ବଜ୍ରପାତରେ ୧୦ ମୃତ


ଭୁବନେଶ୍ୱର, ୧୩।୯(ବ୍ୟୁରୋ):ରାଜ୍ୟରେ ପୁଣି ବଜ୍ର ବିତ୍ପାତ ଘଟିଛି। ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ଯୋଗୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକରେ ଜଣେ, କେନ୍ଦୁଝରରେ ୨, ନୂଆପଡ଼ାରେ ୨, ପୁରୀ ଜିଲାରେ ୨ଜଣ, ପାରାଦୀପରେ ଜଣେ, ବାରିପଦାରେ ଜଣେ ଏବଂ କଟକର ଖୁଣ୍ଟୁଣୀରେ ଜଣଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବରପଦୀ ଗ୍ରାମରେ ବଜ୍ରପାତ ଘଟି ନୃସିଂହ ବେହେରା ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଗୋଧନ ଜେନା ନାମକ ଅନ୍ୟ ଜଣେ ବ୍ୟକ୍ତି ଏଥିରେ ଆହତ ହୋଇଛନ୍ତି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନୂଆପଡ଼ା ଜିଲା କୋମନା ଥାନା ଭାରୁଆମୁଣ୍ଡା ଗ୍ରାମର ଲକ୍ଷ୍ମୀ ମାଝି ଓ ତାଙ୍କ ନଣନ୍ଦ ଭାଗ୍ୟବନ୍ତୀ ମାଝିଙ୍କ ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଙ୍କଟପାଲିଆ ଗ୍ରାମର ପାଇକରାୟ ହୋଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଜଞ୍ଜାଳୀ ହୋ ଆହତ ହୋଇଛନ୍ତି। ସେହିପରି କେନ୍ଦୁଝର ସଦର ବ୍ଲକ କରଞ୍ଜିଆପଡ଼ା ଗ୍ରାମର ଘାସିରାନ କୟକ, ପାରାଦୀପର କୁଜଙ୍ଗ ଥାନା ବାଘୁଆଠେଙ୍ଗ ଗ୍ରାମର ଫକୀର ଚରଣ ଦାସ, ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳର ପ୍ରମିଳା ପରିଡ଼ା(୭୦) ଓ ପିପିଲି ଉତ୍ତରା ଶାସନର ଲକ୍ଷ୍ମଣ ନାୟକ(୧୬), ବାରିପଦାର ଖୁଣ୍ଟା ଥାନା ଅନ୍ତର୍ଗତ ବାଲିମୁଣ୍ଡଳି ଗ୍ରାମର ରବି ମୁର୍ମୁ ଏବଂ କଟକ ଜିଲା ଖୁଣ୍ଟୁଣୀର ବାଳିଗ୍ରାମରେ ବିଜୟ ନାୟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାବ୍ୟତୀତ କେନ୍ଦ୍ରାପଡ଼ାରେ ୨ ଜଣ ଏବଂ ସୁନ୍ଦରଗଡ଼ ଓ ଖୁଣ୍ଟୁଣୀରେ ଜଣେ ଲେଖାଏ ଆହତ ହୋଇଛନ୍ତି। କିଛିଦିନ ଧରି ରାଜ୍ୟରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ହେଉଥିଲା। ଲୋକେ ଅସ୍ତବ୍ୟସ୍ତ ହେଉଥିଲେ। କିନ୍ତୁ ମଙ୍ଗଳବାର ଅପରାହ୍ନରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ଦ୍ୱାରା ଲୋକଙ୍କୁ ସାମାନ୍ୟ ଅଶ୍ୱସ୍ତି ମିଳିଛି। ଢେଙ୍କାନାଳରେ ସର୍ବାଧିକ ୪୮ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ମାଲକାନଗିରି ୪୨ ମିଲିମିଟର, ଭୁବନେଶ୍ୱର ୨୭.୬, କଟକ ୨୬, ଭବାନୀପାଟଣା ୧୮, କୋରାପୁଟ ୯ ଏବଂ ବଲାଙ୍ଗୀରରେ ୫.୨ ମିଲିମିଟର ବର୍ଷା ହୋଇଛି। ସେହିପରି କେନ୍ଦ୍ରାପଡ଼ା, ସମ୍ବଲପୁର, ଗଞ୍ଜାମ, ବରଗଡ଼, କେନ୍ଦୁଝର ଜିଲାରେ ମଧ୍ୟ ମଙ୍ଗଳବାର ବର୍ଷା ହୋଇଥିବା ଜଣାପଡ଼ିଛି। ଆସନ୍ତା ଗୁରୁବାର ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ଆଶଙ୍କା ରହିଛି। ବିଶେଷକରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri