କୁନ୍ଦୁଲି ନାବାଳିକା ଗଣବଳାତ୍କାର ଘଟଣା: ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ପତ୍ର


ଭୁବନେଶ୍ୱର, ୧୨।୧୦ (ବ୍ୟୁରୋ)- ରାଜ୍ୟରେ ଶିଶୁ ଓ କିଶୋର ଅସୁରକ୍ଷିତ ହୋଇପଡିଛନ୍ତି। ନିଜ ଅଧିକାରରୁ ସେମାନେ ବଞ୍ଚତ୍ତ ହେଉଛନ୍ତି। ଶିଶୁ ନିର୍ଯାତନା ଓ ବଳାତ୍କାର ବଢ଼ି ଚାଲିଛି। ନିକଟରେ କୋରାପୁଟ ଜିଲା କୁନ୍ଦୁଲି ଅଞ୍ଚଳରେ ଘଟିଥିବା ଲୋମହର୍ଷଣକାରୀ ନାବାଳିକା ଗଣବଳାତ୍କାର ଘଟଣା ରାଜ୍ୟର ଶିଶୁ ଅଧିକାର ବିପଦାପନ୍ନ ହୋଇପଡ଼ିଛି। ଜଣେ କୋମଳମତି ସ୍କୁଲ ଛାତ୍ରୀ ପ୍ରତି ଯେଉଁଭଳି ପାଶବିକ ଅତ୍ୟାଚାର କରାଗଲା ତାହା ଆମ ରାଜ୍ୟର ଆଇନ୍‌ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି ଘଟଣା ଓଡ଼ିଶା ପାଇଁ ବଡ଼ ଲଜ୍ଜା ବୋଲି ସାମାଜିକ କର୍ମୀ ନମ୍ରତା ଚଢ଼ା, ପ୍ରୀତିଛନ୍ଦା ଧଳ ଓ ମଧୁଲିତା ପରିଡ଼ା କହିଛନ୍ତି। ଏନେଇ ଗୁରୁବାର ସେମାନେ ରାଜ୍ୟ ରାଜ୍ୟ ଶିଶୁ ଅଧିକାର ଆୟୋଗଙ୍କ ଦାବିପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ଉକ୍ତ ଦାବିପତ୍ରରେ ଦର୍ଶାଯାଇଛି ଯେ, ଏହି ସ୍ପର୍ଶକାତର ଘଟଣାରେ ସ୍ଥାନୀୟ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି। କୋରାପୁଟ ଏକ ଆଦିବାସୀ ବହୁ ପଛୁଆ ଅଞ୍ଚଳ। ଏଠାକାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏଭଳି ଘଟଣା ସାମାଜିକ ଲଜ୍ଜା ଭାବେ ଉଭା ହୋଇଛି। ତେଣୁ ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବା, ପୀଡିତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ପ୍ରଦାନ କରିବା, ପରିବାର ଲୋକଙ୍କୁ ସୁରକ୍ଷା ଦେବା, ଗୁପ୍ତ ଭାବେ ନାବାଳିକାର ବୟାନ ରେକର୍ଡ କରି ଦୋଷୀଙ୍କ ପାଖରେ ପହଞ୍ଚତ୍ବା ଆଦି ବିଭିନ୍ନ ଦାବି କରାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri