‘ଗର୍ବର ସହ ଅର୍ଜୁନ ସମ୍ମାନ ପାଇଁ ଆବେଦନ କରିବି’


ନୂଆଦିଲ୍ଲୀ, ୩।୧୨- ବର୍ତ୍ତମାନ ମୁଁ ଅର୍ଜୁନ ସମ୍ମାନ ପାଇଁ ଗର୍ବର ସହ ଆବେଦନ କରିବି। ଏଭଳି ମନ୍ତବ୍ୟ ଦେଇଛନ୍ତି ନିକଟରେ ବିଶ୍ୱ ଭାରୋତ୍ତୋଳନ ଚାମ୍ପିୟନ୍‌ଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିବା ମିରାବାଈ ଚାନୁ। ମଣିପୁର ଇମ୍ପାଲରେ ପହଞ୍ଚିବା ପରେ ସେ କହିଛନ୍ତି, ”ମୁଁ ଅର୍ଜୁନ ସମ୍ମାନ ପାଇଁ ବହୁ ଅପେକ୍ଷା କରିଛି। ବର୍ତ୍ତମାନ କ୍ରୀଡ଼ା ମନ୍ତ୍ରଣାଳୟ ମୋତେ କୌଣସି ଆଳରେ ଅର୍ଜୁନ ସମ୍ମାନର ହକଦାର ହେବାଠାରୁ ରୋକିପାରିବ ନାହିଁ। ଗତ ୨୦୧୫ରେ ଗ୍ଲାସଗୋଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମୁଁ ରୌପ୍ୟ ପଦକ ପାଇଥିଲି। ସେତେବେଳେ ଭାବିଥିଲି ଯେ, ମୋତେ ଅର୍ଜୁନ ସମ୍ମାନ ମିଳିଯିବ। ଏଥିନେଇ ମୁଁ ଆବେଦନ ମଧ୍ୟ କରିଥିଲି। କିନ୍ତୁ ମୋତେ ନିରାଶ ହେବାକୁ ପଡ଼ିଥିଲା। ଏହାପରେ ମୁଁ କଠିନରୁ କଠିନ ପରିଶ୍ରମ କରିଥିଲି, ଯାହାର ଫଳ ମୋତେ ସ୍ବର୍ଣ୍ଣ ପଦକ ରୂପେ ମିଳିଛି। ଏଣୁ ଏଥର ରାଷ୍ଟ୍ରପତିଙ୍କ ନିକଟରୁ ଅର୍ଜୁନ ସମ୍ମାନ ଗ୍ରହଣ କରିବି ବୋଲି ମୁଁ ଆଶା ରଖିଛି। ଏହାସତ୍ତ୍ୱେ ଯଦି ଚଳିତଥର ମଧ୍ୟ ମୋତେ ଅଣଦେଖା କରାଗଲେ ମୁଁ ନିଶ୍ଚିତ ମନ୍ତ୍ରଣାଳୟକୁ ପ୍ରଶ୍ନ କରିବି ଯେ, ଅର୍ଜୁନ ସମ୍ମାନ ପାଇବା ପାଇଁ ମୋତେ ଆଉ କ’ଣ ପ୍ରମାଣ କରିବାକୁ ପଡ଼ିବ। ମୋ ଗ୍ରାମବାସୀମାନେ ଏଥିପାଇଁ ଅପେକ୍ଷା କରିଛନ୍ତି“। ଏହାବାଦ୍‌ ସେ ଆହୁରି କହିଛନ୍ତି, ମୁଁ ଆଗାମୀ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିବା ଲକ୍ଷ୍ୟ ରଖିଛି। ଏହାକୁ ନିଶ୍ଚିତ ରୂପେ ହାତେଇବି। ଉଲ୍ଲେଖଥାଉ କି, ଦୀର୍ଘ ୨୨ ବର୍ଷର ଅପେକ୍ଷା ପରେ ପ୍ରଥମ ଭାରତୀୟ ଭାରୋତ୍ତୋଳନକାରୀ ଭାବେ ଚାନୁ ବିଶ୍ୱ ଚାମ୍ପିୟନ୍‌ଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। 



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri