ବେଲଜିୟମର ବୃହତ୍‌ ବିଜୟ


ଭୁବନେଶ୍ୱର, ୪।୧୨(କ୍ରୀଡ଼ା ପ୍ରତିନିଧି)-ଲୋଇକ ଲୁଇପର୍ଟଙ୍କ ହ୍ୟାଟ୍ରିିକ ଗୋଲ ବଳରେ ବେଲଜିୟମ ହକି ୱାଲର୍‌ଡ ଲିଗ୍‌ ଫାଇନାଲର ରବିବାର ମ୍ୟାଚରେ ବୃହତ୍‌ ବିଜୟଲାଭ କରିଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମୁକାବିଲାରେ ବେଲଜିୟମ ୫-୦ଗୋଲରେ ସ୍ପେନକୁ ପରାସ୍ତ କରିଛି। ମ୍ୟାଚଟି ସମ୍ପୂର୍ଣ୍ଣ ଏକପାଖିଆ ହୋଇଥିଲା। ବିଶ୍ୱର ୩ ନମ୍ବର ଦଳ ବେଲଜିୟମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରି ୯ ନମ୍ବର ଦଳ ସ୍ପେନକୁ ସହଜରେ ହରାଇ ଦେଇଥିଲା। ଚଳିତ ଟୁର୍ନାମେଣ୍ଟରେ ବେଲଜିୟମର ଏହା ଦ୍ୱିତୀୟ ବିଜୟ। ପ୍ରଥମ ମ୍ୟାଚରେ ଦଳ ୩-୨ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ନେଦରଲାଣ୍ଡକୁ ୩-୨ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିବା ସ୍ପେନ ଏଠାରେ ଆଶ୍ଚର୍ଯ୍ୟଜନକ ଭାବେ ଖରାପ ପ୍ରଦର୍ଶନ କରିଥିଲା। ବେଲଜିୟମର ଆର୍ଥର ଡି ସ୍ଲୋଭର ଜୁନିୟର ପ୍ଲେୟର ଅଫ ଦି ମ୍ୟାଚ ଏବଂ ଆର୍ଥର ଭାନ୍‌ ଡୋରେନ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ। ୨ଟି ମ୍ୟାଚରୁ ୨ ବିଜୟ ସହ ୬ ପଏଣ୍ଟ ପାଇ ବେଲଜିୟମ ପୁଲ୍‌‘ଏ’ର ଶୀର୍ଷସ୍ଥାନରେ ରହିଛି। ଅନ୍ୟପକ୍ଷରେ ୨ ମ୍ୟାଚରୁ ଗୋଟିଏ ଲେଖାଏଁ ବିଜୟ ଓ ପରାଜୟ ସହ ସ୍ପେନ୍‌ ୩ ପଏଣ୍ଟରେ ସ୍ଥିର ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri