ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟେଷ୍ଟରୁ ହୋଲ୍ଡର ବାସନ୍ଦ


ଅକ୍‌ଲାଣ୍ଡ, ୫।୧୨- ଓ୍ବେଷ୍ଟଇଣ୍ଡିଜ୍‌ ଦଳର ଅଧିନାୟକ ଜାଶନ ହୋଲ୍ଡର ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟେଷ୍ଟରୁ ବାସନ୍ଦ ହୋଇଛନ୍ତି। ଏହି ଦୁଇଟିକିଆ ସିରିଜ୍‌ର ପ୍ରଥମ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳର ଖରାପ ଓଭର ହାର ଯୋଗୁ ହୋଲ୍ଡେରଙ୍କୁ ଗୋଟିଏ ମ୍ୟାଚ୍‌ ବାସନ୍ଦ କରାଯାଇଛି। ଏଥିସହିତ ଜରିମାନା ବାବଦକୁ ତାଙ୍କ ମ୍ୟାଚ୍‌ ଫି’ର ୬୦ ପ୍ରତିଶତ କାଟ କରି ଦିଆଯାଇଛି। ତାଙ୍କ ବାଦ୍‌ ଦଳର ଅନ୍ୟ ସଦସ୍ୟଙ୍କ ମ୍ୟାଚ୍‌ ଫି’ରୁ ୩୦ ପ୍ରତିଶତ କାଟ ହୋଇଛି। ନିର୍ଦ୍ଧାରିତ ସମୟ ସୁଦ୍ଧା ଆବଶ୍ୟକ ଓଭରଠାରୁ ୩ ଓଭର କମ୍‌ ଥିବାରୁ ତାଙ୍କୁ ବାସନ୍ଦାଦେଶ ଭୋଗ କରିବାକୁ ପଡ଼ିଛି। ଓ୍ବେଲିଂଟନଠାରେ ଖେଳାଯାଇଥିବା ଟେଷ୍ଟରେ ହୋଲ୍ଡରଙ୍କ ବିରୋଧରେ ଫିଲ୍ଡ ଅମ୍ପାୟର ରୋଡ୍‌ ଟକର ଓ ଇଆନ ଗୋଲ୍ଡ ଏବଂ ୩ୟ ଅମ୍ପାୟର ବ୍ରୁସ ଅକ୍ସଫୋର୍ଡ ଅଭିଯୋଗ ଆଣିଥିଲେ। ଉଲ୍ଲେଖଥାଉ କି, ଆଇସିସି ନିୟମ ଭିତ୍ତିରେ ସାମାନ୍ୟ ଖରାପ ଓଭର ହାର ପାଇଁ ଦଳର ସଦସ୍ୟଙ୍କ ୧୦ ପ୍ରତିଶତ ଏବଂ ଅଧିନାୟକଙ୍କ ୨୦ ପ୍ରତିଶତ ମ୍ୟାଚ୍‌ ଫି’ କାଟ କରାଯାଏ। କିନ୍ତୁ ଗତ ୧୨ ମାସ ମଧ୍ୟରେ ଏଭଳି ଘଟଣା ହୋଲ୍ଡରଙ୍କ ନେତୃତ୍ୱରେ ୨ୟ ଥର ଘଟିଥିବାରୁ ତାଙ୍କୁ ବାସନ୍ଦ କରାଯାଇଛି। ତାଙ୍କ ନେତୃତ୍ୱରେ ପାକିସ୍ତାନ ବିପକ୍ଷରେ ଜାମାଇକାଠାରେ ଖେଳାଯାଇଥିବା ଟେଷ୍ଟରେ ମଧ୍ୟ ସେ ସମାନ କାରଣରୁ ଦଣ୍ଡିତ ହୋଇଥିଲେ। ଘରୋଇ ନ୍ୟୁଜିଲାଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‌ ଆସନ୍ତା ୯ ତାରିଖରେ ହାମିଲ୍‌ଟନଠାରେ ଖେଳାଯିବ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri