ନାଟକୀୟ ମୋଡ଼ରେ ଦ୍ୱିତୀୟ ଆଶେସ୍‌ ଟେଷ୍ଟ


ଆଡିଲେଡ୍‌,୫ା୧୨(ଏଏଫ୍‌ପି)-ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଆଶେସ୍‌ ଟେଷ୍ଟ ମ୍ୟାଚ୍‌ ନାଟକୀୟ ମୋଡ଼ ନେଇଛି। ଦିବାରାତ୍ର ବିଶିଷ୍ଟ ଏହି ମ୍ୟାଚ୍‌ର ତୃତୀୟ ଦିବସର ଅନ୍ତିମ ସେସନରେ ଇଂଲଣ୍ଡ ଯାଦୁକରି ସୁଇଙ୍ଗ୍‌ ବୋଲିଂ କରି ଘରୋଇ ଦଳର ୪ଟି ଉଇକେଟ ଖସାଇ ଦେବାରେ ସଫଳ ହୋଇଛି। ଅଷ୍ଟ୍ରେଲିଆ ଏହାର ଦ୍ୱିତୀୟ ଇନିଂସ୍‌ରେ ୪ ଉଇକେଟ ହରାଇ ୫୪ ରନ୍‌ କରିଛି। ପିଟର ହ୍ୟାଣ୍ଡ୍ସକମ୍ବ ଓ ନାଇଟ୍‌ଓ୍ବାଚ୍‌ମ୍ୟାନ ନାଥାନ ଲିଅନ ପ୍ରତ୍ୟେକେ ୩ ରନ୍‌ ଲେଖାଏଁ କରି ଅପରାଜିତ ରହିଛନ୍ତି। କାମେରନ ବ୍ୟାଙ୍କ୍ରଫ୍ଟ (୪) ଓ ଉସ୍‌ମାନ ଖ୍ବାଜା (୨୦) ଜେମ୍ସ ଆଣ୍ଡରସନଙ୍କ ବୋଲିଂରେ ଆଉଟ ହୋଇଥିବାବେଳେ ଅଧିନାୟକ ଷ୍ଟିଭ ସ୍ମିଥ୍‌ (୬) ଓ ଡେଭିଡ ଓ୍ବାର୍ନରଙ୍କୁ ଖ୍ରିସ୍‌ ଓକ୍ସ ପ୍ୟାଭିଲିୟନ ପଠାଇ ଦେଇଛନ୍ତି। ହାତରେ ୬ ଉଇକେଟ ଥାଇ ଅଷ୍ଟ୍ରେଲିଆ ଆହୁରି ୨୬୮ ରନ୍‌ରେ ଅଗ୍ରଣୀ ରହିଛି। ପୂର୍ବରୁ ଅସମାପ୍ତ ସ୍କୋର ୧/୨୯ରୁ ଖେଳ ଆରମ୍ଭ କରିଥିବା ଇଂଲଣ୍ଡକୁ ଅଷ୍ଟ୍ରେଲିଆ ୨୨୭ ରନ୍‌ରେ ଆଉଟ କରିଦେଇଥିଲା। ଭ୍ରମଣକାରୀ ଦଳର ଟପ୍‌ ସ୍କୋରର କ୍ରେଗ୍‌ ଓଭରଟନ ୪୧ ରନ୍‌ କରି ଅପରାଜିତ ରହିଥିଲେ। ଘରୋଇ ଦଳର ସଫଳ ବୋଲର ନାଥାଲିଅନ ୪ ଏବଂ ମିଚେଲ ଷ୍ଟାର୍କ ୩ଟି ଉଇକେଟ ଅକ୍ତିଆର କରିଥିଲେ। କିନ୍ତୁ ଫ୍ଲଡ୍‌ ଲାଇଟ୍‌ରେ ଅଷ୍ଟ୍ରେଲିଆ ନିଜେ ବ୍ୟାଟିଂ କରିବାବେଳେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ସଂକ୍ଷିପ୍ତ ସ୍କୋର- ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୪୪୨/୮, ଘୋଷଣା। ଇଂଲଣ୍ଡ ପ୍ରଥମ ଇନିଂସ: ୨୨୭/ଅଲ୍‌ଆଉଟ (କ୍ରେଗ୍‌ ଓଭରଟନ- ୪୧*, ଆଲିଷ୍ଟର କୁକ୍‌-୩୭, କ୍ରିସ୍‌ ଓକ୍ସ-୩୬, ନାଥାନ ଲିଅନ-୪/୬୦, ମିଚେଲ ଷ୍ଟାର୍କ-୩/୪୯)। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ: ୫୩/୪(କ୍ରିସ୍‌ ଓକ୍ସ-୨/୧୩, ଜେମ୍ସ ଆଣ୍ଡରସନ-୨/୧୬)।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri