ଶ୍ରୀଲଙ୍କାର ପ୍ରତ୍ୟାବର୍ତ୍ତନ ସତ୍ତ୍ୱେ ଦୃଢ଼ ସ୍ଥିତିରେ ଭାରତ


ମାଥ୍ୟୁସ୍‌ ଓ ଚାଣ୍ଡିମାଲଙ୍କ ଶତକ ନୂଆଦିଲ୍ଲୀ, ୪।୧୨,(ପି.ଟି)- ଶ୍ରୀଲଙ୍କାର ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଘରୋଇ ଭାରତ ତା’ର ନିୟନ୍ତ୍ରଣ ବଜାୟ ରଖିଛି। ଭାରତର ପ୍ରଥମ ଇନିଂସ ସ୍କୋର ୫୩୬/୭ (ପାଳି ଘୋଷଣା) ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସ ଆରମ୍ଭ କରି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୭୫ ରନରେ ୩ ଉଇକେଟ ହରାଇଥିବା ଶ୍ରୀଲଙ୍କା ଚତୁର୍ଥ ଉଇକେଟ ଯୋଡିରେ ଲଢ଼ୁଆ ପ୍ରଦର୍ଶନ କରିଥିଲା। ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ ଓ ଅଧିନାୟକ ଦିନେଶ ଚାଣ୍ଡିମାଲ ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରି ଶତକ ହାସଲ କରିବା ସହ ଶ୍ରୀଲଙ୍କାକୁ ଫଲୋଅନରୁ ରକ୍ଷା କରିଥିଲେ। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୧୩୦ ଓଭରରେ ୯ ଉଇକେଟ ହରାଇ ୩୫୬ ରନ ସଂଗ୍ରହ କରିଛି। ଚାଣ୍ଡିମାଲ ୧୪୭ ରନ ଓ ଲକ୍ଷନ ସନ୍ଦକାନ ବିନା ସ୍କୋରରେ ଅପରାଜିତ ରହିଛନ୍ତି। ମ୍ୟାଚ ଆଉ ଦୁଇ ଦିନ ବାକିଥିବା ବେଳେ ଶ୍ରୀଲଙ୍କା ଗୋଟିଏ ଉଇକେଟ ବାକିଥାଇ ୧୮୦ ରନ ପଛରେ ପଡିଛି। ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୩୧/୩ରୁ ଶ୍ରୀଲଙ୍କା ଖେଳ ଆରମ୍ଭ କରିଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ମାଥ୍ୟୁସ ୫୭ ରନରୁ ଖେଳ ଆରମ୍ଭ କରି ୧୧୧ରନର ଶତକୀୟ ପାଳି ଖେଳି ରବିଚନ୍ଦ୍ରନ ଅଶ୍ୱିନଙ୍କ ଶିକାର ହୋଇଥିଲେ। ସେହିପରି ୨୫ ରନରୁ ଖେଳ ଆରମ୍ଭ କରି ଚାଣ୍ଡିମାଲ ତୃତୀୟ ଦିନ ସାରା ବ୍ୟାଟିଂ କରିଥିଲେ ଓ ୧୪୭ରନର ଲଢ଼ୁଆ ପାଳି ଖେଳି ଅପରାଜିତ ରହିଛନ୍ତି। ଚତୁର୍ଥ ଉଇକେଟ ଯୋଡିରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୧୮୧ରନର ଭାଗୀଦାରି ସ୍ଥାପନ କରିଥିଲେ। ସୋମବାର ପ୍ରଥମ ସେସନରେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବାରେ ଭାରତୀୟ ବୋଲରମାନେ ବିଫଳ ହୋଇଥିଲେ। ଏହିକ୍ରମରେ ମାଥ୍ୟୁସ୍‌ ଅଷ୍ଟମ ଓ ଚାଣ୍ଡିମାଲ ଦଶମ ଟେଷ୍ଟ ଶତକ ହାସଲ କରିଥିଲେ। ମାଥ୍ୟୁସ୍‌ ତାଙ୍କ ଇନିଂସ ଅବସରରେ ୩ଥର ଜୀବନଦାନ ପାଇଥିଲେ। ସେହିପରି ଚାଣ୍ଡିମାଲ ଗୋଟିଏ ଜୀବନଦାନ ପାଇଛନ୍ତି। ଆଉଟ ହେବା ପରେ ଶ୍ରୀଲଙ୍କା ଗୋଟିଏ ପରେ ଗୋଟିଏ ଉଇକେଟ ହରାଇଥିଲା। ଯୁବ ବ୍ୟାଟ୍ସମ୍ୟାନ ସାଦିରା ସମରବିକ୍ରମା ୩୩ ରନ କରି ଇଶାନ୍ତ ଶର୍ମାଙ୍କ ଦ୍ୱାରା ଆଉଟ ହେବା ପରେ ରୋଶେନ ସିଲଭା ଓ ଉଇକେଟ କିପର ବ୍ୟାଟ୍ସମ୍ୟାନ ନିରୋଶାନ ଡିକ୍‌ଓ୍ବେଲା ଖାତା ଖୋଲିବା ପୂର୍ବରୁ ଯଥାକ୍ରମେ ଅଶ୍ୱିନଙ୍କ ଦ୍ୱାର ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହା ପରେ ସୁରଙ୍ଗା ଲାକମଲ ୫ ମହମ୍ମଦ ସାମିଙ୍କ ଶିକାର ହେବା ପରେ ଲାହିରୁ ଗାମାଗେ ୧ ରନ କରିଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହୋଇଥିଲେ। ତୃତୀୟ ଦିନରେ ଭାରତୀୟ ବୋଲରମାନେ ପରୀକ୍ଷାର ସମ୍ମୁଖୀନ ହୋଇଥିଲେ। ମାଥ୍ୟୁସ ଆଉଟ ହେବା ପରେ ଭାରତୀୟ ବୋଲରମାନେ ଅବଶ୍ୟ ପ୍ରତ୍ୟାବର୍ତ୍ତନ କରିଥିଲେ। ଅଶ୍ୱିନ ୩ଟି ଉଇକେଟ ନେଇଥିବା ବେଳେ ସାମି, ଇଶାନ୍ତ ଓ ଜାଡେଜା ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି। ଭାରତ ପ୍ରଥମ ଇନିଂସରେ ଅଧିନାୟକ ବିରାଟ କୋହଲିଙ୍କ ଦ୍ୱିଶତକ ଓ ଓପନ ମୁରଲୀ ବିଜୟଙ୍କ ଶତକ ମୁଖ୍ୟ ଘଟଣା ଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri