ଇଂଲଣ୍ଡକୁ ପ୍ରାରମ୍ଭିକ ଝଟ୍‌କା


ଆଡିଲେଡ୍‌, ୩ା୧୨ (ଏଏଫ୍‌ପି)-ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟରେ ଅଷ୍ଟ୍ରେଲିଆ ଏହାର ପ୍ରଥମ ଇନିଂସ ୪୪୨/୮ରେ ଘୋଷଣା କରିଛି। ଭ୍ରମଣକାରୀ ଦଳକୁ ଏହାର ପ୍ରଥମ ଇନିଂସରେ ପ୍ରାରମ୍ଭିକ ଝଟ୍‌କା ଲାଗିଛି। ୭ମ ଓଭରରେ ମିଚେଲ ଷ୍ଟାର୍କଙ୍କ ବଲ୍‌ର ଶିକାର ହୋଇ ମାର୍କ ଷ୍ଟୋନ୍‌ମ୍ୟାନ ପ୍ୟାଭିଲିଅନ ଫେରିଛନ୍ତି। ସେ ୧୮ରନ କରି ଖେଳୁଥିବାବେଳେ ଏଲବିଡବ୍ଲ୍ୟୁ ହୋଇଯାଇଥିଲେ। ଷ୍ଟମ୍ପ୍ସ ଅପସାରଣ ବେଳକୁ ଇଂଲଣ୍ଡ ୧ଉଇକେଟ ବିନିମୟରେ ୨୯ରନ କରିଥିଲା। ଆଲିଷ୍ଟର କୁକ୍‌ ୧୧ ଏବଂ ଜେମ୍ସ ଭିନ୍‌ସେ ବିନା କୌଣସି ରନରେ ଅପରାଜିତ ଥିଲେ। ଆଶେସ ସିରିଜରେ ପ୍ରଥମଥର ଦିବାରାତ୍ର ଖେଳାଯାଉଥିବା ଏହି ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିବସ ଖେଳକୁ ବର୍ଷାଯୋଗୁ ଆଗୁଆ ସ୍ଥଗିତ ରଖାଯାଇଥିଲା। ପୂର୍ବରୁ ଘରୋଇ ଦଳ ପୂର୍ବଦିନର ଅସମାପ୍ତ ସ୍କୋର ୨୦୯/୪ରୁ ଖେଳ ଆରମ୍ଭ କରିଥିଲା। ଶନିବାର ୨୦ରନ କରି ଅପରାଜିତ ରହିଥିବା ଶନ୍‌ ମାର୍ଶଙ୍କ ଶତକ ହାସଲ କରିବାରୁ ଅଷ୍ଟ୍ରେଲିଆ ସ୍ଥିତି ସୁଦୃଢ ହୋଇଯାଇଥିଲା। ମାର୍ଶ ୨୧୩ ବଲ୍‌ରେ ୧୨୬ରନ କରି ଅପରାଜିତ ରହିଥିଲେ। ଏହାଥିଲା ତାଙ୍କର ୫ମ ଟେଷ୍ଟ ଶତକ। ଅନ୍ୟପକ୍ଷରେ ପୂର୍ବଦିନ ୩୬ ରନ କରି ଅପରାଜିତ ରହିଥିବା ପିଟର ହ୍ୟାଣ୍ଡ୍ସକମ୍ବ ଆଉ ରନ ଯୋଗ କରି ନ ପାରି ସମାନ ସ୍କୋରରେ ଆଉଟ ହୋଇଯାଇଥିଲେ। ଡିନରବ୍ରେକ୍‌ ପରେ ପ୍ୟାଟ୍‌ କୁମିନ୍ସ ୪୪ ରନ କରି ଆଉଟ ହେବାପରେ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ଅଷ୍ଟ୍ରେଲିଆ ପାଳି ଘୋଷଣା କରିଥିଲେ। ଏକ ପିଙ୍କ୍‌ ବଲ୍‌ ଟେଷ୍ଟରେ ଅଷ୍ଟ୍ରେଲିଆର ଏହାଥିଲା ଶ୍ରେଷ୍ଠ ଇନିଂସ। ପୂର୍ବରୁ ଗତବର୍ଷ ଆଡିଲେଡ୍‌ଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୮୩ ରନ ଏହାର ଶ୍ରେଷ୍ଠ ଇନିଂସ ବିବେଚନା କରାଯାଉଥିଲା। ସଂକ୍ଷିପ୍ତ ସ୍କୋର- ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୪୪୨/୮, ଘୋଷଣା (ଶନ୍‌ ମାର୍ଶ-୧୨୬*, ଟିମ୍‌ ପେନ୍‌-୫୭, ଉସ୍‌ମାନ ଖ୍ବାଜା-୫୩, ଡେଭିଡ ଓ୍ବାର୍ନର-୪୭, ପ୍ୟାଟ କୁମିନ୍ସ-୪୪, ଷ୍ଟିଭ୍‌ ସ୍ମିଥ୍‌-୪୦, କ୍ରେଗ୍‌ ଓଭରଟନ-୩/୧୦୫, ଷ୍ଟୁଆର୍ଟ ବ୍ରଡ୍‌-୨/୭୨)। ଇଂଲଣ୍ଡ ପ୍ରଥମ ଇନିଂସ: ୨୯/୧ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri