ଦ. ଆଫ୍ରିକା ବିପକ୍ଷ ଟେଷ୍ଟ ଦଳରେ ବୁମରା


ନୂଆଦିଲ୍ଲୀ,୪।୧୨(ପି.ଟି)- ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ ଘୋଷିତ ହୋଇଛି। ଏଥିସହିତ ଚଳିତ ଟେଷ୍ଟ ସିରିଜ ପରେ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ପାଇଁ ମଧ୍ୟ ଦଳ ଘୋଷିତ ହୋଇଛି। ଡାହାଣ ହାତୀ ଦ୍ରୁତ ବୋଲର ଜଶପ୍ରୀତ ବୁମାରାଙ୍କୁ ପ୍ରଥମଥର ପାଇଁ ଟେଷ୍ଟ ଦଳରେ ସାମିଲ କରାଯାଇଛି। ସେହିପରି ଉଇକେଟକିପର ବ୍ୟାଟ୍ସମ୍ୟାନ ପାର୍ଥୀବ ପଟେଲ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଘୋଷିତ ୧୭ ଜଣିଆ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦ.ଆଫ୍ରିକା ବିପକ୍ଷରେ ଭାରତ ୩ଟି ଟେଷ୍ଟ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଟେଷ୍ଟ ଦଳରେ ଚୟନକର୍ତ୍ତାମାନେ ୭ ଜଣ ବ୍ୟାଟ୍ସମ୍ୟାନ, ୭ ଜଣ ବୋଲର, ଜଣେ ଅଲରାଉଣ୍ଡର ଓ ଦୁଇଜଣ ଉଇକେଟ କିପରଙ୍କୁ ସାମିଲ କରିଛନ୍ତି। ଜାନୁୟାରୀ ୫ ତାରିଖରୁ ଏହି ହାଇପ୍ରୋଫାଇଲ ଟେଷ୍ଟ ସିରିଜ ଆରମ୍ଭ ହେବ। ଅଜିଙ୍କ୍ୟ ରାହାନେଙ୍କୁ ଉପଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି। ୨୩ ବର୍ଷୀୟ ବୁମରା ୨୮ଟି ଦିନିକିଆ ଓ ୩୦ଟି ଟି୨୦ ମ୍ୟାଚ ଖେଳଥିବା ବେଳେ ଏପର୍ଯ୍ୟନ୍ତ ଟେଷ୍ଟ ଖେଳି ନାହାନ୍ତି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ ଚୟନକର୍ତ୍ତାମାନେ ଶ୍ରୀଲଙ୍କା ବିପକ୍ଷରେ ଏକ ୧୫ ଜଣିଆ ଟି୨୦ ଦଳ ମଧ୍ୟ ଘୋଷଣା କରିଛନ୍ତି। ଏହି ଟି୨୦ ସିରିଜରୁ କୋହଲି ବିଶ୍ରାମ ନେଇଛନ୍ତି। ଡିସେମ୍ବର ୨୦ ତାରିଖରେ କଟକର ବରବାଟୀ ଷ୍ଟାଡିୟମରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ। ଦ.ଆଫ୍ରିକା ବିପକ୍ଷ ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ, ଶିଖର ଧାଓ୍ବନ, ମୁରଲୀ ବିଜୟ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଉପ ଅଧିନାୟକ), ରୋହିତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନ୍‌, ରବୀନ୍ଦ୍ର ଜାଡେଜା, ଉମେଶ ଯାଦବ, ମହମ୍ମଦ ସାମି, ଇଶାନ୍ତ ଶର୍ମା, ରିଦ୍ଧିମାନ ଶାହା, ପାର୍ଥୀବ ପଟେଲ, ଭୁବନେଶ୍ୱର କୁମାର, ଜଶପ୍ରୀତ ବମରା ଓ ହାର୍ଦ୍ଦିକ ପାଣ୍ଡ୍ୟା। ଶ୍ରୀଲଙ୍କା ବିପକ୍ଷ ଟି-୨୦ ଦଳ: ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ, ଶ୍ରେୟାସ ଆୟାର, ମନିଷ ପାଣ୍ଡେ, ଦିନେଶ କାର୍ତ୍ତିକ, ମହେନ୍ଦ୍ର ସିଂ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟା, ଓ୍ବଶିଂଟନ ସୁନ୍ଦର, ଜଶପ୍ରୀତ ବୁମରା, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ହୁଦା, ମହମ୍ମଦ ସିରାଜ, ବାସିଲ ଥମ୍ପି ଓ ଜୟଦେବ ଉନାଡ଼କଟ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri