ଭାରତ ସେମିଫାଇନାଲରେ


ଭୁବନେଶ୍ୱର, ୬।୧୨ (କ୍ରୀଡ଼ା ପ୍ରତିନିଧି) ଲିଗ୍‌ ପର୍ଯ୍ୟାୟରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଭାରତ ବୁଧବାର ଅନୁଷ୍ଠିତ କ୍ବାର୍ଟର ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ବିଶ୍ୱ ହକି ଲିଗ୍‌ ଫାଇନାଲର ସେମିଫାଇନାଲରେ ପହଞ୍ଚିଛି। କଳିଙ୍ଗ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଦ୍ୱିତୀୟ କ୍ବାର୍ଟର ଫାଇନାଲରେ ଭାରତ ଲିଗ୍‌ ପର୍ଯ୍ୟାୟର ଅପରାଜେୟ ଦଳ ବେଲଜିୟମକୁ ପେନାଲ୍ଟି ଶୁଟ୍‌ ଆଉଟ୍‌ ୬-୫ ଗୋଲରେ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟ ଖେଳ ୩-୩ ସ୍ଥିତିରେ ରହିବାପରେ ପେନାଲ୍ଟି ଶୁଟ୍‌ଆଉଟ ପଦ୍ଧତି ଅବଲମ୍ବନ କରାଯାଇଥିଲା। ଉଭୟ ଦଳର ୫ ଜଣ ଖେଳାଳି ଶୁଟ୍‌ ମଧ୍ୟରେ ଖେଳ ୨-୨ ସ୍ଥିତିରେ ରହିଥିଲା। ଏହାପରେ ସଡନ୍‌ଡେଥ୍‌ରେ ଭାରତ ପକ୍ଷରୁ ହରମନପ୍ରୀତ ସିଂ ଗୋଲ ଦେଇଥିବାବେଳେ ବେଲଜିୟମର ଆର୍ଥର ଭାନ୍‌ ଡୋରେନ ଫେଲ୍‌ ମାରିିଥିଲେ। ଏହିଠାରୁ ଆରମ୍ଭ ହୋଇଥିଲା ଭାରତର ବିଜୟ ଉତ୍ସବ। ଗୋଲକିପର ଆକାଶ ଚିକ୍‌ଟେଙ୍କ ନିକଟକୁ ସମସ୍ତ ଖେଳାଳି ଦୌଡ଼ି ବଧେଇ ଜଣାଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ଭାରତୀୟ ଦଳର ବିଜୟ ଉତ୍ସବ। ଘରୋଇ ଦଳର ଖେଳାଳିମାନେ ଷ୍ଟାଡିୟମ ଚତୁର୍ଦ୍ଦିଗରେ ଦୌଡ଼ି ଦର୍ଶକଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ। ଭାରତର ସୁମିତ ଜୁନିୟର ପ୍ଲେୟର ଅଫ ଦି ମ୍ୟାଚ ଏବଂ ବେଲଜିୟମର ଲୋଇକ ଲୁଇପର୍ଟ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ। ଚଳିତ ଟୁର୍ନାମେଣ୍ଟରେ ଭାରତର ଏହାଥିଲା ପ୍ରଥମ ବିଜୟ। ଦଳ ଲିଗ୍‌ ପର୍ଯ୍ୟାୟରେ ପ୍ରଥମ ମ୍ୟାଚକୁ ଅଷ୍ଟ୍ରେଲିଆ ସହ ଡ୍ର ରଖିଥିବାବେଳେ ଅନ୍ୟ ୨ଟି ମ୍ୟାଚରେ ଇଂଲଣ୍ଡ ଓ ଜର୍ମାନୀଠାରୁ ହାରିଥିଲା। ଅନ୍ୟପକ୍ଷରେ ଲିଗ୍‌ ପର୍ଯ୍ୟାୟରେ ୩ଟି ଯାକ ମ୍ୟାଚ ଜିତି ଗର୍ବର ସହିତ ନକ୍‌ଆଉଟରେ ପ୍ରବେଶ କରିଥିବା ବେଲଜିୟମର ବିଜୟ ଯାତ୍ରା କ୍ବାର୍ଟର ଫାଇନାଲରୁ ଅଟକିଛି। ଏବେ ବେଲଜିୟମ ୫-୬ ସ୍ଥାନ ପାଇଁ ୯ ତାରିଖରେ ମୁକାବିଲା କରିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri