ଗ୍ରାଣ୍ଡହୋମଙ୍କ ଶତକ; ଦୃଢ଼ ସ୍ଥିତିରେ ନ୍ୟୁଜିଲାଣ୍ଡ


ଓ୍ବେଲିଂଟନ, ୨।୧୨(ଏଏଫ୍‌ପି)- ଏଠାରେ ଚାଲିଥିବା ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟରେ ୨ୟ ଦିବସ ଶେଷ ସୁଦ୍ଧା ଘରୋଇ ନ୍ୟୁଜିଲାଣ୍ଡ ଦଳ ଦୃଢ଼ ସ୍ଥିତିରେ ରହିଛି। ଶନିବାର ଘରୋଇ ଦଳ ତା’ର ଅସମାପ୍ତ ପ୍ରଥମ ଇନିଂସ୍‌ ସ୍କୋର ୮୨/୨ରୁ ବ୍ୟାଟିଂ ଆରମ୍ଭ କରି କଲିନ ଡେ ଗ୍ରାଣ୍ଡହୋମଙ୍କ ବିସ୍ଫୋରକ ଶତକ ବଳରେ ଷ୍ଟମ୍ପ ଅପସାରଣ ବେଳକୁ ୯ ଉଇକେଟ ହରାଇ ୪୪୭ ରନ୍‌ କରିଛି। ଫଳରେ ନ୍ୟୁଜିଲାଣ୍ଡ ଗୋଟିଏ ଉଇକେଟ ହାତରେ ରଖି ୩୧୩ ରନ୍‌ର ଅଗ୍ରଣୀ ହାସଲ କରିଛି। ଦିବସର ମୁଖ୍ୟ ଉଲ୍ଲେଖନୀୟ ଘଟଣା ହେଲା ଗ୍ରାଣ୍ଡହୋମଙ୍କ ଶତକୀୟ ପାଳି। ସେ ମାତ୍ର ୭୧ଟି ବଲରୁ ଶତକ ପୂରଣ କରିଥିଲେ। ତାଙ୍କ ପାଳିରେ ଥିଲା ୧୧ଟି ଚୌକା ଓ ୩ଟି ଛକା। ସେ ୧୦୫ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହା ଥିଲା ତାଙ୍କର ପ୍ରଥମ ଟେଷ୍ଟ ଶତକ। ତାଙ୍କ ବ୍ୟତୀତ ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ ଟେଲର ୯୩, ହେନରୀ ନିକୋଲାସ ୬୭ ରନ୍‌ କରି ଆଉଟ୍‌ ହୋଇଥିବେଳେ ଟମ୍‌ ବ୍ଲୁଣ୍ଡେଲ ୫୭ ରନ୍‌ କରି ଅପରାଜିତ ରହିଛନ୍ତି। ଓ୍ବେଷ୍ଟଇଣ୍ଡିଜ ପାଇଁ କେମାର ରୋଚ ୩ଟି ଉଇକେଟ ନେଇଛନ୍ତି। ସେହିଭଳି ରୋସ୍ତନ ଚାସେ ଓ ମିଗୁଏଲ କୁମିନ୍ସ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି। ଏଥିପୂର୍ବରୁ ଭ୍ରମଣକାରୀ ଦଳ ପ୍ରଥମ ଇନିଂସ୍‌ରେ ମାତ୍ର ୧୩୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri