ରେକର୍ଡ ରନ ଚେଜ୍‌ ପଥରେ ଇଂଲଣ୍ଡ


ଆଡିଲେଡ୍‌,୫ା୧୨-ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟରେ ୩୫୪ରନର ବିଜୟ ଲକ୍ଷ୍ୟ ପିଛା କରୁଥିବାବେଳେ ଇଂଲଣ୍ଡ ମଙ୍ଗଳବାର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୪ ଉଇକେଟ ବିନିମୟରେ ୧୭୬ ରନ କରିଛି। ଅଧିନାୟକ ଜୋ ରୁଟି ୬୪ ଏବଂ କ୍ରିସ୍‌ ଓକ୍ସ ୫ ରନ କରି କ୍ରିଜ୍‌ରେ ଅପରାଜିତ ରହିଛନ୍ତି। ଘରୋଇ ଦଳ ପକ୍ଷରୁ ମିଚେଲ ଷ୍ଟାର୍କ ୨ ଉଇକେଟ ସଫଳତା ପାଇଥିବାବେଳେ ପ୍ୟାଟ୍‌ କୁମିନ୍ସ ଓ ନାଥାନ ଲିୟନ ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ। ଭ୍ରମଣକାରୀ ଦଳ ହାତରେ ୬ଉଇକେଟ ରହିଥିବାବେଳେ ବିଜୟ ପାଇଁ ଆହୁରି ୧୭୮ ରନ ଆବଶ୍ୟକ କରୁଛି। ଇଂଲଣ୍ଡ ରନ ଚେଜ୍‌ କରିବାରେ ସଫଳ ହେଲେ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ ସ୍ତରକୁ ଆଣି ପାରିବ। ଦିବାରାତ୍ର ବିଶିଷ୍ଟ ଏହି ଟେଷ୍ଟ ମ୍ୟାଚରେ ପ୍ରଥମ ଇନିଂସରେ ୨୧୫ ରନରେ ଅଗ୍ରଣୀ ଲାଭ କରିଥିବା ଅଷ୍ଟ୍ରେଲିଆ ମଙ୍ଗଳବାର ଚା’ପାନ ବିରତି ବେଳକୁ ଏହାର ଦ୍ୱିତୀୟ ଇନିଂସରେ ୧୩୮ ରନ କରି ଅଲଆଉଟ ହୋଇଯାଇଥିଲା। ଦଳର ଟପ୍‌ ସ୍କୋର ଉଭୟ ଉସ୍‌ମାନ ଖ୍ବାଜା ଓ ମିଚେଲ ଷ୍ଟାର୍କ ୨୦ରନ ଲେଖାଏଁ କରିଥିଲେ। ଇଂଲଣ୍ଡ ତରଫରୁ ଜେମ୍ସ ଆଣ୍ଡରସନ ୪୩ ରନ ବିନିମୟରେ ୪ଟି ଉଇକେଟ ନେଇଥିବାବେଳେ କ୍ରିସ୍‌ ଓକ୍ସ ୩୬ ରନ ଦେଇ ୪ ଉଇକେଟ ନେଇଥିଲେ। ସୂଚନାଯୋଗ୍ୟ, ଆଡିଲେଡ୍‌ ଓଭାଲଠାରେ ଚତୁର୍ଥ ଇନିଂସରେ ସର୍ବାଧିକ ରନ ଚେଜ୍‌ ରେକର୍ଡ ଅଷ୍ଟ୍ରେଲିଆ ନାମରେ ରହିଛି। ୧୯୦୨ରେ ଇଂଲଣ୍ଡ ବିପକ୍ଷରେ ୩୧୫/୬ କରି ଦଳ ବିଜୟ ଲାଭ କରିଥିଲା। ଏହି ଗ୍ରାଉଣ୍ଡରେ ଇଂଲଣ୍ଡର ସର୍ବୋଚ୍ଚ ରନ ଚେଜ୍‌ ରେକର୍ଡ ୧୦୯ ରନ (୧୯୧୨ ମସିହାରେ) ରହିଛି। ସଂକ୍ଷିପ୍ତ ସ୍କୋର- ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୪୪୨/୮, ଘୋଷଣା। ଇଂଲଣ୍ଡ ପ୍ରଥମ ଇନିଂସ: ୨୨୭ । ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ: ୫୮ ଓଭରରେ ୧୩୮ (ଉସ୍‌ମାନ ଖ୍ବାଜା-୨୦, ମିଚେଲ ଷ୍ଟାର୍କ-୨୦; ଜେମ୍ସ ଆଣ୍ଡରସନ-୫/୪୩, କ୍ରିସ୍‌ ଓକ୍ସ-୪/୩୬)। ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୧୭୬/୪ ଜୋ ରୁଟ୍‌-୬୭*, ମାର୍କ ଷ୍ଟୋନ୍‌ମ୍ୟାନ-୩୬; ମିଚେଲ ଷ୍ଟାର୍କ-୨/୬୫)।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri