେ ମୟୂରଭଞ୍ଜ ଜିଲା ବଡସାହି ପୋଲିସ ୭ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ପୋଲିସ ୧୦୪ ଜଣଙ୍କ ନାମରେ ମାମଲା ରୁଜୁ କରିଛି । ସେମାନେ ହେଲେ ବଡସାହି ବ୍ଲକ ଯଦୁନାଥପୁର ପଞ୍ଚାୟତ ମଧୁପୁର ଗ୍ରାମର ବୁଧିରାମ ସିଂ, ଜଠେଆ ସିଂ, ଯଗିନ ସିଂ, ବୁଧୁରାମ ସିଂ, ରଜ ସିଂ, ମାଗୁଣି ସିଂ ଓ ତେଁ ସିଂ । ପୋଲିସ ଗୁଣିଆଙ୍କ ଏତଲାକୁ ଭିତ୍ତି କରି ମାମଲା ରୁଜୁ କରିଥିବା ବେଳେ ପୀଡିତାଙ୍କ ଅଭିଯୋଗକୁ ନେଇ କୌଣସି ମାମଲା ରୁଜୁ କରି ନାହିଁ। ତେବେ ମାଡ ଖାଇଥିବା ମହିଳାଙ୍କ ଏତଲାକୁ ଭିତ୍ତି କରି ପୋଲିସ କେସ ରୁଜୁ ନ କରି ଜାଣିଶୁଣି ଚପାଇଦେବାକୁ ଉଦ୍ୟମ କରିଛି ବୋଲି ମହିଳାମାନେ ଅଭିଯୋଗ ଆଣିଛନ୍ତି। ଅକ୍ଟୋବର ୨୨ତାରିଖରେ ମହିଳାଙ୍କୁ ମାଡ ମାରିବା ଖବର ଗତ ରବିବାର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଗୁଣିଆ ଦେଇଥିବା ମାମଲା ସମ୍ପର୍କରେ ବୁଝାଶୁଝା କରିବା ପାଇଁ ପୋଲିସ ଗ୍ରାମବାସୀଙ୍କୁ ସୋମବାର ଡକାଇଥିଲା। ୨ଟି ଡମ୍ଫରରେ ଗ୍ରାମର ଶତାଧିକ ମହିଳାପୁରୁଷ ସୋମବାର ବଡସାହି ଥାନାରେ ପହଞ୍ଚତ୍ଥିଲେ। ୩ ଘଣ୍ଟା ପରେ ବେତନଟୀ ଏସଡିପିଓ ଧୀରେନ ଚନ୍ଦ୍ର ନନ୍ଦ ଓ ବେତନଟୀ ଆଇଆଇସି ମିନତି ବିଶ୍ୱାଳ ଥାନାରେ ପହଞ୍ଚତ୍ ଗ୍ରାମବାସୀଙ୍କ ବୟାନ ରେକର୍ଡ କରିଥିଲେ। ଘଟଣାର ସତ୍ୟାସତ୍ୟ ଜାଣିବା ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛ। ମାଡ ଖାଇଥିବା ୪ ମହିଳା ଅକ୍ଟୋବର ୨୩ରେ ଏ ନେଇ ବଡସାହି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଗୁଣିଆ ବି ଉକ୍ତ ଦିନ ଡାକ୍ତରଖାନାରୁ ଫେରି ଥାନାରେ ଲିଖିତ ଏତଲା ଦେଇଥିଲା । ଗୁଣିଆଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଗତ ୩ ତାରିଖରେ ମାମଲା (ନଂ ୯୩/୧୭) ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହେଲେ ୧୪ ଦିନରୁ ଊର୍ଦ୍ଧ୍ୱ ହୋଇଯାଇଥିଲେ ବି ପୋଲିସ ମହିଳାଙ୍କ ଅଭିଯୋଗକୁ ନେଇ ମାମଲା ରୁଜୁ ନ କରିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ବଡସାହି ଥାନା ଅଧିକାରୀ ପାସ୍କେଲ ଏକ୍କା କୁହନ୍ତି, ଯେହେତୁ ଗୋଟିଏ ଘଟଣା ଓ ସମାନ ଅଭିଯୁକ୍ତ ରହିଛନ୍ତି ତେଣୁ ଅଲଗା କେସ୍‌ ରୁଜୁ ହୋଇପାରିବନି। ଗୁଣିଆ କରିଥିବା କେସ୍‌ରେ ଗଁ। ଲୋକେ ସାମିଲ ଥିବାରୁ ଉକ୍ତ ମାମଲାରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ବଡସାହି ବିଡିଓ ରବୀନ୍ଦ୍ର ପ୍ରଧାନ କହନ୍ତି, ଖୁବଶୀଘ୍ର ଯଦୁନାଥପୁର ପଞ୍ଚାୟତରେ ସମସ୍ତ ପିଆରଆଇ ମେମ୍ବର, ପ୍ରଶାସନିକ ଅଧିକାରୀ ଓ ଗଣମାଧ୍ୟମକୁ ନେଇ ଗୁଣିଗାରେଡି ଓ ଡାହାଣୀ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯିବ ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri